Indus Valley Times

ନଦୀରେ ଭାସିଯାଇ ୭୩ଟି ମଇଁଷିଙ୍କ ମୃତ୍ୟୁ; ବିପୁଳ କ୍ଷତି ସହିଲେ ୩ଜଣ ଦୁଗ୍ଧଚାଷୀ

 Breaking News

ନଦୀରେ ଭାସିଯାଇ ୭୩ଟି ମଇଁଷିଙ୍କ ମୃତ୍ୟୁ; ବିପୁଳ କ୍ଷତି ସହିଲେ ୩ଜଣ ଦୁଗ୍ଧଚାଷୀ

ନଦୀରେ ଭାସିଯାଇ ୭୩ଟି ମଇଁଷିଙ୍କ ମୃତ୍ୟୁ; ବିପୁଳ କ୍ଷତି ସହିଲେ ୩ଜଣ ଦୁଗ୍ଧଚାଷୀ
August 17
17:27 2025

କେନ୍ଦ୍ରାପଡ଼ା, ୧୭/୮ : କେନ୍ଦ୍ରାପଡ଼ା ଜିଲାର ଆଳି ଥାନା ଅନ୍ତର୍ଗତ ଏକମାଣିଆ ଓ ନଳପାହି ଗ୍ରାମରେ ଏକ ଦୁଃଖଦ ଘଟଣାରେ ପ୍ରାୟ ୬୦ରୁ ଅଧିକ ମଇଁଷିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ମଇଁଷିମାନେ ଚରିବାକୁ ଯିବା ସମୟରେ ନଦୀରୁ ବାହାରିଥିବା ଏକ ଶାଖା ନଦୀ ଦକ୍ଷିଣଡିହା (ଗଳିଆ) ନାମକ ସ୍ଥାନରେ ପଶି ଯାଇଥିଲେ।
ଏପର୍ଯ୍ୟନ୍ତ ୩୦ରୁ ଅଧିକ ମଇଁଷିଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଗ୍ରାମବାସୀମାନେ ନଦୀରେ ବୋଟ ସାହାଯ୍ୟରେ ଅନ୍ୟ ମଇଁଷିଙ୍କୁ ଖୋଜିବା ଜାରି ରଖିଛନ୍ତି। ଏତେ ବଡ଼ ସଂଖ୍ୟାରେ ମଇଁଷିଙ୍କ ମୃତ୍ୟୁର ପ୍ରକୃତ କାରଣ ଏପର‌୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ମଇଁଷି ମାଲିକ ଗଣେଶ ଦାସ, ଜଗନ୍ନାଥ ଦାସ ଏବଂ ପରମାନନ୍ଦ ବିଶ୍ୱାଳ ପ୍ରମୁଖ ଏହି ଘଟଣା ପଛରେ କୁମ୍ଭୀର ଆକ୍ରମଣର ସମ୍ଭାବନା ଥାଇପାରେ ବୋଲି ସନ୍ଦେହ ପ୍ରକାଶ କରିଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଦେଖାଦେଇଛି। ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ଓ ଆବଶ୍ୟକ ପଦକ୍ଷେପ ନେବା ଦାବି ହେଉଛି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031