Indus Valley Times

ଦୁର୍ଗାପାଙ୍ଗା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଦୁର୍ଗାପାଙ୍ଗା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ

November 16
20:00 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା, ୧୬/୧୧ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକ୍ ଅଧିନସ୍ଥ ଦୁର୍ଗାପାଙ୍ଗା ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସରକାର ଛାତ୍ରୀମାନଙ୍କ ପାଇଁ ଯୋଗାଇ ଦେଉଥିବା ସମସ୍ତ ସୁବିଧା ସୁଯୋଗ ବିଷୟରେ ଆଲୋଚନା ହୋଇଥିଲା ।
ଏଥିସହିତ ବିଦ୍ୟାଳୟରେ ପାଠ ପଢ଼ୁଥିବା ଅନୁସୂଚିତ ଜାତି ଓ ଜନଜାତି ବର୍ଗର ପିଲାଙ୍କ ପାଇଁ ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ କଣ ସବୁ ବ୍ୟବସ୍ଥା ରହିଛି ସେନେଇ ଆଲୋଚନା ହୋଇଥିଲା ।
ଛାତ୍ରୀମାନେ ନିଜର ଉଜ୍ବଳ ଭବିଷ୍ୟତ ଗଢ଼ିବାକୁ ହେଲେ କଣ ସବୁ କରିବା ଆବଶ୍ୟକ ସେନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ,ଶିକ୍ଷୟିତ୍ରୀ ଏବଂ ଆମନ୍ତ୍ରୀତ ସମ୍ମାନିତ ଅତିଥି ଗଣ ଛାତ୍ରୀ ଏବଂ ଅଭିଭାବକଙ୍କୁ ଅବଗତ କରାଇଥିଲେ । ପରେ ବିଦ୍ୟାଳୟର ବିକାଶ ଓ ଅନ୍ତେବାସୀଙ୍କ ସୁରକ୍ଷା କ୍ଷେତ୍ରରେ ଉଭୟ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଅଭିଭାବକଙ୍କ ସହଭାଗିତା ନିତ୍ୟାନ୍ତ ଆବଶ୍ୟକ ।
ସରକାରୀ ସହାୟତା ସମେତ ଅଭିଭାବକଙ୍କ ପୂର୍ଣ୍ଣ ସହଯୋଗ ରହିଲେ ଛାତ୍ରୀଙ୍କ ଶିକ୍ଷାରେ ଉନ୍ନତି ଘଟିବା ସଙ୍ଗେସଙ୍ଗେ ବିଦ୍ୟାଳୟର ଉନ୍ନତି ମଧ୍ୟ ଘଟିବ ବୋଲି କହିଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶରତ ସାହୁ ।
ଏହି କାର୍ଯ୍ୟକ୍ରମରେ ଛାତ୍ରୀଙ୍କ ବହୁ ସଂଖ୍ୟକ ଅଭିଭାବକ ଯୋଗଦେଇ ସମସ୍ତ ବିଷୟ ବୁଝିବା ସହ ନିଜ ପିଲାଙ୍କୁ ଉତ୍ସାହିତ କରିଥିଲେ । ସେପଟେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ବିଦ୍ୟାଳୟର ସମସ୍ତ ସହକାରୀ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ସାମିଲ୍ ହୋଇ କାର୍ଯ୍ୟକ୍ରମକୁ ସୂଚାରୁରୃପେ ସମ୍ପାଦନା କରିଥିଲେ ।
