Indus Valley Times

ନାରାୟଣନଗର ରାମଲୀଳା: ତୃତୀୟ ରଜନୀରେ ସୀତାବିବାହ ମଞ୍ଚସ୍ଥ, ବାନ୍ଧ କଳାକାରଙ୍କୁ କରାଗଲା ସମର୍ଦ୍ଧିତ

 Breaking News

ନାରାୟଣନଗର ରାମଲୀଳା: ତୃତୀୟ ରଜନୀରେ ସୀତାବିବାହ ମଞ୍ଚସ୍ଥ, ବାନ୍ଧ କଳାକାରଙ୍କୁ କରାଗଲା ସମର୍ଦ୍ଧିତ

March 31
19:49 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୩୧/୩ : ବୌଦ୍ଧ ବ୍ଲକ୍ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ନାରାୟଣନଗର ଗ୍ରାମରେ ଚାଲିଥିବା ଶ୍ରୀ ରାମଲୀଳା ନାଟକ ଉତ୍ସବର ତୃତୀୟ ରଜନୀରେ ‘ସୀତା ବିବାହ’ ଓ ‘ପର୍ଶୁରାମ ଭେଟ’ ମଞ୍ଚସ୍ତ ହୋଇଛି। ଏଥିପାଇଁ ମଙ୍ଗଳବାର ସକାଳେ ପ୍ରଭୁଙ୍କ ତେଲହଳଦୀ କରାଯାଇ ନଗର ପରିକ୍ରମା କରାଯାଇଥିଲା।
ସନ୍ଧ୍ୟାରେ ମହିଳାମାନଙ୍କ ଦ୍ବାରା ଏକ ପଟୁଆରରେ ବିଭିନ୍ନ ପ୍ରକାର ମିଠା, ଫଳ, ଅଳଙ୍କାର ନେଇ ଗ୍ରାମ ପରିକ୍ରମା କରାଯାଇ ପ୍ରଭୁ ରାମଚନ୍ଦ୍ର ଓ ମାତା ସୀତାଙ୍କ ନିର୍ବନ୍ଧ କାର୍ଯ୍ୟକ୍ରମ ଜଗନ୍ନାଥ ମଣ୍ଡପରେ
ଅନୁଷ୍ଠିତ ହୋଇଥିଲା।
ସନ୍ଧ୍ୟାରେ ରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘନଙ୍କୁ ନେଇ ଏକ ବିରାଟ ବିବାହ ଶୋଭାଯାତ୍ରାରେ ବାହାର କରାଯାଇ ତ୍ରିନାଥ ସାହି,ହରିବଂଶ ଛକ, ଗଙ୍ଗାଧର ଛକ, ସାହୁ ଗଲି, ତ୍ରିବେଣୀ ଛକ, ସ୍କୁଲ ସାହି, ଦୈନିକ ବଜାର, ଚାଷୀସାହି ଦେଇ ମନ୍ଦିର ମଣ୍ଡପରେ ପହଞ୍ଚିବା ପରେ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା
ପରେ ନାଟକ ମଞ୍ଚସ୍ଥ ହୋଇଥିଲା। ଦଶରଥ ଭୂମିକାରେ ପୀତାମ୍ବର ମେହେର, ଜନକ- ନେପାଳ ମେହେର, ପର୍ଶୁରାମ- ମନ୍ତ୍ରୀ ମେହେର, ରାମଚନ୍ଦ୍ର-ଚୂଡ଼ାମଣି ମେହେର, ଲକ୍ଷ୍ମଣ- ରଞ୍ଜନ ମେହେର, ଭରତ- ସଂଜୀବ ମେହେର, ଶତ୍ରୁଘ୍ନ- ଜିତୁ ମେହେର, ସୀତା- ଦୀପକ ମେହେର, ଭୂମିଳା-ପିଣ୍ଡୁ ମେହେର, ମାଣ୍ଡବୀ- ଲଳିତ, ଶ୍ରୁତକୀର୍ତ୍ତି-ଜିତେନ ମେହେର, ସୁମନ୍ତ୍ର- ଲକ୍ଷ୍ମଣ ମେହେର, ସତ୍ୟାନନ୍ଦ- ସନ୍ତୋଷ ମେହେର, ମହାମନ୍ତ୍ରୀ-ପୀତବାସ ମେହେର, ବଶିଷ୍ଠ ଭୂମିକାରେ ଥପା ମେହେର ଅଭିନୟ କରିଥିଲେ । ଲକ୍ଷ୍ମୀପ୍ରସାଦ ୟୁପିସ୍କୁଲ ଓ ଜଗତି ର ଛାତ୍ରଛାତ୍ରୀମାନେ ନୃତ୍ୟ ପରିବେଷଣ କରିଥିଲେ । ସୁବର୍ଣ୍ଣପୁର ଜିଲ୍ଲାର ସୁବଳୟା ଗ୍ରାମର ଘନଶ୍ୟାମ ମେହେରଙ୍କ ଦ୍ଵାରା ହାତବୁଣାବାନ୍ଧ କଳାରେ ନିର୍ମିତ ପ୍ରଭୁ ଜଗନ୍ନାଥ, ବଳଭଦ୍ର, ମାତା ସୁଭଦ୍ରାଙ୍କ ତ୍ରୀମୂର୍ତ୍ତି ଥିବା ଫୋଟୋ ଚିତ୍ର ପ୍ରସ୍ତୁତି କରିଥିଲେ ।
ଏହି ଚିତ୍ରକୁ ଶ୍ରୀ ଜଗନ୍ନାଥ ଓ ଶ୍ରୀରାମ ଯୁଗ୍ମ ମନ୍ଦିରକୁ ପ୍ରଦାନ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ଉପଦେଷ୍ଟା ଭୋଳାଗିରି ସାହୁଙ୍କ ଅଧକ୍ଷତାରେ ଅନୁଷ୍ଠିତ ସଭାରେରେ ବରିଷ୍ଠ ସଦସ୍ୟ ଫକୀର ମେହେର, କଡ଼କୁ ମେହେର, ବିଜୟ ସାହୁ, ସମ୍ପାଦକ କୃଷ୍ଣ ଗୋପାଳ ମେହେର ଙ୍କ ଦ୍ଵାରା ରାମଲୀଳା ମଞ୍ଚ ଉପରେ ପଦର୍ଶିତ ହୋଇଥିଲା । ଏହି ଅବସରରେ ଶ୍ରୀ ଶ୍ରୀ ରାମଲୀଳା ସାଂକୃତିକ ପରିଷଦ ପକ୍ଷରୁ ମାନପତ୍ର ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ମଙ୍ଗଳ ବାର ରାମ ବନବାସ ମଞ୍ଚସ୍ଥ ହୋଇଛି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031