Indus Valley Times

ଦୂର ହେଲା କିମ୍ଭିରୀ ଗ୍ରାମବାସୀ ଙ୍କ ଦୁଃଖ

 Breaking News

ଦୂର ହେଲା କିମ୍ଭିରୀ ଗ୍ରାମବାସୀ ଙ୍କ ଦୁଃଖ

ଦୂର ହେଲା କିମ୍ଭିରୀ ଗ୍ରାମବାସୀ ଙ୍କ ଦୁଃଖ
July 15
21:27 2020

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ
ନୂଆଗାଁ,୧୫/୭: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ କାପ୍ତା ପଲ୍ଲୀ ପଞ୍ଚାୟତ ଅଧୀନରେ ଥିବା କିମ୍ଭିରୀ ଗ୍ରାମ କୁ ରାସ୍ତା ସଂଯୋଗୀ କରଣ ହେବା ପରେ ଗ୍ରାମବାସୀ ଙ୍କ ଦୁଃଖ ଦୂର ହୋଇଛି । ବହୁବର୍ଷ ଧରି କିମ୍ଭିରୀ ଗ୍ରାମର ଲୋକମାନେ ପକ୍କା ରାସ୍ତା ନ ଥିବା ଯୋଗୁଁ ଖାଲ ଖମା ,ଧୋଡା ଦେଇ ଯାତାୟାତ କରୁଥିଲେ। ବର୍ଷା ଦିନରେ ଲୋକମାନେ ଯାତାୟାତ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ।
ଏପରିକି ଗ୍ରାମକୁ ଆମ୍ବୁଲାନ୍ସ ଠାରୁ ଆରମ୍ଭ କରି ଗାଡ଼ି ମୋଟର ଯାଇ ପାରୁନଥିଲା। ବର୍ଷା ଦିନରେ ରାସ୍ତାର ଅବସ୍ଥା ଏପରି ଥିଲା ଯେ ଚାଲି କରି ଯାତାୟାତ କରିବା ମଧ୍ୟ କଷ୍ଟ ସାଧ୍ୟ ହେଉଥିଲା। ଏଭଳି ସମସ୍ୟା ବହୁ ବର୍ଷ ବିତିଯିବା ପରେ ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟ ଏ ସମ୍ପର୍କରେ ଦଶପଲ୍ଲା ବିଧାୟକ ଓ ବ୍ଲକ୍ ପ୍ରଶାସନ ସହ ଆଲୋଚନା କରିଥିଲେ। ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ପ୍ରଚେଷ୍ଟା ଦ୍ଵାରା ବ୍ଲକ୍ ପ୍ରଶାସନ ଓ ପଞ୍ଚାୟତ ସହଯୋଗରେ କିମ୍ଭିରୀ ଗ୍ରାମକୁ ରାସ୍ତା ସଂଯୋଗୀ କରଣ ହୋଇଛି ।
ଏହି ରାସ୍ତାଟି ଦିଗ୍ ଓ ବେତନଟୀ ଗ୍ରାମ ଦେଇ ଯାଇଥିବାରୁ ଏହି ଦୁଇ ଗ୍ରାମବାସୀଙ୍କ ଯାତାୟାତ ପାଇଁ ପଥ ପରିଷ୍କାର ହୋଇଥିବା ଜଣାପଡିଛି । ରାସ୍ତା ସଂଯୋଗୀ କରଣ ହେବା ପରେ କିମ୍ଭିରୀ ଗ୍ରାମବାସୀ ଙ୍କ ଦୁଃଖ ହେବା ସହିତ ଗ୍ରାମବାସୀ ବିଧାୟକ ,ବ୍ଲକ୍ ପ୍ରଶାସନ , କନିଷ୍ଠ ଯନ୍ତ୍ରୀ,ସ୍ଥାନୀୟ ସରପଞ୍ଚ , ସମିତି ସଭ୍ୟ ଙ୍କୁ କୃତଜ୍ଞତା ଜଣାଇଛନ୍ତି।ଏହା ବ୍ଲକ୍ ପ୍ରଶାସନ ର ଏକ ସଫଳତା କହିଲେ ଅତ୍ୟୁକ୍ତି ହେବ ନାହିଁ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031