Indus Valley Times

‘ଦୁନିଆର ନକ୍ସାରେ ଓଡ଼ିଶାକୁ ପ୍ରାଥମିକତା ଦେବାକୁ ଚାହୁଁଛି’, ବିଜେପିର କାର୍ଯ୍ୟଶୈଳୀରେ ଓଡ଼ିଶାବାସୀଙ୍କ ବିଶ୍ୱାସ ବଢିଛି: ପିଏମ୍ ମୋଦୀ

 Breaking News

‘ଦୁନିଆର ନକ୍ସାରେ ଓଡ଼ିଶାକୁ ପ୍ରାଥମିକତା ଦେବାକୁ ଚାହୁଁଛି’, ବିଜେପିର କାର୍ଯ୍ୟଶୈଳୀରେ ଓଡ଼ିଶାବାସୀଙ୍କ ବିଶ୍ୱାସ ବଢିଛି: ପିଏମ୍ ମୋଦୀ

‘ଦୁନିଆର ନକ୍ସାରେ ଓଡ଼ିଶାକୁ ପ୍ରାଥମିକତା ଦେବାକୁ ଚାହୁଁଛି’, ବିଜେପିର କାର୍ଯ୍ୟଶୈଳୀରେ ଓଡ଼ିଶାବାସୀଙ୍କ ବିଶ୍ୱାସ ବଢିଛି: ପିଏମ୍ ମୋଦୀ
November 29
19:14 2024

