Indus Valley Times

ନିଆଳିରେ ଅଭାବନୀୟ ଘଟଣା : ପୋଖରୀରେ ବୁଡ଼ି ମାଆ ଓ ପୁଅ ମୃତ

 Breaking News

ନିଆଳିରେ ଅଭାବନୀୟ ଘଟଣା : ପୋଖରୀରେ ବୁଡ଼ି ମାଆ ଓ ପୁଅ ମୃତ

November 18
10:15 2021

ନିଆଳି, ୧୮/୧୧ : ଅଭାବନୀୟ ଘଟଣା । ପୋଖରୀରେ ବୁଡ଼ି ମାଆ ଓ ପୁଅ ମୃତ । ମୃତକ ହେଲେ ରୀତା ମିଶ୍ର ଓ ପୁଅ ପ୍ରଭୁ ମିଶ୍ର । କଟକ ଜିଲ୍ଲା ନିଆଳି ଥାନା କୁଷ୍ଣପ୍ରସାଦ କାକଟପୁର ବେଢାସାହିରେ ଘଟିଛି ଅଘଟଣ ।
ଖବର ଅନୁଯାୟୀ, ବାପ ଘର ବେଢାସାହିକୁ ବୁଲିବାକୁ ଆସିଥିବା ବେଳେ ପୋଖରିରେ ବୁଡିଗଲେ ମାଆ ପୁଅ । ଏହା ଦେଖି ତୁରନ୍ତ ସ୍ଥାନୀୟଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ।
ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପୋଖରୀରେ ବୁଡିଥିବା ମାଆ-ପୁଅଙ୍କୁ ଉଦ୍ଧାର କରିଥିଲେ । କିନ୍ତୁ ସେତେବେଳକୁ ଉଭୟଙ୍କ ମୃତ୍ୟୁ ହୋଇଯାଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
ତେବେ ମୃତ୍ୟୁ ପଛର ପାଣିରେ ବୁଡି ହିଁ ମୁଖ୍ୟ କାରଣ , ଆଉ କିଛି । ସେନେଇ ତଦନ୍ତ ଖୋଲତାଡ଼ ଜାରି ରଖିଛି ପୋଲିସ । ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍ ଟିମ୍ର ସହଯୋଗ ନିଆଯିବାର ସୂଚନା ରହିଛି ।
ସେହିପରି ପୋଲିସର ପ୍ରାଥମିକ ତଦନ୍ତ ପରେ ହିଁ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ସ୍ଥାନୀୟଲୋକେ ଆଶା ରଖିଛନ୍ତି ।

Tags
Share

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031