Indus Valley Times

ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଏନଭି ରାମଣା

 Breaking News

ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଏନଭି ରାମଣା

ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଏନଭି ରାମଣା
March 24
17:32 2021

ଭୁବନେଶ୍ୱର, ୨୪/୩ : ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ବରିଷ୍ଠ ବିଚାରପତି ଏନଭି ରାମଣା । ବର୍ତ୍ତମାନର ପ୍ରଧାନ ବିଚାରପତି ଏସଏ ବୋବଡେ ଏହି ନାମ କେନ୍ଦ୍ର ଆଇନ ମନ୍ତ୍ରାଳୟଙ୍କୁ ସୁପାରିସ୍ ପାଇଁ ପଠାଇଛନ୍ତି ।
ପ୍ରଧାନ ବିଚାରପତି ଥିବା ଏସଏ ବୋବଡେଙ୍କ କାର‌୍ୟ୍ୟକାଳ ଏପ୍ରିଲ ୨୩ରେ ଶେଷ ହେଉଛି । ଦୁଇଦିନ ପୂର୍ବରୁ ପ୍ରଧାନବିଚାରପତିଙ୍କୁ ସୁପ୍ରିମକୋର୍ଟର ଆଗାମୀ ଉତ୍ତରଧିକାରୀଙ୍କ ନାମ ସୁପାରିସ୍ କରିବାକୁ କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ଅନୁରୋଧ କରିଥିଲେ । ସୁପ୍ରିମକୋର୍ଟର ଜଷ୍ଟିସ ଏନଭି ରାମଣା ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ । ବୋବଡେଙ୍କ ପରେ ବିଚାରପତି ଏନଭି ରାମଣା ହେଉଛନ୍ତି ସୁପ୍ରିମକୋର୍ଟର ସବୁଠୁ ବରିଷ୍ଠ ବିଚାରପତି ।
ଆନ୍ଧ୍ର ପ୍ରଦେଶର ଏକ କୃଷକ ପରିବାରରେ ୧୯୫୭ ଅଗଷ୍ଟ ୨୭ରେ ବିଚାରପତି ଏନଭି ରାମଣା ଜନ୍ମ ଗ୍ରହଣ କରିଥିଲେ । ସେ ୨୦୨୨ ଅଗଷ୍ଟ ୨୬ ପର‌୍ୟ୍ୟନ୍ତ ଦେଶର ପ୍ରଧାନ ବିଚାରପତି ରହିବେ । ଏନଭି ରାମଣା ୨୦୦୦ ମସିହା ଜୁନ୍ ମାସରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ଜଣେ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ୨୦୧୪ ଫେବ୍ରୁଆରିରେ ସୁପ୍ରିମ୍ କୋର୍ଟକୁ ଯିବା ପୂର୍ବରୁ ସେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ପଦବୀରେ ରହିଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031