Indus Valley Times

ନଭେମ୍ବର ପହିଲାରୁ ଆରମ୍ଭ ହେବ ଭୋଟର ତାଲିକା ସଂଶୋଧନ

 Breaking News

ନଭେମ୍ବର ପହିଲାରୁ ଆରମ୍ଭ ହେବ ଭୋଟର ତାଲିକା ସଂଶୋଧନ

October 30
18:58 2021

ଭୁବନେଶ୍ୱର,୩୦/୧୦: ନଭେମ୍ବର ପହିଲାରୁ ଆରମ୍ଭ ହେବ ଭୋଟର ତାଲିକା ସଂଶୋଧନ। ଜଣେ ବ୍ୟକ୍ତି ଘରେ ବସି ନିର୍ଭୁଲ ଭାବେ Voter Helpline ଆପ୍ ମାଧ୍ୟମରେ ଆବେଦନ କରିପାରିବେ।
ଆବେଦନ ସରିବା ପରେ ଜାନୁଆରୀ ୬ ତାରିଖରେ ପ୍ରକାଶ ପାଇବ ଚୂଡାନ୍ତ ଭୋଟର ତାଲିକା। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ସୂଚନା ଦେଇଛନ୍ତି।
ସୁଶୀଲ କୁମାର ଲୋହାନିଙ୍କ କହିବା ଅନୁସାରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଜାନୁଆରୀ ୧ ତାରିଖରୁ ଆରମ୍ଭ ହେବ। ୨୦୨୨ ଜାନୁଆରୀ ସୁଦ୍ଧା ୧୮ ବର୍ଷ ହେଉଥିବା ବ୍ୟକ୍ତିମାନେ ଏଥିରେ ସାମିଲ ହୋଇପାରିବେ।
ଏହାଛଡ଼ା ଯେଉଁମାନେ ନାଁ ଭୋଟର୍ ଲିଷ୍ଟରୁ କାଟିବାକୁ ଚାହୁଁଥିବେ କିମ୍ୱା କୌଣସି ତ୍ରୁଟି ଥିବ ବା ଭୋଟ୍ ଦେବାକୁ ଯୋଗ୍ୟ ହୋଇଥିବେ, ମାତ୍ର ତାଲିକାରେ ନାଁ ନାହିଁ, ସେମାନେ ଚାହିଁଲେ ସଂଶୋଧନ କରିପାରିବେ। ସେହିପରି କୌଣସି ବ୍ୟକ୍ତି ଯଦି ଚାହିଁବେ, ସେମାନଙ୍କ ଫଟୋ, ଜନ୍ମ ତାରିଖ ବା ଅନ୍ୟ କିଛି ପରିବର୍ତ୍ତନ କରିପାରିବେ ବୋଲି ଲୋହାନି କହିଛନ୍ତି।
ଲୋହାନୀ ଆହୁରି ମଧ୍ୟ କହିଛନ୍ତି, ପୂର୍ବରୁ ଏହା ଅଫ୍ ଲାଇନରେ କରାଯାଉଥିଲା। ଚଳିତଥର ଏହି ବ୍ୟବସ୍ଥା ଅନ୍ଲାଇନରେ କରାଯିବ। Voter Helpline ଆପ୍ ମଧ୍ୟମରେ ଲୋକମାନେ ସଂଶୋଧନ କରି ପାରିବେ। ଏଥିପାଇଁ ନିର୍ଦ୍ଦିଷ୍ଟ କିଛି ପ୍ରମାଣପତ୍ର ଦେବାକୁ ପଡ଼ିବ।
ଏହା ପରେ ସରକାରୀ ଅଧିକାରୀମାନେ ଘରକୁ ଯାଇ ଆପଣକୁ କାର୍ଡ ଯୋଗାଇ ଦେବେ କିମ୍ୱା ସ୍ପିଡ୍ ପୋଷ୍ଟ ମଧ୍ୟମରେ ଘରକୁ ଭୋଟର ପରିଚୟପତ୍ର ପଠାଯିବ ବୋଲି ଲୋହାନି କହିଛନ୍ତି।
ଏହାଛଡ଼ା ନଭେମ୍ବର ୭ ଓ ୨୧ ତାରିଖ ଅର୍ଥାତ ଏହି ମାସର ପ୍ରଥମ ଓ ତୃତୀୟ ରବିବାର ଦିନ ସରକାରୀ ଅଧିକାରୀମାନେ ବୁଥ୍ରେ ରହିବେ। ଲୋକମାନେ ସେଠାକୁ ଯାଇ ଭୋଟର ତାଲିକା ସଂଶୋଧନ କରିପାରିବେ। ତେବେ ଉପାନ୍ତ ଅଞ୍ଚଳ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ନଭେମ୍ବର ୧ ତାରିଖରୁ ଆରମ୍ଭ ହେଉଥିବା ପ୍ରକ୍ରିୟା ଏକ ମାସ ଧରି ଚାଲିବ ବୋଲି ସେ କହିଛନ୍ତି।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି କହିଛନ୍ତି, ଏକ ମାସ ମଧ୍ୟରେ ଲୋକମାନେ ସଂଶୋଧନ ପାଇଁ ଆବେଦନ କରି ପାରିବେ।
ଏହାର ତର୍ଜମା ପାଇଁ ୨୦ ଦିନ ସମୟ ଲାଗିବ। ଜାନୁଆରୀ ୬ ତାରିଖରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଦୁଇଟି ଭୋଟର କାର୍ଡ଼ ଥିବା ଏକ ଲକ୍ଷ ଲୋକଙ୍କୁ ଆମେ ଅଟୋ ମେକାନିଜମ୍ ଦ୍ୱାରା ବାଦ ଦେଇ ସାରିଛୁ। ଆହୁରି ୪ ଲକ୍ଷ ଆବେଦନ ବର୍ତ୍ତମାନ ସୁଦ୍ଧା ରହିଛି ବୋଲି ଲୋହାନି କହିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031