Indus Valley Times

ଧାନ ଗଦାରେ ନିଆଁ ଲାଗି ଫସଲ ନଷ୍ଟ

 Breaking News

ଧାନ ଗଦାରେ ନିଆଁ ଲାଗି ଫସଲ ନଷ୍ଟ

December 08
22:42 2020

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୮/୧୨: ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଭଗବାନ ପୁର ଗ୍ରାମରେ ମଙ୍ଗଳବାର ଦିନ ଧାନ ଗଦାରେ ନିଆଁ ଲାଗି ଏକ ଏକର ଧାନ ଫସଲ ନଷ୍ଟ ସୋଇଯାଇଛି। ଭଗବାନ ପୁର ସତ୍ୟବାଦୀ ନାୟକ ଓ ଶରତ ମହାନ୍ତି ବିଲରୁ ଧାନ ଅମଳ କରି ଖଳାରେ ଗଦାମାରି ରଖିଥିଲେ। ଖଳା ପାଖରେ ଏକ ଟ୍ରାନ୍ସଫର୍ମର ଥିବାରୁ ସେଠାରୁ ସର୍ଟ ସର୍କିଟ ହୋଇ ଧାନ ଗଦାରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିଯିବାରୁ ଏକ ଏକରର ଧାନ ନଷ୍ଟ ଫସଲ ନଷ୍ଟ ହୋଇଯାଇଛି। ଖବରପାଇ ଖଣ୍ଡପଡ଼ା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ଯାହା ଫଳରେ ଆଖପାଖରେ ଥିବା ଧାନ ଗଦା ନିଆ ଲାଗିବାରୁ ବର୍ତ୍ତି ଯାଇଥିଲା । ଧାନ ଗଦାରେ ନିଆଁ ଲାଗିଯିବାରୁ ସତ୍ୟବାଦୀ ଓ ଶରତଙ୍କର ବର୍ଷ ଯାକର ପରିଶ୍ରମ ପୋଡି ନଷ୍ଟ ହୋଇଯାଇଛି। ସେମାନଙ୍କୁ ସରକାରୀ ସାହାଯ୍ୟ ଯୋଗାଇଦେବାକୁ ଅଞ୍ଚଳ ବାସି ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031