Indus Valley Times

ନିଖୋଜ ମହିଳା କନେଷ୍ଟବଳଙ୍କୁ ହତ୍ୟା; ପ୍ରେମିକକୁ ଅଟକ ରଖିଛି କମିଶନରେଟ୍ ପୋଲିସ୍

 Breaking News

ନିଖୋଜ ମହିଳା କନେଷ୍ଟବଳଙ୍କୁ ହତ୍ୟା; ପ୍ରେମିକକୁ ଅଟକ ରଖିଛି କମିଶନରେଟ୍ ପୋଲିସ୍

September 17
11:45 2025

ଭୁବନେଶ୍ୱର,୧୭/୯: ନିଖୋଜ ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ମୃତଦେହ କେନ୍ଦୁଝରର ଘଟଗାଁରୁ ମିଳିବା ପରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ତେବେ ତାଙ୍କ ପୁରୁଷ ବନ୍ଧୁ ଦୀପକ ରାଉତ ଶୁଭମିତ୍ରାଙ୍କୁ ତଣ୍ଟିଚିପି ହତ୍ୟା କରିଥିବା ଜଣାପଡ଼ିଛି। ଗତ ୬ ତାରିଖରେ ଭୁବନେଶ୍ୱରରେ ଶୁଭମିତ୍ରାଙ୍କୁ ହତ୍ୟା କରି ତାଙ୍କ ଡେଡ୍‌ବଡିକୁ କାର୍ ଯୋଗେ ଦୀପକ କେନ୍ଦୁଝର ଜିଲା ଘଟଗାଁ ଅଞ୍ଚଳକୁ ନେଇଥିଲେ।
ପରେ ଘଟଗାଁ ଅଞ୍ଚଳର ଜଙ୍ଗଲରେ ମୃତଦେହ ପୋତି ଦେଇଥିଲେ। ମୃତଦେହ ନେଇଥିବା କାର୍‌କୁ ପୋଲିସ ଜବତ କରିଥିବାବେଳେ ଘଟଣାସ୍ଥଳରେ ପହଞ୍ଚିଛି। ଉକ୍ତ ଘଟଣାର ତଦନ୍ତ ପାଇଁ ଘଟଗାଁରେ କମିଶନରେଟ୍ ପୋଲିସର ୧୫ ଜଣିଆ ଟିମ୍ ପହଞ୍ଚିଛନ୍ତି। ୨୦ ଲକ୍ଷ ଟଙ୍କା ପାଇଁ ଶୁଭମିତ୍ରାଙ୍କୁ ହତ୍ୟା କରାଯାଇଥିବା ପୋଲିସକୁ ସୂଚନା ମିଳିଛି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031