Indus Valley Times

ନିଯୁକ୍ତି ମେଳା, ବୌଦ୍ଧ ୨୦୨୩-୨୪

 Breaking News

ନିଯୁକ୍ତି ମେଳା, ବୌଦ୍ଧ ୨୦୨୩-୨୪

December 19
19:08 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୯/୧୨ : ଟାଉନ ହଳ, ବୌଦ୍ଧ ରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ଜ଼ିଲ୍ଲା ପ୍ରଶାସନ, ବୌଦ୍ଧ ର ମିଳିତ ଆନୁକୂଲ୍ୟରେ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଛି । ପଞ୍ଚାୟତିରାଜ ଓ ପାନୀୟ ଜଳ , ଜଙ୍ଗଲ ଓ ପରିବେଶ , ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ ।
ସମ୍ମାନିତ ଅତିଥି ଭାବେ ଜ଼ିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ଯୋଗ ଦେଇ ଥିଲେ । ଜ଼ିଲ୍ଲା ଦକ୍ଷତା ବିକାଶ ତଥା ନିଯୁକ୍ତି ଅଧିକାରୀ ସୁଶାନ୍ତ କୁମାର ନାଏକ ଙ୍କ ଦ୍ୱାରା ପରିଚାଳିତ ଶିବିରରେ ମୋଟ ୪୬୭ ଜଣ ନିଯୁକ୍ତି ଆଶାୟୀ ଯୋଗଦେଇ ଥିଲେ ।
ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଯାଞ୍ଚ ପରେ ୪୦୪ ଜଣଙ୍କୁ ଚୟନ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୨୧୩ ଜଣଙ୍କୁ ପ୍ରଶିକ୍ଷଣ ପାଇଁ ଚୟନ କରାଯାଇଥିବା ବେଳେ ୧୯୧ ଜଣଙ୍କୁ ସିଧାସଳଖ କାମରେ ଯୋଗ ଦେବା ପାଇଁ ଚିହ୍ନଟ କରାଯାଇଅଛି ।
ଶିବିରରେ ରାଜ୍ୟ ଓ ରାଜ୍ୟ ବାହାରର ୨୦ଟି ନିଯୁକ୍ତି ଦାତା ସଂସ୍ଥା ର ପ୍ରତିନିଧି ଓ ୧୩ ଟି ଦକ୍ଷତା ବୃଦ୍ଧି ତାଲିମ ଦାତା ସଂସ୍ଥା ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031