Indus Valley Times

ନବ ଦାସଙ୍କୁ କେମିତି ହତ୍ୟା କରିଥିଲା, ବନ୍ଧୁକ ଧରି ଡେମୋ ଦେଖାଇଲା ଗୋପାଳ

 Breaking News

ନବ ଦାସଙ୍କୁ କେମିତି ହତ୍ୟା କରିଥିଲା, ବନ୍ଧୁକ ଧରି ଡେମୋ ଦେଖାଇଲା ଗୋପାଳ

ନବ ଦାସଙ୍କୁ କେମିତି ହତ୍ୟା କରିଥିଲା, ବନ୍ଧୁକ ଧରି ଡେମୋ ଦେଖାଇଲା ଗୋପାଳ
February 07
19:46 2023

ଝାରସୁଗୁଡା,୭/୨: ସ୍ପଷ୍ଟ ଦିବାଲୋକରେ ସମସ୍ତଙ୍କ ସମ୍ମୁଖରେ ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାରି ହତ୍ୟା କରିଥିବା ଏଏସ୍ଆଇ ଗୋପାଳ ଦାସ କ୍ରାଇମବ୍ରାଞ୍ଚ ହେପାଜତରେ ରହିଛି।
ତଥାପି ହତ୍ୟାର କାରଣ ନେଇ ମୁହଁ ଖୋଲୁନି କ୍ରାଇମବ୍ରାଞ୍ଚ। ଘଟଣା ପଛର ରହସ୍ୟ କଣ ଏମିତି ଅଛି ଯେ, କ୍ରାଇମବ୍ରାଞ୍ଚ ସତ କାଢ଼ିପାରୁନି? ଏହି ପ୍ରସଙ୍ଗକୁ ନେଇ ସାଧାରଣରେ ଚର୍ଚ୍ଚା ବଢ଼ୁଛି। ଏହାରି ଭିତରେ ଆଜି ଅଭିଯୁକ୍ତ ଗୋପାଳଙ୍କୁ ନେଇ ସିନ ରିକ୍ରିଏସନ କରାଇଛି କ୍ରାଇମବ୍ରାଞ୍ଚ ।
ବ୍ରଜରାଜନଗରର ଗାନ୍ଧୀ ଛକକୁ ଗୋପାଳକୁ ନେଇ କ୍ରାଇମବ୍ରାଞ୍ଚ କ୍ରାଇମ ସ୍ପଟକୁ ଯାଇଥିବାବେଳେ କେମିତି ହତ୍ୟା କରିଥିଲା ଗୋପାଳ ଦେଖାଇଛି । ମିଳିଥିବା ସୂଚନା ମୁତାବକ ସିନ ରିକ୍ରିଏସନ ପାଇଁ ଘଟଣା ଦିନ ଯେଉଁ ଗାଡି ଯେଉଁ ସ୍ଥାନରେ ଥିଲା ସେନେଇ କ୍ରମରେ ରଖାଯାଇଥିଲା ।
ନବ ଦାସ ବସିଥିବା ଗାଡି ସହ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଗାଡିକୁ ମଧ୍ୟ ଅଣାଯାଇଥିଲା । ନବ ଦାସ ବସିଥିବା ସ୍ଥାନରେ ଜଣେ ବ୍ୟକ୍ତିଙ୍କୁ ବସାଯାଇଥିଲା । ଏହାପରେ ଗୋପାଳକୁ ଅଣାଯାଇଥିଲା ।
ଗୋପାଳ କିଭଳି ବନ୍ଧୁକ ଧରିଥିଲା ଓ ଗୁଳି ମାରିଥିଲା ତାହା ଖେଳନା ବନ୍ଧୁକ ମାଧ୍ୟମରେ ଦେଖାଇଛି । ଉଲ୍ଲେଖ ଥାଉ କି ଏକ କାର୍ଯ୍ୟକ୍ରମକୁ ଯାଉଥିବାବେଳେ ଗତ ରବିବାର ୨୯ ତାରିଖ ଦିନ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରାଯାଇଥିଲା। ପୁଲିସ ଏଏସଆଇ ଗୋପାଳ ଦାସ ତାଙ୍କୁ ଗୁଳି ମାରି ହତ୍ୟା କରିଥିଲେ ।
ଏହି ହାଇପ୍ରୋଫାଇଲ ହତ୍ୟାକାଣ୍ଡର କାରଣ ଜାଣିବା ପାଇଁ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚକୁ ଦାୟିତ୍ବ ଅର୍ପଣ କରିଥିବା ବେଳେ ଏହି ତଦନ୍ତ ପ୍ରକ୍ରିୟାକୁ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାପତି ଜେ. ପି. ଦାସ ତଦାରଖ କରୁଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031