Indus Valley Times

ନକଲି ଔଷଧ କାରବାର ଘଟଣାରେ ରିମାଣ୍ଡରେ ୨ ଅଭିଯୁକ୍ତ ଆଣିଲା କଟକ ପୋଲିସ

 Breaking News

ନକଲି ଔଷଧ କାରବାର ଘଟଣାରେ ରିମାଣ୍ଡରେ ୨ ଅଭିଯୁକ୍ତ ଆଣିଲା କଟକ ପୋଲିସ

ନକଲି ଔଷଧ କାରବାର ଘଟଣାରେ ରିମାଣ୍ଡରେ ୨ ଅଭିଯୁକ୍ତ ଆଣିଲା କଟକ ପୋଲିସ
September 25
15:57 2022

କଟକ, ୨୫/୯ : ନକଲି ଔଷଧ ଵ୍ୟଵସାୟ କାରବାର ଘଟଣା । ଗୟାରୁ ଗିରଫ ଦୁଇ ଅଭିଯୁକ୍ତଙ୍କୁ ଧରି କଟକରେ ପହଞ୍ଚିଲା ପୋଲିସ । ଶନିବାର ଦିନ ଵିହାରର ଗୟାରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ । ଏବେ ଦୁଇ ଅଭିଯୁକ୍ତଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିଛି କଟକ ପୋଲିସ ।
ଖବର ଅନୁଯାୟୀ, କିଛି ଦିନ ତଳେ ଓଡିଶାରେ ନକଲି ଔଷଧ କାରବାର ନେଇ ସୂଚନା ପାଇଥିଲା ପୋଲିସ । ଏହାପରେ ବିଭିନ୍ନ ସ୍ଥାନରେ ଚଢାଉ ମଧ୍ୟ କରିଥିଲେ । ତେବେ ଏହି ଚଢାଉରେ କଟକର କିଛି ବ୍ୟବସାୟୀଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ପରେ ତଦନ୍ତ କରି ଏହି ନକଲି ମେଡିସିନ୍ କାରବାରର ଲିଙ୍କ ରାଜ୍ୟ ବାହାରେ ଥିବା ଜଣାପଡିଥିଲେ ।
ଯାହାକୁ ନେଇ କମିଶନରେଟ୍ ପୋଲିସର ଏକ ଟିମ୍ ବିହାରର ଗୟା ଅଞ୍ଚଳକୁ ଗସ୍ତ କରିଥିଲା । ବିହାର ପୋଲିସ ସହାୟତାରେ ସେଠାରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରିଥିଲା କମିଶନରେଟ୍ ପୋଲିସ । ଆଏ ଦୁଇ ଅଭିଯୁକ୍ତଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣି ଜେରା କରୁଛି ପୋଲିସ ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930