Indus Valley Times

ଧାନ ଜଗିଥିଲେ ଯୁବକ, ଦଳି ଦେଲା ଦନ୍ତା

 Breaking News

ଧାନ ଜଗିଥିଲେ ଯୁବକ, ଦଳି ଦେଲା ଦନ୍ତା

ଧାନ ଜଗିଥିଲେ ଯୁବକ, ଦଳି ଦେଲା ଦନ୍ତା
April 30
10:08 2023

ଢେଙ୍କାନାଳ,୩୦/୪: ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ କୁରୁମ ଟାଙ୍ଗର ଗାଁରେ ଆଜି ଭୋର ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟ ହୋଇଛି। ମୃତକଙ୍କ ନାଁ ଶ୍ରୀକାନ୍ତ ପରିଡ଼ା।
ଶ୍ରୀକାନ୍ତ ଆଜି ଭୋର ସମୟରେ ଗାଁ ନିକଟ ଜମିରେ ଧାନ ଜଗିଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ।ଗତକାଲି ରାତିରେ ସେ ଧାନ ଜଗିବା ପାଇଁ ଯାଇଥିଲେ। ଚାଷ ଜମି ନିକଟସ୍ଥ ପୋଖରୀ କୂଳରେ ଥିବା ମଣ୍ଡପରେ ସେ ଶୋଇଥିଲେ।
ଭୋର ସମୟରେ ପୋଖରୀକୁ ପାଣି ପିଇବାକୁ ଆସିଥିବା ହାତୀ ତାଙ୍କୁ ଆକ୍ରମଣ କରିଥିଲା। ହାତୀଟି ଶ୍ରୀକାନ୍ତଙ୍କୁ କଚାଡ଼ି ଦେଇଥିଲା। ଏହାଫଳରେ ତାଙ୍କର ଘଟଣାସ୍ଥଳରେ ପ୍ରାଣହାନି ଘଟିଥିଲା। ଖବରପାଇ ବନ ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏଣେ ମୃତକଙ୍କ ପରିବାର ପକ୍ଷରୁ କ୍ଷତିପୂରଣ ଦାବି ହୋଇଛି।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031