Indus Valley Times

ଧର୍ମେନ୍ଦ୍ରଙ୍କ କିସିଂ ସିନକୁ ନେଇ ଥମୁନି ଚର୍ଚ୍ଚା, କହିଲେ- ସୁଯୋଗ ମିଳିଲେ ଛକା ମାରୁଥିବି

 Breaking News

ଧର୍ମେନ୍ଦ୍ରଙ୍କ କିସିଂ ସିନକୁ ନେଇ ଥମୁନି ଚର୍ଚ୍ଚା, କହିଲେ- ସୁଯୋଗ ମିଳିଲେ ଛକା ମାରୁଥିବି

ଧର୍ମେନ୍ଦ୍ରଙ୍କ କିସିଂ ସିନକୁ ନେଇ ଥମୁନି ଚର୍ଚ୍ଚା, କହିଲେ- ସୁଯୋଗ ମିଳିଲେ ଛକା ମାରୁଥିବି
August 05
19:29 2023

ମୁମ୍ବାଇ,୫/୮: ୮୭ ବର୍ଷରେ ବି କମିନି ହିମ୍ୟାନ ଧର୍ମେନ୍ଦ୍ରଙ୍କ କ୍ରେଜ । ଏବେବି ତାଙ୍କୁ ବଡ଼ ପରଦାରେ ଦେଖିବାକୁ ଜମୁଛି ଭିଡ଼ । ଗତ ୨୯ ତାରିଖରେ ରିଲିଜ ହୋଇଥିବା ‘ରକି ଓ ରାନୀଙ୍କ ପ୍ରେମ କାହାଣୀ’ ଫିଲ୍ମରେ ସବୁ ଲାଇମ୍ଲାଇଟ୍ ସାଉଁଟି ନେଇଛନ୍ତି ମୋଷ୍ଟ ହ୍ୟାଣ୍ଡସମ୍ ହିରୋ ଧର୍ମେନ୍ଦ୍ର। ଏହି ଫିଲ୍ମରେ ଶବାନା ଆଜମୀଙ୍କ ସହ ଧର୍ମେନ୍ଦ୍ରଙ୍କ ଲିପ୍ଲକ୍ କିସିଂ ସିନ୍ ଥିବା ବେଳେ ଏହାକୁ ନେଇ ଥମୁନି ଚର୍ଚ୍ଚା।
ଏନେଇ ଫିଲ୍ମ ପ୍ରମୋସନ ବେଳେ ଧର୍ମେନ୍ଦ୍ରଙ୍କୁ ପଚାରାଯିବାରୁ ତାଙ୍କ ଉତ୍ତର ବି-ଟାଉନ୍ରେ ଏବେ ହଟ୍ ଗସିପ ପାଲଟିଛି। ଧର୍ମେନ୍ଦ୍ର ଖୁଲମଖୁଲା ଏହା ଉପରେ ଆଲୋଚନା କରି କହିଛନ୍ତି, ସୁଯୋଗ ମିଳିଲେ ଏମିତି ଛକା ମାରି ଚାଲିଥିବି। ଏହା ମୋର ବାମ ହାତରେ ଖେଳ । ଭଲ ପାଇବାଠୁ ଅଧିକ କିଛି ନାହିଁ । କ୍ୟାପଟେନ ଠିକ୍ ଥିଲେ ଟିମ୍ ଆପେଆପେ ଖେଳିବ । ଯେତେବେଳେ ବି ମଉକା ମିଳିବ, ଛକା ମାରି ଦେଇଥାଏ।
ଏହି ସମୟରେ ଧର୍ମେନ୍ଦ୍ରଙ୍କ ପତ୍ନୀ ହେମା ମାଳିନୀ ଜମ୍ମୁରେ ଥିବା ବେଳେ ଶବାନାଙ୍କ ସହ ସ୍ବାମୀଙ୍କ ଚୁମ୍ବନ ଦୃଶ୍ୟକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି କି ‘ମୁଁ ଏପର‌୍ୟ୍ୟନ୍ତ ଦେଖିନାହିଁ। ମୁଁ ନିଶ୍ଚିତ ଯେ ଲୋକେ ତାଙ୍କୁ ଏହି ଫିଲ୍ମରେ ଖୁବ୍ ଭଲପାଇବା ଦେଇଥିବେ।
ମୁଁ ଧରମଜୀଙ୍କ ପାଇଁ ବହୁତ ଆନନ୍ଦିତ। କାରଣ ସେ ସବୁବେଳେ କ୍ୟାମେରା ସାମ୍ନାରେ ରହିବାକୁ ଖୁବ୍ ଭଲପାଆନ୍ତି। କ୍ୟାମେରା ବିନା ସେ ବଞ୍ଚିପାରିବେ ନାହିଁ।’ ହେମା ଆହୁରି ବି କହିଛନ୍ତି ଅନେକ ସମୟରେ ଧରମଜୀ ଘରେ ବି ବସି ବସି ନିଜର ପୁରୁଣା ଭିଡିଓ ଦେଖି ମୋତେ ପଚାରନ୍ତି କି ମୁଁ କିପରି ଦିଶୁଛି ବୋଲି।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930