Indus Valley Times

ନବସୃଜନ ଓ ଗ୍ରାହକ ବିଶ୍ୱାସ ଜରିଆରେ ବିଦ୍ୟୁତ୍ ବଂଟନରେ ନୂଆ ମାନଦଣ୍ଡ ସ୍ଥାପନ କରିଛି ଟିପିଏନ୍‌ଓଡିଏଲ୍‌

 Breaking News

ନବସୃଜନ ଓ ଗ୍ରାହକ ବିଶ୍ୱାସ ଜରିଆରେ ବିଦ୍ୟୁତ୍ ବଂଟନରେ ନୂଆ ମାନଦଣ୍ଡ ସ୍ଥାପନ କରିଛି ଟିପିଏନ୍‌ଓଡିଏଲ୍‌

ନବସୃଜନ ଓ ଗ୍ରାହକ ବିଶ୍ୱାସ ଜରିଆରେ ବିଦ୍ୟୁତ୍ ବଂଟନରେ ନୂଆ ମାନଦଣ୍ଡ ସ୍ଥାପନ କରିଛି ଟିପିଏନ୍‌ଓଡିଏଲ୍‌
September 15
18:30 2025

ସୁଦାମ ପାତ୍ରଙ୍କ ରିପୋର୍ଟ
ବାଲେଶ୍ୱର, ୧୫/୯ : ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନ୍‌ଓଡିଏଲ୍‌) ଡିଜିଟାଲ୍ ରୂପାନ୍ତରଣ ଓ ଗ୍ରାହକ ପ୍ରଥମ ଅଭିଯାନକୁ ଏକତ୍ରୀତ କରି ବିଦ୍ୟୁତ୍ ବଂଟନ କ୍ଷେତ୍ରରେ ନୂତନ ମାନଦଣ୍ଡ ନିର୍ଧାରଣ କରିଛି।
ଗତ ଚାରି ବର୍ଷରେ କମ୍ପାନି ବିଲିଂ ହେଉଥିବା ୟୁନିଟ୍‌ରେ ପ୍ରାୟ ୪୯ ପ୍ରତିଶତ ଏବଂ କଲେକ୍ସନରେ ୬୧ ପ୍ରତିଶତରୁ ଅଧିକ ବୃଦ୍ଧି ହାସଲ କରିଥିବା ବେଳେ ଏଟିଆଣ୍ଡ୍‌ସି କ୍ଷତିକୁ ୧୬.୬୧ ପ୍ରତିଶତ କମ୍ କରିପାରିଛି ଯାହା ଗ୍ରାମୀଣ ଭାରତରେ ପରିଚାଳିତ ଡିସ୍‌କମ୍‌ଗୁଡ଼ିକ ପାଇଁ ଏକ ନୂଆ ମାନଦଣ୍ଡ ସଦୃଶ।
ବାଣିଜ୍ୟିକ ପ୍ରଦର୍ଶନକୁ ସୁଦୃଢ଼ କରିବା ପାଇଁ ଟିପିଏନ୍‌ଓଡିଏଲ୍ ପକ୍ଷରୁ ଅନ ସ୍ପଟ୍ ବିଲ୍ ସଂଶୋଧନ, ଏଆଇ ଆଧାରିତ ମିଟର ରିଡିଂ, ବାଣିଜ୍ୟିକ ପ୍ରକ୍ରିୟାର ଡିଜିଟାଲ୍‌କରଣ ଏବଂ ଗ୍ରାହକଙ୍କ ଅଭିଯୋଗର ଟ୍ରାକିଂ ଭଳି ଅଭିଯାନର ଶୁଭାରମ୍ଭ କରାଯାଇଛି।
ଏହି ଉଦ୍ୟମଗୁଡ଼ିକ ସ୍ୱଚ୍ଛତା, ଶୃଙ୍ଖଳାରେ ଉନ୍ନତି ଏବଂ କଲେକ୍ସନରେ ଅନ୍ତର୍ଭୁକ୍ତୀକରଣ ଆଣିପାରିଛି। ସମଗ୍ର ପରିଚାଳନାରେ ଉତରଦାୟିତ୍ୱ ସୁନିଶ୍ଚିତ କରିବା ପାଇଁ କମ୍ପାନି ପକ୍ଷରୁ ବାସ୍ତବ ସମୟ ଡ୍ୟାସବୋର୍ଡ ଓ ନିରୀକ୍ଷଣ ବ୍ୟବସ୍ଥା କରାଯାଇଛି। .