ଛତିଶଗଡ଼ ବିଜିଏନ ଡିଭିଜନର ମାଓ ଦମ୍ପତିଙ୍କ ଆତ୍ମସମର୍ପଣ
କନ୍ଧମାଳ, ୧୬/୧୧: କନ୍ଧମାଳ ଜିଲ୍ଲା ପୋଲିସ ନିକଟରେ ଛତିଶଗଡ଼ ଅଞ୍ଚଳ ର ମାଓବାଦୀ ଦମ୍ପତି କନ୍ଧମାଳ ପୋଲିସ ନିକଟରେ ଆତ୍ମସାମର୍ପଣ କରିଛନ୍ତି ।
ଏହି ଦୁହେଁ ମାଓବାଦୀ ସ୍ୱାମୀ ସ୍ତ୍ରୀ ହୋଇଥିବା ବେଳେ କାଲମୁ ଓରଫ କିଶୋରର ଗ୍ରାମ ଛତିଶଗଡ଼ ସୁକୁମା ଜିଲ୍ଲା ଅନ୍ତର୍ଗତ ଜାଗୁରଗୁଣ୍ଡା ଥାନା ଅନ୍ତର୍ଗତ ପାର୍ଲାଗଟା ହୋଇଥିବା ବେଳେ ମାଦଭି ର ଘର ସୁକୁମା ଜିଲ୍ଲା ବାଜେ ଥାନା ଅର୍ନ୍ତଗତ କୀନ୍ଦ୍ରାମ୍ ଗ୍ରାମରେ ବୋଲି ଜଣାପଡିଛି ଓ ଉଭୟେ ୨୦୧୮ରୁ କ୍ୟାଡ଼ର ମାଓବାଦୀ ଭାବେ ବଂଶଧାରା- ଘୁମସର – ନାଗାବଳି ଡ଼ିଭିଜନ ରେ ରହି ଛତିଶଗଡ଼ ଓ ଓଡ଼ିଶାରେ କାର୍ଯ୍ୟ କରୁଥିଲେ । କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡି ଓ କୋଟଗଡ଼ ଅଞ୍ଚଳ ରେ ବିଜିଏନ ଡିଭିଜନ ର ସକ୍ରିୟ ସଦଶ୍ୟ ରୂପେ କାର୍ଯ୍ୟ କରୁଥିଲେ । ଉଙ୍ଗା କଲାମୁ ଓରଫ କିଶୋର ଓ ମାସେ ମାଧବୀ, ଉଭୟ ମାଓ କ୍ୟାମ୍ପ ରେ ବିବାହ କରିଥିଲେ। ପୋଲିସ ର ମାଓ ଦମନ ରଣନୀତି ଯୋଗୁଁ ଭୟଭୀତ ହୋଇ ଏହି ମାଓ ଦମ୍ପତି ଆଜି ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର, କନ୍ଧମାଳ ଏସପି ହରିଶ ବିସିଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଥିଲେ।
ସେମାନଙ୍କ ନିକଟ ରୁ, ରକେଟ ଲଞ୍ଚର, ଟିଫିନ ବୋମା, ଚାଉଳ, ମେଡ଼ିସିନ, ଚପଲ, ମାଓ ପୋଷାକ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଜବତ ହୋଇଛି। ମୁଖ୍ୟ ସ୍ରୋତ ରେ ସାମିଲ ହେବା ପରେ, ସମସ୍ତ ସରକାରୀ ସୁବିଧା ଓ ସହାୟତା ସେମାନଙ୍କୁ ପ୍ରଦାନ କରିହେବ ବୋଲି କହିଛନ୍ତି ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର।
କେନ୍ଦ୍ର ସରକାର ଙ୍କ ମାଓ ଦମନ ନୀତି, ୨୦୨୬ ମାର୍ଚ୍ଚ ସୁଦ୍ଧା ସମଗ୍ର ଦେଶ ରେ ମାଓ ମୁକ୍ତ ଅଭିଯାନ କୁ ଜୋରଦାର କରାଯାଇ କୁମ୍ବି ଅପରେସନ କୁ ଜୋରଦାର କରାଯିବା ଫଳରେ, ଏବେ ବଣ ଜଙ୍ଗଲ ରେ ମାଓବାଦୀ ମାନେ ନିଜକୁ ସୁରକ୍ଷିତ ମଣୁ ନଥିବା କହିଛନ୍ତି ଦୁଇ ମାଓ ବାଦୀ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031