Indus Valley Times

ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀରେ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ନିଶାମୁକ୍ତ ଅଭିଯାନ

 Breaking News

ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀରେ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ନିଶାମୁକ୍ତ ଅଭିଯାନ

ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀରେ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ନିଶାମୁକ୍ତ ଅଭିଯାନ
November 23
18:32 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା , ୨୩/୧୧: ଓଡ଼ିଶାର ଭୂତପୂର୍ବ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ ପାଳନ ଅବସରରେ ବରିଷ୍ଠ ନାଗରିକ ମଞ୍ଚ, ଖୋର୍ଦ୍ଧା ତରଫରୁ ଶତାଧିକ ସଦସ୍ୟଙ୍କ ଶୋଭାଯାତ୍ରା ସହର ପରିକ୍ରମା କରି ନିଶାମୁକ୍ତ ପରିବାର ଗଠନ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ। ଏହି ଉଦ୍ଦେଶ୍ୟରେ ଶ୍ରୀରାମ ନଗର ସ୍ଥିତ କାର୍ଯ୍ୟାଳୟରୁ ଶୋଭାଯାତ୍ରା ବାହାରିଥିଲା। ଏହା ପୂର୍ବରୁ ସଭାଗୃହରେ ଆୟୋଜିତ ବୈଠକରେ ଋଷି ପ୍ରତିମ ଜନନେତା ନବକୃଷ୍ଣ ଚୌଧୁରୀଙ୍କ ଫଟ ଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରି ନିଶାମୁକ୍ତ ଓଡ଼ିଶା ଗଠନ ନିମନ୍ତେ ତାଙ୍କ ପ୍ରୟାସ ରାଜ୍ୟବାସୀଙ୍କ ପାଇଁ ଆଜି ବଡ ଆହ୍ୱାନ ବୋଲି ବରିଷ୍ଠ ନାଗରିକ ମଞ୍ଚ ସମ୍ପାଦକ ରାମଶଙ୍କର ପ୍ରକାଶ କରିଥିଲେ।
ବରିଷ୍ଠ ନାଗରିକ ମଞ୍ଚର ସଦସ୍ୟ ବୃନ୍ଦ \”ମାଦକଦ୍ରବ୍ୟ ମୁକ୍ତ ପରିବାର ଗଠନ\” କରିବା ଦିଗରେ ଜନସଚେତନତା କାର୍ଯ୍ୟକ୍ରମକୁ ନିରବଛିନ୍ନ ଭାବେ କରିବାକୁ ସନ୍ତୋଷ କୁମାର ଦାସ, ରବିନ୍ଦ୍ର କୁମାର ସାହୁ, ହରମୋହନ ମହାପାତ୍ର, ନବୀନ ସାମନ୍ତସିଂହାର, ରତ୍ନାକର ରଣସିଂହ, ନବକିଶୋର ମହାପାତ୍ର, ଗଦାଧର ଗୋଛି, ଅଞ୍ଜନ କୁମାର ରାୟ, ବିପିନ ବିହାରୀ ମିଶ୍ର, ସତ୍ୟବ୍ରତ ଦାସ, ଗଗନ ବିହାରୀ ପାଣିଗ୍ରାହୀ, ମାୟାଧର ପ୍ରଧାନ,ବିଜୟ କୁମାର ପଣ୍ଡା ପ୍ରମୁଖ ଅନୁରୋଧ କରିଥିଲେ।
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଜନସଚେତନତା କାର୍ଯ୍ୟକ୍ରମ, ଶିକ୍ଷାନୁଷ୍ଠାନରେ ନିଶାମୁକ୍ତ ପରିବେଶ ସୃଷ୍ଟି ଉପରେ ଗୁରୁତ୍ବ ଦିଆଯାଉ ଥୁବା ବେଳେ ମଦ ପ୍ରସ୍ତୁତ କାରଖାନା ସଂଖ୍ୟା ଓ ସରକାରଙ୍କ ଦ୍ବାରା ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ ସଂଖ୍ୟା ପର୍ଯ୍ୟାୟକ୍ରମେ ପ୍ରତି ବର୍ଷ
କମାଇ ଚାଲିଲେ \”ନିଶାମୁକ୍ତ ଭାରତ\” ନାରା ବାସ୍ତବ ରୂପ ନେବ ବୋଲି ଜୟନ୍ତୀ ସଭାରେ ମତ ପ୍ରକାଶ ପାଇଥିଲା।
ରାଜ୍ୟ ଆର୍ଥିକ ପରିଚାଳନାକୁ ବିଶ୍ଲେଷଣ କରି ଅର୍ଥନୀତିଜ୍ଞ ଓ ସାମାଜିକ କର୍ମୀ ପ୍ରମାଣ କରି ସାରିଛନ୍ତି ଯେ ପ୍ରତିବର୍ଷ ରାଜ୍ୟ ସରକାର ଆଦାୟ କରୁଥୁବା ଅବକାରୀ ରାଜସ୍ବର ଦଶ ଗୁଣରୁ ଅଧିକ ଅର୍ଥ ନିଶାଗ୍ରସ୍ତ ବ୍ୟକ୍ତିଙ୍କ ଦ୍ବାରା ସୃଷ୍ଟି ହେଉଥୁବା ନିଜସ୍ବ ସ୍ବାସ୍ଥ୍ୟଗତ ସମସ୍ୟା, ଆଇନ ଶୃଙ୍ଖଳ ଭଙ୍ଗ ଯୋଗୁଁ ସାମାଜିକ ସମସ୍ୟା, ଥାନା ଓ କୋର୍ଟରେ ବର୍ଦ୍ଧିତ କେଶ୍ ସଂଖ୍ୟା, ସଡକ ଦୁର୍ଘଟଣା, ନାରୀ ନିର୍ଯ୍ୟାତନା ହ୍ରାସ ଦିଗରେ ଅର୍ଥ ଖର୍ଚ୍ଚ କରୁଛନ୍ତି। ନିଶାଗ୍ରସ୍ତ ଯୁବବର୍ଗ ଉଶୃଙ୍ଖଳ ହୋଇ ପଡିଲେ ସମାଜ ନଷ୍ଟ ହୋଇଯିବ। ସଚେତନ ନାଗରିକ ବର୍ଗଙ୍କୁ ସାଥିରେ ସାମିଲ କରି ମିଳିତ ଭାବେ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଅନୁରୋଧ କରାଯାଇଅଛି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031