ବିବିଧ ଟଚ୍‌ପଏଂଟ୍‌, ଗ୍ରାହକ ସେବା କେନ୍ଦ୍ର, ଅନୁଭବ କେନ୍ଦ୍ର, ବହୁଭାଷୀ କଲ୍ ସେଂଟର ଓ ଡିଜିଟାଲ୍ ଆପ୍ ଜରିଆରେ ଗ୍ରାହକ ସୁବିଧାରେ ଉନ୍ନତି ଅଣାଯାଇଥିବା ବେଳେ ବିଦ୍ୟୁତ୍ ସେବାକୁ ପରିବାର ଓ ଶିଳ୍ପଗୁଡ଼ିକର ନିକଟତର କରାଯାଇଛି।
କମ୍ପାନି ପକ୍ଷରୁ ଶିଳ୍ପ ସଂଯୋଗ ଏବଂ ଗ୍ରାମାଚଂଳ ଓ ଆଦିବାସୀ ଅଂଚଳରେ ବିଦ୍ୟୁତ୍‌କରଣକୁ ତ୍ୱରାନ୍ୱିତ କରାଯାଇଛି ଯାହା ଓଡ଼ିଶାର ଶିଳ୍ପ ଅଭିବୃଦ୍ଧି ଓ ଅନ୍ତର୍ଭୁକ୍ତୀକରଣ ବିକାଶ ପ୍ରତି ଯୋଗଦାନ କରିଛି। ଏଥି ସହିତ ସ୍କୁଲ ଓ କଲେଜରେ ଆଉଟ୍‌ରିଚ୍ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶକ୍ତି ସଚେତନତା ସୃଷ୍ଟି କରିବାରେ ସହାୟକ ହୋଇଛି।
ଏହି ଯାତ୍ରା ଉପରେ ଆଲୋକପାତ କରି ଟିପିଏନ୍‌ଓଡିଏଲ୍‌ର ସିଇଓ ଗଜାନନ କାଲେ କହିଛନ୍ତି ଯେ, “ଆମର ଧ୍ୟାନ ହେଉଛି ଏକ ଭବିଷ୍ୟତଧର୍ମୀ ଓଡ଼ିଶା ଗଠନ କରିବା।
ଆମେ ୧୦୦% ସ୍ମାର୍ଟ ମିଟରିଂ, ଏଟିଆଣ୍ଡସି କ୍ଷତିରେ ଉଲ୍ଲେଖନୀୟ ହ୍ରାସ ଏବଂ ଡିଜିଟାଲ୍ ପ୍ରଥମ ଗ୍ରାହକ ସେବା ଦିଗରେ କାମ କରୁଛୁ। ୨୪ ଘଂଟିଆ ଭରସାଯୋଗ୍ୟ, ସୁଲଭ ଓ ସ୍ଥାୟୀ ବିଦ୍ୟୁତ୍ ଶକ୍ତିକୁ ନେଇ ରାଜ୍ୟର ରହିଥିବା ଲକ୍ଷ୍ୟ ପ୍ରତି ଆମେ ପ୍ରତିବଦ୍ଧ ରହିଛୁ ଯାହା ଶିଳ୍ପକୁ ଆଗକୁ ବଢ଼ିବା, ଗ୍ରାମଗୁଡ଼ିକୁ ସମୃଦ୍ଧ କରିବା ଏବଂ ଓଡ଼ିଶା ପ୍ରଗତିରୁ ପ୍ରତି ନାଗରିକଙ୍କୁ ଲାଭବାନ ହେବାରେ ସକ୍ଷମ କରିଛି।’’
ପ୍ରଯୁକ୍ତି ଆଧାରିତ ବ୍ୟବସ୍ଥା ଓ ଗ୍ରାହକ କୈନ୍ଦ୍ରୀକ ସେବା ସହିତ ଟିପିଏନ୍‌ଓଡିଏଲ୍ ଓଡ଼ିଶାରେ ବିଦ୍ୟୁତ୍ ବଂଟନକୁ ପୁନଃ ଆକାର ପ୍ରଦାନ କରିଛି। ସ୍ମାର୍ଟ ବିଲିଂଠାରୁ ଗ୍ରାମୀଣ ବିଦ୍ୟୁତ୍‌କରଣ ପର୍ଯ୍ୟନ୍ତ ଏହାର ଅଭିଯାନଗୁଡ଼ିକ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ସହ ସ୍ୱଚ୍ଛତାରେ ଉନ୍ନତି ଆଣିଛି ଏବଂ ସମଗ୍ର ଅଂଚଳରେ ଅନ୍ତର୍ଭୁକ୍ତୀକରଣ ବିକାଶକୁ ସୁନିଶ୍ଚିତ କରିପାରିଛି।
