Indus Valley Times

ଧାରଣାରେ ବସିଲେ ବସିଲେ ସୌମ୍ୟଙ୍କ ପରିବାର ସଦସ୍ୟ

 Breaking News

ଧାରଣାରେ ବସିଲେ ବସିଲେ ସୌମ୍ୟଙ୍କ ପରିବାର ସଦସ୍ୟ

February 22
16:21 2022

ଭୁବନେଶ୍ୱର,୨୨/୨: ମଡେଲ୍ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣାକୁ ଆଜି ପୂରିଛି ୨୨ ଦିନ । ହେଲେ ଘଟଣାରେ ପୋଲିସ୍ କୌଣସି ପଦକ୍ଷେପ ନେଉନଥିବାରୁ ମଙ୍ଗଳବାର ଦିନ ସୌମ୍ୟଙ୍କ ପରିବାର ଲୋକେ ଭୁବନେଶ୍ୱର ଡିସିପିଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଧାରଣାରେ ବସିଛନ୍ତି ।
ଗତ ଜାନୁଆରୀ ମାସ ୩୦ ତାରିଖରେ ସୌମ୍ୟଙ୍କ ମୃତ୍ୟୁ ହୋଇଥିଲା । ସୌମ୍ୟଙ୍କ ମୃତ୍ୟୁ ପାଇଁ ପରିବାର ଲୋକେ ଦାୟୀ କରୁଥିବା ଯୁବତୀଙ୍କ ବିରୋଧରେ ପୋଲିସ କୌଣସି କାର‌୍ୟ୍ୟାନୁଷ୍ଠାନ ନେଉନଥିବାର ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ।
ଏନେଇ ସୌମ୍ୟଙ୍କ ଭଉଣୀ କହିଛନ୍ତି, ‘ମୋ ଭାଇ ସୁଇସାଇଡ୍ ନୋଟ୍ରେ ଲେଖିଛି ଯେ ତା ମୃତ୍ୟୁ ପଛରେ ସୋନାଲି ଦାୟୀ । ଆଜି ପର‌୍ୟ୍ୟନ୍ତ ପୋଲିସ୍ ଏହି ମାମଲାରେ କୌଣସି ପ୍ରକାରର ଆକ୍ସନ୍ ନେଇ ନାହିଁ । ଏମିତି କି ସୋନାଲିକୁ ଡାକି କାଉନସେଲିଂ ମଧ୍ୟ କରାଯାଇନାହିଁ । ସେଥିପାଇଁ ଆମେ ବାଧ୍ୟ ହୋଇକି ରାଜରାସ୍ତାରେ ଧାରଣାରେ ବସିଛୁ । ଭାଇଙ୍କ ଫୋନ୍ରେ ଯଥେଷ୍ଟ ଏଭିଡେନ୍ସ ଥାଇ ମଧ୍ୟ ପୋଲିସ୍ କୌଣସି ପ୍ରକାରର ପଦକ୍ଷେପ ଗ୍ରହଣ କରୁନାହିଁ । ତେଣୁ ଯେପର‌୍ୟ୍ୟନ୍ତ ସୋନାଲି ଧରା ହୋଇନାହିଁ ଆମେ ସେପର‌୍ୟ୍ୟନ୍ତ ଧାରଣାରେ ବସିବୁ’ ।
ଏନେଇ ସୌମ୍ୟଙ୍କ ମାଆ କହିଛନ୍ତି ଯେ, ଥରେ ନୁହେଁ ଦୁଇ ଥର ଇନ୍ଫୋସିଟି ଥାନା ଓ ଡିସିପି ଅଫିସରେ ଏତଲା ଦେଇ ମଧ୍ୟ ପୋଲିସ କୌଣସି ପ୍ରକାରର ପଦକ୍ଷେପ ଗ୍ରହଣ କରି ନାହିଁ । ପ୍ରଥମତଃ ସୌମ୍ୟ ମୃତ୍ୟୁ ପୂର୍ବରୁ ସୁଇସାଇଡ୍ ନୋଟ୍ରେ ସୋନାଲିକୁ ନିଜ ମୃତ୍ୟୁ ପାଇଁ ଦାୟୀ ବୋଲି ଲେଖିଛି । ଦ୍ୱିତୀୟରେ ମୃତ୍ୟୁ ପୂର୍ବରୁ ସୌମ୍ୟ କିଛି ବଡ଼ ଷ୍ଟେପ୍ ନେବ ବୋଲି ସୋନାଲିର ମାଆକୁ କହିଛି । ହେଲେ ତାଙ୍କ ମାଆ ଏସବୁ ଜାଣିକି ମଧ୍ୟ ମୋତେ ଜଣାଇନଥିଲେ । ଯଦି ସେ ମୋତେ କହିଦେଇଥାନ୍ତେ ହୁଏତ ମୋ ପୁଅକୁ ଆଜି ମୁଁ ହରାଇନଥାନ୍ତି । ଉଭୟ ମାଆ ଝିଅ ଦୁଇ ଜଣ ପ୍ଲାନ୍ କରି ମୋ ପୁଅକୁ ମାରିଛନ୍ତି । ସୋନାଲି ମୋ ପୁଅକୁ ଫୋନ୍ କରି ମାନସିକ ନିର‌୍ୟାତନା ଦେଇଥିବାରୁ ମୋ ପୁଅ ଆତ୍ମହତ୍ୟା କରିଛି । ସୌମ୍ୟ ମୃତ୍ୟୁ ପଛରେ ସମ୍ପୂର୍ଣ୍ଣ ଭାବେ ସୋନାଲି ଓ ତା ମାଆ ହିଁ ଦାୟୀ । ତେଣୁ ଦୁଇ ଜଣଙ୍କୁ ଗିରଫ ନ କରିବା ପର‌୍ୟ୍ୟନ୍ତ ଆମେ ଧାରଣାରୁ ଉଠିବୁ ନାହିଁ ।
ଏହାସହ ସେ କହିଛନ୍ତି ଯେ, ହୁଏତ ସୋନାଲିର ପୋଲିସ୍ ସହ ଭିତିରିଆ କିଛି ସମ୍ପର୍କ ରହିଥାଇପାରେ କି ପୋଲିସ୍ ଉପରେ କୌଣସି ପ୍ରକାରର ଚାପ ପଡୁଥାଇପାରେ । ତେଣୁ ପୋଲିସ୍ କିଛି ଷ୍ଟେପ୍ ନେଉନାହିଁ ।
ତେବେ ଆତ୍ମହତ୍ୟା ପାଇଁ ସୁଇସାଇଡ୍ ନୋଟ୍ରେ ସୌମ୍ୟ ପ୍ରେମିକାଙ୍କୁ ଦାୟୀ କରିବା, ପ୍ରେମିକା ସୋନାଲି ଓ ତାଙ୍କ ମାଆଙ୍କ ସହ କଥା ବେଳେ ସୌମ୍ୟ ପ୍ରତାରଣା ଓ ଆତ୍ମହତ୍ୟା କଥା କହିବା, ଯାହାର ଅଡିଓ ଭାଇରାଲ୍ ହୋଇଥିଲା। ହେଲେ ଏଯାଏ ପ୍ରେମିକାଙ୍କୁ ଜେରା କରାଯାଇ ନଥିବାରୁ କ୍ଷୁବ୍ଧ ହୋଇଛନ୍ତି ସୌମ୍ୟଙ୍କ ପରିବାର ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031