Indus Valley Times

ନାବାଳିକା ଦୁଷ୍କର୍ମକାରୀକୁ ଫାଶୀ ଦଣ୍ଡାଦେଶ, ୧୦ଲକ୍ଷ ଟଙ୍କା ଦେବେ ଜରିମାନା

 Breaking News

ନାବାଳିକା ଦୁଷ୍କର୍ମକାରୀକୁ ଫାଶୀ ଦଣ୍ଡାଦେଶ, ୧୦ଲକ୍ଷ ଟଙ୍କା ଦେବେ ଜରିମାନା

ନାବାଳିକା ଦୁଷ୍କର୍ମକାରୀକୁ ଫାଶୀ ଦଣ୍ଡାଦେଶ, ୧୦ଲକ୍ଷ ଟଙ୍କା ଦେବେ ଜରିମାନା
October 19
18:53 2023

ସୁନ୍ଦରଗଡ଼,୧୯/୧୦: ମାଆ ପାଖରେ ଶୋଇଥିଲା ୪ ବର୍ଷ କୁନି ଝିଅ। ରାତି ଅଧରେ ତାକୁ ଘରୁ ଉଠାଇ ଆଣି ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ସୁନ୍ଦରଗଡ଼ ସ୍ୱତନ୍ତ୍ର ପକ୍ସୋ କୋର୍ଟ ମାମଲା ବିଚାର କରି ଅଭିଯୁକ୍ତକୁ ଫାଶି ଦଣ୍ଡାଦେଶ ଶୁଣାଇଛନ୍ତି।
୨୦୧୬ ମସିହା ଅକ୍ଟୋବର ୨୧ ତାରିଖ ରାତିରେ ମାଆ ଓ ବଡ଼ ଭଉଣୀ ସହିତ ଶୋଇଥିଲା ୪ ବର୍ଷର ବାପ ଛେଉଣ୍ଡ କୁନି ଝିଅ। ହେଲେ ରାତିରେ ନିଦ ଭାଙ୍ଗିଲା ବେଳକୁ ପାଖରେ ଝିଅ ନଥିଲା। ତେଣୁ ଝିଅକୁ ଚାରିଆଡ଼େ ଖୋଜାଖୋଜି କରିଥିଲେ ମାଆ। ମାତ୍ର ତାଙ୍କର ପତ୍ତା ପାଇନଥିଲେ। ୨୨ ତାରିଖରେ ଏନେଇ ସୁନ୍ଦରଗଡ଼ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ ନାବାଳିକାଙ୍କ ମାଆ।
ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ଥାନାରେ ଅଭିଯୋଗ ହେବାର ୩ ଦିନ ପରେ ଏକ ନିର୍ମାଣାଧୀନ ଘର ଭିତରୁ ପୁଲିସ୍ ନାବାଳିକାଙ୍କ ମୃତଦେହ ପାଇଥିଲା। ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ମାମଲାର ତଦନ୍ତ ଆରମ୍ଭ କରିଥିଲା। ପ୍ରାଥମିକ ତଦନ୍ତରୁ ପୁଲିସ୍ର ସନ୍ଦେହୀ ଆଖି ପଡ଼ୋଶୀ ସଞ୍ଜୀବ କେରକେଟାଙ୍କ ଉପରକୁ ଯାଇଥିଲା।
ଗାଁ ଓ ପରିବାର ଲୋକଙ୍କ ତଥ୍ୟ ଆଧାରରେ ପୁଲିସ୍ ସଞ୍ଜୀବ କେରକେଟାକୁ ଉଠାଇ ଆଣି ଘନଘନ ଜେରା କରିଥିଲା। ଜେରା ବେଳେ ସବୁ ସତକଥା ଓଗାଳି ପକାଇଥିଲା ସଞ୍ଜୀବ। ଦୁଷ୍କର୍ମ ପରେ ହତ୍ୟା କରିଥିବା ସ୍ୱୀକାର କରିଥିଲା। ଅନ୍ୟପକ୍ଷରେ ଶବ ବ୍ୟବଚ୍ଛେଦ ରିପୋର୍ଟରେ ମଧ୍ୟ ଦୁଷ୍କର୍ମ ହୋଇଥିବା ଜଣାପଡ଼ିଥିଲା। ଏହା ପରେ ପୁଲିସ୍ ସଞ୍ଜୀବ କେରକେଟାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ୩୫ ଜଣ ସାକ୍ଷୀ ଓ ଅନ୍ୟ ପ୍ରମାଣ ଆଧାରରେ ଅଭିଯୁକ୍ତକୁ ଫାଶି ଦଣ୍ଡାଦେଶ ଶୁଣାଇଛନ୍ତି ସୁନ୍ଦରଗଡ଼ ପକ୍ସୋ କୋର୍ଟ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031