ଏଆଇ ଆଧାରିତ ବିଲିଂ, ସ୍ମାର୍ଟ ମିଟରିଂ, ଡିଜିଟାଲ୍ ଅଭିଯାନ ଏବଂ ଗ୍ରାମୀଣ ଆଉଟ୍‌ରିଚ୍ କାର୍ଯ୍ୟକ୍ରମ ଗ୍ରାହକ ସନ୍ତୁଷ୍ଟିରେ ଉନ୍ନତି ଆଣିବା ସହ ଏଟିଆଣ୍ଡ୍‌ସି କ୍ଷତିରେ ୧୬.୬୧% ହ୍ରାସ କରିଛି
ଟିପିଏନ୍‌ଓଡିଏଲ୍‌ର ବାଣିଜ୍ୟ ଉତ୍କର୍ଷ ଯାତ୍ରାର ମୁଖ୍ୟାଂଶ:
ବିଲିଂ ୟୁନିଟ୍‌ରେ ୪୮.୭୯% ବୃଦ୍ଧି (୨୦୨୧-୨୨ରୁ ୨୦୨୪-୨୫); ୩୮.୭୧%ର ଇନ୍‌ପୁଟ୍ ଶକ୍ତି ଅଭିବୃଦ୍ଧିଠାରୁ ଅଧିକ
୨୦୨୧-୨୨ ଆର୍ଥିକ ବର୍ଷ ପରଠାରୁ ଏଟିଆଣ୍ଡ୍‌ସି କ୍ଷତିରେ ୧୬.୬୧% ହ୍ରାସ, ୨୦୨୪-୨୫ ପାଇଁ ଉଭୟ ପ୍ରତିବଦ୍ଧ ଓ ନିୟାମକ ଲକ୍ଷ୍ୟଠାରୁ ଅଧିକ ।
ଡାଟା ସାନିଟାଇଜେସନ୍‌, ବିଲ ସଂଶୋଧନ ପରି ଦୃଢ଼ ଅଭିଯାନ ଜରିଆରେ ସ୍ୱଚ୍ଛତାରେ ଉନ୍ନତି ଆଣିଛି
ଗ୍ରାହକଙ୍କୁ ସଠିକ୍ ବିଲିଂ ପାଇଁ ୮.୫ ଲକ୍ଷ ମିଟର ପରିବର୍ତନ କରାଯାଇଛି ।
ଗ୍ରାହକଙ୍କ ପାଇଁ ସ୍ମାର୍ଟ ମିଟର ପ୍ରଚଳନ, ଭାରତ ସରକାରଙ୍କ ୧୦୦% କଭରେଜ୍ ରୋଡ୍‌ମ୍ୟାପ୍ ଅନୁସାରେ ରୋଡ୍‌ମ୍ୟାପ୍ ପ୍ରସ୍ତୁତ ।
ଡିଜିଟାଲ ଅଭ୍ୟସ୍ତ ଗ୍ରାହକମାନଙ୍କ ସୁବିଧା ପାଇଁ ୟୁପିଆଇ, ପେମେଂଟ ଗେଟୱେ, ଚେକ୍‌, କ୍ୟୁଆର୍ କୋଡ୍ ଭଳି ବହୁବିଧ ଡିଜିଟାଲ୍ ପେମେଂଟ୍ ପ୍ଳାଟଫର୍ମର ଶୁଭାରମ୍ଭ ।
ମୋବାଇଲ୍ ଟଚ୍ ପଏଂଟ୍ (ଏମଟିପି), ଅନୁଭବ କେନ୍ଦ୍ର ଓ ବହୁଭାଷୀ କଲ ସେଂଟର ଜରିଆରେ ଗ୍ରାହକ ପ୍ରଥମ ଟଚପଏଂଟ୍‌ର ସମ୍ପ୍ରସାରଣ ।
ତ୍ୱରିତ ନୂଆ ଶିଳ୍ପ ସଂଯୋଗ ସମେତ ଏଲ୍‌ଟି ସଂଯୋଗ ଓ ଗ୍ରାମୀଣ ବିଦ୍ୟୁତ୍‌କରଣ, ଅନ୍ତର୍ଭୁକ୍ତୀକରଣ ଅଭିବୃଦ୍ଧିକୁ ଆଗକୁ ବଢ଼ାଇଛି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031