ଭୁବନେଶ୍ୱର, ୨୯/୧୧ : ‘ଯେଉଁ ଲୋକମାନେ କ୍ଷମତାକୁ ନିଜ ଜନ୍ମସିଦ୍ଧ ଅଧିକାର ମାନନ୍ତି, ସେମାନେ ଗତ ୧୦ ବର୍ଷ ହେଲା କେନ୍ଦ୍ରରେ କ୍ଷମତାରୁ ଦୂରରେ ଅଛନ୍ତି। ଜନତା ଆଉ କାହାକୁ ଆଶୀର୍ବାଦ କଲେ, ସେମାନେ ସେହି ରାଗ ଜନତାଙ୍କ ଉପରେ ସୁଝାନ୍ତି।
ସେମାନେ ଏତେ ରାଗି ଯାଇଛନ୍ତି ଯେ ଦେଶ ବିରୋଧରେ ଷଡ଼ଯନ୍ତ୍ର କରିବାରେ ଲଗିପଡ଼ିଛନ୍ତି। ଦେଶକୁ ଭୁଲ ବାଟରେ ନେଇଯିବା ପାଇଁ ଲୋକଙ୍କୁ ବାଟବଣା କରିବା ଆରମ୍ଭ କରି ଦେଇଛନ୍ତି। ସେମାନେ ମିଛ ଓ ଅପପ୍ରଚାରର ଦୋକାନ ଖୋଲି ଦେଇଛନ୍ତି। ଏବେ ସେମାନେ ଏହି ଅଭଯାନକୁ ଆହୁରି ଜୋରଦାର କରି ଦେଇଛନ୍ତି।
ଏଥିପ୍ରତି ଦେଶର ସବୁ ଲୋକ ଓ ଗଣତନ୍ତ୍ର ପ୍ରତି ସମର୍ପିତ ସମସ୍ତ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସତର୍କ ରହିବାକୁ ପଡ଼ିବ। ଲୋକଙ୍କୁ ଜାଗୃତ କରିବାପୁ ପଡ଼ିବ। ସବୁ ମିଛର ମୁଖା ଖୋଲିବାକୁ ପଡ଼ିବ।’ ଭୁବନେଶ୍ୱରରେ ଚାଲିଥିବା ଡିଜିପି ଓ ଆଇଜିପି ସମ୍ମିଳନୀରେ ଯୋଗ ଦେବାକୁ ଆସିଥିବା ଅବସରରେ ଆଜି ବିମାନବନ୍ଦର ନିକଟରେ ଆୟୋଜିତ ସାଧାରଣ ସଭାରେ ବିରୋଧୀଙ୍କୁ ଟାର୍ଗେଟ କରି ଏହି କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ସେ କହିଛନ୍ତି, ଏଠାରେ ଲୋକଙ୍କ ଭିତରେ ମୁଁ ଏକ ଅଲଗା ପ୍ରକାର ଉତ୍ସାହ ଓ ଖୁସି ଦେଖୁଛି ଏବଂ ତାକୁ ଅନୁଭବ କରୁଛି। ହରିୟାଣା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ସହିତ ବିଭିନ୍ନ ସ୍ଥାନରେ ହୋଇଥିବା ଉପନିର୍ବାଚନର ଫଳାଫଳ ପୂରା ଦେଶରେ କିଭଳି ବିଜେପି ପ୍ରତି ଲୋକଙ୍କ ଆସ୍ଥାକୁ ବଢ଼ାଇ ଦେଇଛି, ତାହା ମୁଁ ଆପଣମାନଙ୍କ ଆଖିରେ ଦେଖିବାକୁ ପାଉଛି।
ଓଡ଼ିଶା ଆରମ୍ଭ କରିଥିଲା। ତା’ପରେ ମହାରାଷ୍ଟ୍ର ଓ ହରିୟାଣାରେ ସଫଳତା ମିଳିଲା। ଆଉ ଏହା ହେଉଛି ବିଜେପିର ବିଶେଷତ୍ୱ। ଏହା ଆମ ଦଳର କାର୍ଯ୍ୟକର୍ତ୍ତାଙ୍କ ସାମର୍ଥ୍ୟ। ବିପକ୍ଷ ଦଳ ବିଜେପି ସରକାର ବିରୋଧରେ ଦିନରାତି ଅପପ୍ରଚାର କରିବାରେ ଲାଗିପଡ଼ିଛି। କିନ୍ତୁ ଲୋକେ ବିଜେପି ସରକାରର କାମକୁ ଦେଖି ତାକୁ ଆଶୀର୍ବାଦ କରିବାକୁ ନିଜେ ମଇଦାନକୁ ଓହ୍ଲାଉଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ନିର୍ବାଚନର କିଛି ମାସ ପୂର୍ବରୁ ବଡ଼ ବଡ଼ ରାଜନୀତିକ ବିଶେଷଜ୍ଞମାନେ କହିଥିଲେ ଯେ ବିଜେପି ଓଡ଼ିଶାରେ ଆଦୌ କ୍ଷମତାକୁ ଆସିପାରିବ ନାହିଁ। ସେମାନେ କହୁଥିଲେ ଯେ ଓଡ଼ିଶାରେ ବିଜେପି ଏତେ ବଡ଼ ଶକ୍ତି ଭାବେ ଉଭା ହୋଇପାରିବ ନାହିଁ। ବିଜେପି ଏଠାରେ ଏକୁଟିଆ ସରକାର ଗଢ଼ି ପାରିବ ନାହିଁ।
କିନ୍ତୁ ଯେତେବେଳେ ପରିଣାମ ଆସିଲା, ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଓଡ଼ିଶାର ଲୋକମାନେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ କାର୍ଯ୍ୟକୁ ପସନ୍ଦ କରିଥିଲେ। ରାଜ୍ୟରେ ଆମ ସରକାର ନଥିଲା, ଆମ ଯୋଜନାଗୁଡ଼ିକର ନାଁ ବଦଳାଇ ଦିଆଯାଉଥିଲା- ଏସବୁ ସତ୍ତ୍ୱେ ଓଡ଼ିଶାର ବିକାଶ ପାଇଁ ଆମେ ନିଷ୍ଠାର ସହିତ ଲଗାତାର କାମ କରି ଚାଲିଥିଲୁ।
ଭାରତ ସରକାରଙ୍କ ମନ୍ତ୍ରୀ ପରିଷଦରେ ଏବେ ଓଡ଼ିଆମାନଙ୍କର ଯେତିକି ପ୍ରତିନିଧିତ୍ୱ ରହିଛି, ପୂର୍ବରୁ କେବେ ତାହା ନଥିଲା। ଓଡ଼ିଶାକୁ କେନ୍ଦ୍ରରୁ ମିଳୁଥିବା ବଜେଟକୁ ଆମେ ୩ ଗୁଣା ବଢ଼ାଉଥିଲୁ। ଆମେ ଏଠାକାର ସବୁ ବର୍ଗର ଲୋକଙ୍କ ସେବା କଲୁ। ତେଣୁ ଓଡ଼ିଶାର ଜନତା ବିଜେପିର ନୀତି ଓ କାର୍ଯ୍ୟଶୈଳୀକୁ ଭଲ ଭାବେ ଜାଣିପାରିଲେ ଏବଂ ଆମ ଉପରେ ବିଶ୍ୱାସ କରିପାରିଲେ। ଆଉ ହୃଦୟ ଖୋଲି ଆମକୁ ଆଶୀର୍ବାଦ କଲେ।
ବିରୋଧୀଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ରାଜନୀତିରେ ନୀତିଗତ ବିରୋଧ ସ୍ୱାଭାବିକ। ଏହା ଗଣତନ୍ତ୍ରର ସ୍ୱଭାବ। ଯେକୌଣସି ନିର୍ଣ୍ଣୟ ଉପରେ ଅଲଗା ଅଲଗା ମତ ଆସିପାରେ। ରାଜନୀତିକ ଦଳଗୁଡ଼ିକ ନିଜ ନିଜ ବିଚାରକୁ ଲୋକଙ୍କ ସମ୍ମୁଖରେ ରଖନ୍ତି। ଏହା ସେମାନଙ୍କର ଅଧିକାର। ରାଜନୀତିକ ଦଳଗୁଡ଼ିକ ନିଜ ବିଚାର ଲୋକଙ୍କୁ ଜଣାଇବା ପାଇଁ ଓ ସେମାନଙ୍କୁ ଜାଗୃତ କରିବା ପାଇଁ ଆନ୍ଦୋଳନ ବି କରିପାରିବେ। କିନ୍ତୁ ଗତ କିଛି ବର୍ଷ ହେଲା ଏଥିରେ ବହୁତ ବଡ଼ ପରିବର୍ତ୍ତନ ହୋଇଥିବା ଆପଣମାନେ ସମସ୍ତେ ଅନୁଭବ କରୁଥିବେ। ଭାରତର ସମ୍ବିଧାନକୁ ନଷ୍ଟ କରି ଦିଆଯାଉଛି। ଗଣତନ୍ତ୍ରର ସମସ୍ତ ମାନ-ମ‘ଦୁନିଆର ନକ୍ସାରେ ଓଡ଼ିଶାକୁ ପ୍ରାଥମିକତା ଦେବାକୁ ଚାହୁଁଛି’, ବିଜେପିର

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031