Indus Valley Times

ନିଆରା ପ୍ରେମ କାହାଣୀ: ବାନ୍ଧବୀଙ୍କୁ ବିବାହ କରିବା ପାଇଁ ପୁଅ ହେଲେ ଯୁବତୀ

 Breaking News

ନିଆରା ପ୍ରେମ କାହାଣୀ: ବାନ୍ଧବୀଙ୍କୁ ବିବାହ କରିବା ପାଇଁ ପୁଅ ହେଲେ ଯୁବତୀ

ନିଆରା ପ୍ରେମ କାହାଣୀ: ବାନ୍ଧବୀଙ୍କୁ ବିବାହ କରିବା ପାଇଁ ପୁଅ ହେଲେ ଯୁବତୀ
May 17
16:42 2022

ନୂଆଦିଲ୍ଲୀ,୧୭/୫: ପ୍ରେମ ମିଣିଷକୁ ସମ୍ପୁର୍ଣ୍ଣ ବଦଳାଇ ଦିଏ । ପ୍ରେମକୁ ପାଇବାକୁ ହେଲେ କେତେ କଷ୍ଟ କରିବାକୁ ପଡେ ସେ ହିଁ ବୁଝିପାରିବ ଯେ ପ୍ରକୃତ ପ୍ରେମ କରିଥିବ ।ଅନେକ ବାଧା ବିଘ୍ନକୁ ସାମ୍ନା କରନ୍ତି ପ୍ରେମ ପକ୍ଷୀ। ଅନେକ ସମାଲୋଚନାକୁ ସାମ୍ନା କରନ୍ତି କପଲ୍। ପ୍ରେମରେ ମିଳନ ପୂର୍ବରୁ କରିବାକୁ ହୁଏ ଅନେକ ତ୍ୟାଗ। ସେମିତି କିଛି କରିଛନ୍ତି ଜଣେ ଯୁବତୀ। ଝିଅ ସାଙ୍ଗକୁ ବିବାହ କରିବା ପାଇଁ ସେ ପୁରୁଷ ଭାବେ ନିଜର ଅସ୍ତ୍ରୋପଚାର କରିଛନ୍ତି।
ଯୁକ୍ତରାଷ୍ଟ୍ର ଆମେରିକାରେ ରହୁଥିବା ଏହି ଦମ୍ପତ୍ତି ହେଲେ ୨୫ ବର୍ଷୀୟ ଆରୋନା ଏବଂ ୨୬ ବର୍ଷୀୟ କୋଏଲା। ଦୁହେଁ ପିଲାଦିନର ବନ୍ଧୁ। ଗୋଟିଏ ସ୍କୁଲ୍ରେ ପାଠପଢିଛନ୍ତି। ସ୍କୁଲ୍ରେ ପାଠ ପଢା ସରିବା ପରେ ଦୁହେଁ ଦୂରେଇ ଗଲେ ଏବଂ ଭିନ୍ନ ଭିନ୍ନ ସ୍ଥାନରେ ରହି ପଢିଲେ। ୬ ବର୍ଷ ଧରି ପରସ୍ପରଠୁ ଅଲଗା ରହିଥିଲେ ଦୁହେଁ।
କିନ୍ତୁ କେହି କାହାରିକୁ ଭୁଲିପାରିନଥିଲେ। ପରସ୍ପରକୁ ଭଲ ପାଇ ବସିଥିଲ ଦୁହେଁ। କୋଭିଡ୍ ଲକ୍ଡାଉନ୍ ସମୟରେ ଆରୋନା ଜାଣିବାକୁ ପାଇଲେ ଯେ ସେ ତୃତୀୟ ଲିଙ୍ଗୀ। ଏହାପରେ ସେ ଅସ୍ତ୍ରୋପଚାର ସାହାଯ୍ୟରେ ପୁଅ ହେଲେ ଏବଂ ଏ ସମ୍ପର୍କରେ କୋଏଲାଙ୍କୁ ଜଣାଇଲେ।
୨୦୨୧ରେ ବିବାହ କରିଛନ୍ତି ଦୁହେଁ। ଅସ୍ତ୍ରୋପଚାର ସମୟରେ ଆରୋନା କଠିନ ସମୟ ଦେଇ ଗତି କରୁଥିଲେ ଏଥିରେ କୋଏଲା ତାଙ୍କର ଏକ ଭଲ ସାଥୀ ଏବଂ ସହଯୋଗୀ ସାଜି ତାଙ୍କ ମନୋବଳ ଦୃଢ କରାଇଥିବା ସେ କହିଛନ୍ତି। ବିବାହ କୁ ବର୍ଷେ ହୋଇଥିଲେ ବି ପରସ୍ପର ସହ ଖୁସିରେ ଅଛନ୍ତି ଅରୋନା ଏବଂ କୋଏଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031