Indus Valley Times

ଦୁଇ ଝିଅଙ୍କୁ ଧରି ଛାତରୁ ଡେଇଁପଡ଼ିଲେ ମା’

 Breaking News

ଦୁଇ ଝିଅଙ୍କୁ ଧରି ଛାତରୁ ଡେଇଁପଡ଼ିଲେ ମା’

ଦୁଇ ଝିଅଙ୍କୁ ଧରି ଛାତରୁ ଡେଇଁପଡ଼ିଲେ ମା’
June 28
17:18 2024

ଝାରସୁଗୁଡ଼ା, ୨୮/୬ : ମାଆ ଓ ଦୁଇ ବଢ଼ିଲା ଝିଅ ଛାତରୁ ଡେଇଁ ପଡ଼ିଲେ। ହେଲେ ଡେଇଁବାର ପ୍ରକୃତ କାରଣ ଜଣାପଡ଼ି ନାହିଁ। ମାନସିକ ପୂରଣ ପାଇଁ ସେମାନେ ଛାତରୁ ଡେଇଁ ପଡ଼ିଥିବା ଚର୍ଚ୍ଚା ହେଉଛି। ସେମାନଙ୍କୁ ଝାରସୁଗୁଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି।
ଝାରସୁଗୁଡା ସହରରେ ଭଡ଼ାରେ ରହୁଥିଲେ ଗୋଟିଏ ପରିବାର। ଅଭିଯୋଗ ଅନୁସାରେ ଗୁରୁବାର ରାତିରେ ସେମାନଙ୍କ ଘରେ ପୂଜା କରାଯାଇଥିଲା। ମାନସିକ ପୂରଣ ପାଇଁ ଏହି ପୂଜା ଆୟୋଜନ କରାଯାଇଥିବା ଚର୍ଚ୍ଚା ହେଉଛି।
ରାତିରେ ପୂଜା ପରେ ମାଆ ଓ ତାଙ୍କର ୨୦ରୁ ୨୨ ବର୍ଷର ଦୁଇ ଝିଅ ଛାତ ଉପରୁ ଡେଇଁ ପଡ଼ିଥିଲେ। ସେମାନଙ୍କ ଶରୀରେ ଲୁଗା ନଥିଲା। ସ୍ଥାନୀୟ ଲୋକେ ଦେଖି ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଝାରସୁଗୁଡ଼ା ମେଡ଼ିକାଲ୍ରେ ଭର୍ତ୍ତି କରିଛି।
ତେବେ କ’ଣ ପାଇଁ ମାଆ ଓ ତାଙ୍କର ଦୁଇ ବଢ଼ିଲା ଝିଅ ଉଲ୍ଲଗ୍ନ ହୋଇ ଛାତ ଉପରୁ ଡେଇଁ ପଡ଼ିଲେ, ତାହା ଜଣାପଡ଼ି ନାହିଁ। ସେପଟେ ଘର ମାଲିକ ଏନେଇ ମୁହଁ ଖୋଲୁନଥିବା ବେଳେ ଥାନାରେ ଲିଖିତ ଅଭିଯୋଗ କରୁନାହାନ୍ତି। ତେଣୁ ପୁଲିସ୍ କେବଳ ଆହତଙ୍କ ମେଡ଼ିକାଲ୍ରେ ଭର୍ତ୍ତି କରି ଚୁପ୍ ବସିଛି।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031