Indus Valley Times

ନକଲି ଟଙ୍କା ଦେଇ ଗାଡ଼ି କିଣିବା ଉଦ୍ୟମ ବେଳେ ଧରିଲା ପୋଲିସ

 Breaking News

ନକଲି ଟଙ୍କା ଦେଇ ଗାଡ଼ି କିଣିବା ଉଦ୍ୟମ ବେଳେ ଧରିଲା ପୋଲିସ

October 20
22:57 2020

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୨୦/୧୦: ନୟାଗଡ଼ ସହରରୁ ଏକ ନକଲି ଟଙ୍କା ଛପା କାରଖାନା ଠାବ। ସହର ରୁ ଜବତ ହେଲା ନକଲି ପାଞ୍ଚ ଶହ ଟଙ୍କିଆ ନୋଟ୍। ୧ ଲକ୍ଷ ୨୫ ହଜାର ଟଙ୍କା ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରିଛି ନୟାଗଡ଼ ଟାଉନ ଥାନା ପୋଲିସ। ଘଟଣାରୁ ପ୍ରକାଶ ଖଣ୍ଡପଡ଼ା ବ୍ଲକ ର ଦୁଇଜଣ ନୟାଗଡ଼ ରାଜା ବଗିଚା ଅଞ୍ଚଳରେ ଭଡ଼ାଘରେ ରୁହନ୍ତି। ସେମାନେ ଏକ ବାଇକ୍ କିଣିବାପାଇଁ ଶୋ ରୁମ୍ ରେ ପହଞ୍ଚି ଥିଲେ । ଶୋ ରୁମ୍ ରେ ସେମାନେ ୧ ଲକ୍ଷ ୩୦ ହଜାର ଟଙ୍କା ଦେଇଥିଲେ। ସେଥିମଧ୍ୟରୁ ପାଞ୍ଚ ହଜାର ଟଙ୍କା ଅସଲି ଥିବାବେଳେ ଅନ୍ୟ ସବୁ ଟଙ୍କା ନକଲି ଥିଲା। ଶୋ ରୁମ୍ ପକ୍ଷରୁ ଖବର ପାଇ ଟାଉନଥାନା ପୋଲିସ ଟଙ୍କା ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିବା ସହ ସେ ରହୁଥିବା ଭଡା ଘରେ ଚଢ଼ାଉ କରି ଜାଲ ନୋଟ୍ ତିଆରି ହେଉଥିବା ଯନ୍ତ୍ରାଂଶ ଜବତ କରିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031