ଦୁଇ ପରିବାରକୁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ରାଶି ପ୍ରଧାନ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୬/୩ : ବୌଦ୍ଧ ବ୍ଲକ ବଘିଆପଡା ପଂଚାୟତ ବେରେଡାବାରି ଗ୍ରାମର ଗୀତାଞ୍ଜଳି ଖେତି ବାଙ୍କମୁଣ୍ଡି ସ୍ୱୟଂ ସହାୟକ ଗୋଷ୍ଠୀରେ ସାମିଲ ହୋଇଥିଲେ ।
ବଘିଆପଡ଼ା ଭାରତୀୟ ଷ୍ଟେଟ ବ୍ୟାଙ୍କର ବ୍ୟାଙ୍କ ମିତ୍ର ସସ୍ମିତା ପ୍ରଧାନଙ୍କ ଜରିଆରେ ଗୀତାଞ୍ଜଳି ଖେତି ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା ୪୩୬ ଟଙ୍କା ବାନ୍ଧି ଏକ ପଲିସୀ କରିଥିଲେ ।
ଏଥିରେ ଗୀତାଞ୍ଜଳି ଖେତିଙ୍କ ଅକାଳ ବିୟୋଗ ଘଟିଥିଲା । ଏଥିପାଇଁ ତାଙ୍କ ପରିବାରକୁ ଏହି ଯୋଜନାରେ ୨୦୦୦୦୦ ଟଙ୍କା ସହାୟତା ରାଶି ବ୍ୟାଙ୍କ ପକ୍ଷରୁ ପ୍ରଦାନ କରାଯାଇଛି ।
ଏହି ରାଶି ତାଙ୍କ ସ୍ୱାମୀ ଗୋପାଳ ଖେତିକୁ ବଘିଆପଡା, ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ପ୍ରଦାନ କରାଯାଇଛି । ବ୍ୟାଙ୍କ ପରିସରରେ ଶାଖା ପରିଚାଳକ ପ୍ରଦୀପ ମେହେର ତାଙ୍କୁ ଏହି ୨୦୦୦୦୦ ଟଙ୍କା ରାଶି ଚେକ ମାଧ୍ୟମରେ ପ୍ରଦାନ କରିଥିଲେ । ସେହିପରି ଅମଠାପଡା ଗ୍ରାମର ଭୂମିସୁତା ଷାଣ୍ଢ ଜୟ ଜଗନ୍ନାଥ ସ୍ୱୟଂ ସହାୟକ ଗୋଷ୍ଠୀରେ ସାମିଲ ହୋଇଥିଲେ ।
ଏହା ସହ ନିଜେ ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ବୀମା କରିବା ସହ ସ୍ୱାମୀ ମହାଦେବ ଷାଣ୍ଢଙ୍କ ନାମରେ ମଧ୍ୟ୍ୟ ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା କରିଥିଲେ କ୍ଷ ଏଥିରେ ସ୍ୱାମୀଙ୍କ ମୃତ୍ୟୁ ପାଇଁ ଭୂମିସୁତା ଷାଣ୍ଢକୁ ମଧ୍ୟ ୨ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।
ଏହି ରାଶି ପ୍ରଦାନ ସମୟରେ ଅନ୍ୟ ମାନଙ୍କ ମଧ୍ୟରେ ବଘିଆପଡା ବ୍ୟାଙ୍କର କାର୍ୟ୍ୟ ନିର୍ବାହୀ ଅଧିକାରୀ ଆଶିଷ ଖାଁ, କ୍ୟାସ ଅଫିସର ଅନିକେତ ମହାପାତ୍ର,ଏକାଉଣ୍ଟେଣ୍ଡ ପ୍ରଶାନ୍ତ କୁମାର ଦାସ, ବ୍ୟାଙ୍କ ମିତ୍ର ସସ୍ମିତା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।






