Indus Valley Times

ଅପୂର୍ବ ଉଦ୍‌ଭାବନ: ସାନିଟାଇଜର ମେସିନ ନିର୍ମାଣ କରି ଚର୍ଚ୍ଚାକୁ ଆସିଲେ ନୟାଗଡର ଯୁବ ବୈଜ୍ଞାନିକ ଶକ୍ତି ପ୍ରସାଦ

 Breaking News

ଅପୂର୍ବ ଉଦ୍‌ଭାବନ: ସାନିଟାଇଜର ମେସିନ ନିର୍ମାଣ କରି ଚର୍ଚ୍ଚାକୁ ଆସିଲେ ନୟାଗଡର ଯୁବ ବୈଜ୍ଞାନିକ ଶକ୍ତି ପ୍ରସାଦ

August 09
21:36 2020

କିଶୋର ମହାପାତ୍ର ଙ୍କ ରିପୋର୍ଟ
ନୟାଗଡ଼,୯/୮: ମହାମାରୀ କରୋନା ଦିନ କୁ ଦିନ ସାରା ବିଶ୍ବକୁ ଆତଙ୍କିତ କରିବାରେ ଲାଗିଛି । ଏହି ଆତଙ୍କ ରୁ ନିଜକୁ ରକ୍ଷା କରିବାକୁ ହେଲେ ସାନିଟାଇଜ୍ ନିହାତି ଆବଶ୍ୟକ । ଏହି ସମୟରେ ସ୍ବୟଂ ଚାଳିତ ସାନିଟାଇଜର ନିର୍ମାଣ କରି ଚର୍ଚ୍ଚାକୁ ଆସିଛନ୍ତି ଭୁବନେଶ୍ୱର ରେ ରହୁଥିବା ନୟାଗଡ଼ ଜିଲ୍ଲା କଣ୍ଟିଲୋ ଗ୍ରାମ ପାଟଣା ସାହି ର ବିଟେକ ଛାତ୍ର ଯୁବ ବୈଜ୍ଞାନିକ ଶକ୍ତି ପ୍ରସାଦ ସାହୁ ।


ଏହି ସାନିଟାଇଜର ମେସିନ ଦ୍ବାରା ଲୋକ ମାନେ ଦଶ ସେକେଣ୍ଡ ଭିତରେ ନିଜକୁ ସାନିଟାଇଜ କରି ପାରିବେ । ଏହି ମେସିନ ଖୁବ କମ ଖର୍ଚ୍ଚ ରେ ନିର୍ମାଣ ହୋଇପାରୁଥିବା ବେଳେ କୈାଣସି ବି ସ୍ଥାନରେ ଅତି ସହଜରେ ଲଗାଯାଇ ପାରିବ । ବିଶେଷ କରି ଜନଗହଳି ପୂର୍ଣ୍ଣ ସ୍ଥାନ ମାନଙ୍କରେ ନିଜକୁ ସୁରକ୍ଷିତ ରଖିବା ପାଇଁ ଏହି ମେସିନ ବେସ ସହାୟକ ହେବ । ବିଶେଷ କରି ବ୍ୟାଙ୍କ , ମେଡିକାଲ ଗାଡ଼ି ମୋଟର , ଜନଗହଳି ପୂର୍ଣ୍ଣ ସ୍ଥାନ ମାନଙ୍କରେ ନିଜକୁ ସୁରକ୍ଷିତ ରଖିବା ପାଇଁ ଏହି ମେସିନ ଗୁରୁତ୍ଵ ପୂର୍ଣ୍ଣ ସ୍ଥାନ ନେବ ବୋଲି ଯୁବ ବୈଜ୍ଞାନିକ ଶକ୍ତି ପ୍ରସାଦ ସାହୁ ପ୍ରକାଶ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031