Indus Valley Times

ଦୁର୍ଗତିନାସିନି ମା ଦୁର୍ଗା ଙ୍କର ପୂଜା ଉପଲକ୍ଷେ ଗେଙ୍ଗୁଟି ପଞ୍ଚାୟତ ର କେନ୍ଦ୍ର ସ୍ଥଳ ସାଉଁ ଛକ ଠାରେ ବିରାଟ ରାବଣ ପୋଡି ଉତ୍ସବ ପାଳିତ

 Breaking News

October 07
22:32 2022

ସୁଦାମ ପାତ୍ରଙ୍କ ରିପୋର୍ଟ
ବାଲେଶ୍ୱର, ୭/୧୦: ଦୁର୍ଗତିନାସିନି ମା ଦୁର୍ଗା ଙ୍କର ପୂଜା ଉପଲକ୍ଷେ ଗେଙ୍ଗୁଟି ପଞ୍ଚାୟତ ର କେନ୍ଦ୍ର ସ୍ଥଳ ସାଉଁ ଛକ ଠାରେ ବିରାଟ ରାବଣ ପୋଡି ଉତ୍ସବ ପାଳିତ ହୋଇଯାଇଛି ।
ଏହି ଉତ୍ସବ ରେ ଗେଙ୍ଗୁଟି ସରପଞ୍ଚ ମଞ୍ଜୁଲତା ଆଚାର୍ଯ୍ୟ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ବାଲେଶ୍ୱର ଜିଲ୍ଲାପରିଷଦ ଅଧ୍ୟକ୍ଷ ତଥା ଜନପ୍ରିୟ ଯୁବ ନେତା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା, ପାଖ ପଂଚାୟତ ଖାନନଗର ର ଉଦୀୟମାନ ସରପଞ୍ଚ ଅଞ୍ଜନ ନାୟକ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇ ରାବଣ ରୁପି ଶତ୍ରୁ ଆମ ମନରୁ ଦୂର କରିବା ପାଇଁ ବକ୍ତବ୍ୟ ରଖି ଥିଲେ ।୨୭ ନ୦- ଜିଲ୍ଲାପରିଷଦ ସଭ୍ୟା ବନଲତା ସେଠୀ ଅନ୍ୟତମ ଅତିଥି ରୂପେ ଯୋଗ ଦେଇଥିଲେ ।
ବାଲେଶ୍ୱର ଜିଲ୍ଲାପରିଷଦ ସଭାପତି ଶ୍ରୀଯୁକ୍ତ ପ୍ରଧାନ ତାଙ୍କର ବକ୍ତବ୍ୟ ରେ ରାମ ରାବଣ ଉପକ୍ଷାନ ବର୍ଣ୍ଣନା କରି ହଜାର ହଜାର ଲୋକଙ୍କର ମନକୁ ଆକଢଷ୍ଟ କରି ଥିଲେ ।
ଅନ୍ୟ ମାନଙ୍କ ମଧ୍ୟ ରେ ପୂଜା କମିଟିର ମୁଖ୍ୟ ପୁରୋଧା ଦିବାକର ପରିଡ଼ା, କମିଟି ର ଉପଦେଷ୍ଟା ତଥା ଗେଙ୍ଗୁଟି ପଞ୍ଚାୟତ ର ବିଶିଷ୍ଟ ଜନ ନେତା ଆଚାର୍ଯ୍ୟ ନନା ତଥା ଅନ୍ୟାନ୍ୟ ଲୋକ ପ୍ରତିନିଧି ଏବଂ ବିଶିଷ୍ଟ ବ୍ୟକ୍ତି ଗଣ ଉପସ୍ଥିତ ରହି ରାବଣ ପୋଡି ଉତ୍ସବ କୁ ଉପଭୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031