Indus Valley Times

ନିରବି ଗଲେ ପଦ୍ମଶ୍ରୀ ରଘୁନାଥ ମହାପାତ୍ର, ଝୁରୁଛନ୍ତି ଦେଶବାସୀ

 Breaking News

ନିରବି ଗଲେ ପଦ୍ମଶ୍ରୀ ରଘୁନାଥ ମହାପାତ୍ର, ଝୁରୁଛନ୍ତି ଦେଶବାସୀ

May 10
20:24 2021

ସ୍ୱାଗତିକା ଭୂତିଆ
ଭୁବନେଶ୍ୱର,୧୦।୫: ନିରବି ଯାଇଛି ନିହାଣ । ନିସ୍ତବ୍‌ଧ ହୋଇଯାଇଛି ତାଙ୍କ କର୍ମଶାଳା । ସମେସ୍ତ ଗୁମୁରି ଗୁମୁରି କାନ୍ଦୁଛନ୍ତି । ଦିନେ ନିର୍ଜୀବ ଦେହରେ ପ୍ରାଣ ଭରୁଥିବା ସେଇ ପଥର ପୁରୁଷ ପଦ୍ମବିଭୁଷଣ ଡାକ୍ତର ରଘୁନାଥ ମହାପାତ୍ର ଆଜି ମୂର୍ତ୍ତି ପାଲଟି ଯାଇଛନ୍ତି । ୭୮ ବର୍ଷ ବୟଷରେ ଏହି ଅନନ୍ୟ ଭାସ୍କର୍ଯ୍ୟ ସ୍ଥାପିତ ରବିବାର ଦିନ ଅପରାହ୍ନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କର ବିୟୋଗରେ କଳା ଓ ଭାସ୍କର୍ଯ୍ୟ କ୍ଷେତ୍ରରେ ଏକ ବିଶାଳ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ।
୧୯୪୩ ମସିହା ମାର୍ଚ୍ଚ୨୪ ତାରିଖରେ ପୁରୀର ପଥୁଆରି ସାହିରେ ଜନ୍ମ ଗ୍ରହଣ କରିଥିଲେ ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ସ୍ୱର୍ଗତ ରଘୁନାଥ ମହାପାତ୍ର । ଏହିଠାରୁ ସେ ତାଙ୍କ କଳା ଜୀବନ ଆରମ୍ଭ କରିଥିଲେ ।
ଅଜା ଅପର୍ତ୍ତି ମହାପାତ୍ର ଥିଲେ ସ୍ୱର୍ଗତ ମହାପାତ୍ରଙ୍କର ଆଦ୍ୟଗୁରୁ । ଅଜାଙ୍କ କାରୁକାର୍ଯ୍ୟ ପ୍ରତି ଆକୃଷ୍ଠ ହୋଇ ୭ବର୍ଷ ବୟଷରୁ ନିହଣ ଧରିବା ଶିଖିଥିଲେ ।
ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ ଡ. ମହାପାତ୍ର । ତୃତୀୟ ଶ୍ରେଣୀ ପରଠାରୁ ପଠପଢ଼ାରେ ଡୋରି ବାନ୍ଦି ଦେଇଥିଲେ । ତା’ପରଠାରୁ କାରୁକାର୍ଯ୍ୟରେ ନିପୁଣ ହାସଲ କରି ରାଜ୍ୟ ହସ୍ତ କଳା ପ୍ରଶିକ୍ଷଣ କେନ୍ଦ୍ରରେ ଚାକିରି ଜୀବନ ଆରମ୍ଭ କରିଥିଲେ । ତା’ପରେ ସେ ଭୁବନେଶ୍ୱର ଆସି ଗୋଟେ ପରେ ଗୋଟେ ପରେ ସଫଳତାର ଶିଢିି ଚଢ଼ି ଚାଲିଥିଲେ ।
ଜୀବନ ବ୍ୟାପୀ ଭାସ୍କର୍ଯ୍ୟ କଳା ପ୍ରତି ସମର୍ପିତ ଥିବା ରଘୁନାଥ ରାଜ୍ୟ,ଦେଶ ତଥା ବିଦେଶରେ ସୃଷ୍ଟି କରିଛନ୍ତି ଅନେକ କଳା କୃର୍ତ୍ତି । ପ୍ରତ୍ୟକଟି କଳା କୃର୍ତ୍ତି ତାଙ୍କର ଅନନ୍ୟ ଓ ଅପୁର୍ବ ଦକ୍ଷତାର ସାକ୍ଷର ବହନ କରେ । ସେ ପାର୍ଲିଆମେଣ୍ଟର ସେଣ୍ଡ୍ରାଲ ହଲ ହେଉ ବା ଦିଲ୍ଲୀ, ତାମିଲନାଡୁ, ଅନୁଗୁଳୁ, ବାଲେଶ୍ୱର ଜଗନ୍ନାଥ ମନ୍ଦିର ହେଉ ସବୁଥିରେ ସେ ଭରି ଦେଇଛନ୍ତି ଉତ୍କଳୀୟ ଭାସ୍କର୍ଯ୍ୟର ରାଶି ରାଶି ପ୍ରତିକୃତି ।
ରଘୁନାଥଙ୍କ ବିଯୋଗରେ ଭାରତର ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ, ଓଡ଼ିଶାର ରାଜ୍ୟପାଳ,ମୁଖ୍ୟମନ୍ତ୍ରୀ ଓ ଅନେକ କେନ୍ଦ୍ର ମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି । ସେମାନେ କହିଛନ୍ତି ଯେ ରଘୁନାଥଙ୍କ ବିୟୋଗରେ ଯେଉଁ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଛି ତାହା ସଦା ଅପୁରଣୀୟ ହୋଇ ରହିବ ।
ରଘୁନାଥଙ୍କର ଆଉ ଏକ ମାତ୍ର ସ୍ୱପ୍ନ ଥିଲା, କୋଣାର୍କ ସୃଷ୍ଟି ସୂର୍ଯ୍ୟ ମନ୍ଦିର ଭଳି ଆଉ ଏକ ମନ୍ଦିର ନିର୍ମାଣ କରିବା । ଏ ନେଇ ସେ ପ୍ରସୃତି ମଧ୍ୟ ଆରମ୍ଭ କରିଦେଇଥିଲେ । ଜମି କ୍ରୟ ସରିଥିଲା ନକ୍ସା ପ୍ରସୃତି ସରିଥିଲା । ହେଲେ ସେ ମନ୍ଦିର ନିର୍ମାଣ ସ୍ୱପ୍ନ ତାଙ୍କର ଅଧାରେ ରହିଗଲା ।

ଆଗାମୀ ଦିନରେ ଓଡିଶାର ଶିଳ୍ପୀ କୂଳ ତାଙ୍କର ଏହି ସ୍ୱପ୍ନକୁ ସାକାର କରିବେ ବୋଲି ବିଶ୍ୱାସ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031