Indus Valley Times

ଦେବଗଡ଼ରେ ସାପବିଷ କାରବାର: ଦେଢ଼କୋଟିର ସାପବିଷ ଜବତ,୨ ଗିରଫ

 Breaking News

ଦେବଗଡ଼ରେ ସାପବିଷ କାରବାର: ଦେଢ଼କୋଟିର ସାପବିଷ ଜବତ,୨ ଗିରଫ

ଦେବଗଡ଼ରେ ସାପବିଷ କାରବାର: ଦେଢ଼କୋଟିର ସାପବିଷ ଜବତ,୨ ଗିରଫ
November 20
16:22 2021

ଦେବଗଡ଼, ୨୦/୧୧ : ସାପ ଜହର ମୂଲ୍ୟ ଦେଢ କୋଟି ଟଙ୍କା। ଏହାକୁ ବିକ୍ରି ପାଇଁ ମୂଲଚାଲ ଚାଲିଥିବା ବେଳେ ଗରାଖ ସାଜି ୨ ଜଣଙ୍କୁ ମାଡ଼ି ବସିଛି ପୁଲିସ୍। ଏପରି ଏକ ସାପ ବିଷ ସ୍ମଗଲିଂ ରାକେ୍ଟର ପର୍ଦ୍ଦାଫାଶ କରିଛି ଦେବଗଡ଼ ଜିଲ୍ଲା ରିଆମାଳ ଥାନା ପୁଲିସ୍।
ଦେବଗଡ ଜିଲ୍ଲା ରିଆମାଳ ଥାନା ତାରଙ୍ଗ ଗାଁଠାରେ ଚଢାଉ ବେଳେ ୧ କିଲୋଗ୍ରାମ ଗ୍ରାମ ଓଜନର ସାପ ବିଷ ଜବତ କରିଛି ପୁଲିସ୍ । ଏଥିସହ ସମ୍ବଲପୁର ଜିଲ୍ଲାର ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଦ୍ୱୟ ହେଲେ ସମ୍ବଲପୁର ସାଖିପଡାର ରଞ୍ଜନ କୁମାର ପାଢୀ ଏବଂ ସିନ୍ଦୁରପଙ୍କ ଗାଁର କୈଳାସ ଚନ୍ଦ୍ର ସାହୁ । ଜବତ ବିଷର ଆନୁମାନିକ ବଜାର ମୂଲ୍ୟ ଦେଢ କୋଟି ଟଙ୍କା ହେବ ।
ଦେବଗଡ ଜିଲ୍ଲାର ସ୍ୱତନ୍ତ୍ର ପୋଲିସ ଟିମ ଏହି ଚଢାଉ କରିଥିବା ସୂଚନା ମିଳିଛି । ତେବେ ଏହି ସାପ ବିଷ କୁଆଡ଼େ ଚାଲାଣ ହୋଇଥାନ୍ତି ତାହାର ତନାଘନା ଚଳାଇଛି ପୁଲିସ୍।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031