Indus Valley Times

ନିର୍ବାଚନ କମିଶନଙ୍କ ବଡ଼ ସୂଚନା: ଭୋଟର ଲିଷ୍ଟରୁ ବାଦ୍ ପଡ଼ିଛନ୍ତି ୯ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟର

 Breaking News

ନିର୍ବାଚନ କମିଶନଙ୍କ ବଡ଼ ସୂଚନା: ଭୋଟର ଲିଷ୍ଟରୁ ବାଦ୍ ପଡ଼ିଛନ୍ତି ୯ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟର

ନିର୍ବାଚନ କମିଶନଙ୍କ ବଡ଼ ସୂଚନା: ଭୋଟର ଲିଷ୍ଟରୁ ବାଦ୍ ପଡ଼ିଛନ୍ତି ୯ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟର
May 15
15:03 2026

ଭୁବନେଶ୍ୱର, ୧୫/୫: ଓଡ଼ିଶାରେ ଆସନ୍ତା ମେ’ ୩୦ରୁ ଆରମ୍ଭ ହେବ ସ୍ପେଶାଲ ଇଣ୍ଟେନ୍ସିଭ୍ ରିଭିଜନ୍ (SIR)।
ଏନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ଭୋଟର ତାଲିକାକୁ ଅଧିକ ସଠିକ୍ ଓ ସ୍ୱଚ୍ଛ କରିବା ପାଇଁ ଏହି ବ୍ୟାପକ ପ୍ରକ୍ରିୟା ଆରମ୍ଭ ହେଉଥିବା ବେଳେ, ରାଜ୍ୟରେ ୯ ଲକ୍ଷ ୮୦ ହଜାରରୁ ଅଧିକ ଭୋଟର ତାଲିକାରୁ ବାଦ୍ ହୋଇଛନ୍ତି।
ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ। ଏହାସହ ଯେଉଁ ମାନେ ଭାରତୀୟ ନାଗରିକ ନୁହନ୍ତି, ସେମାନଙ୍କୁ ବାହାର କରାଯିବ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ।
ରାଜ୍ୟରେ ବର୍ତ୍ତମାନ ୩ କୋଟି ୩୪ ଲକ୍ଷ ଭୋଟର ଥିବାବେଳେ, ମେ’ ୩୦ରୁ ଜୁନ୍ ୨୮ ପର୍ଯ୍ୟନ୍ତ ବୁଥ୍ ଲେଭେଲ୍ ଅଫିସର (BLO) ମାନେ ଘରେ ଘରେ ଯାଇ ଭୋଟରଙ୍କ ତଥ୍ୟ ଯାଞ୍ଚ କରିବେ। ତା’ପୂର୍ବରୁ ମେ’ ୨୦ରୁ ୨୯ ଯାଏ ପ୍ରସ୍ତୁତି, ପ୍ରଶିକ୍ଷଣ କାର୍ଯ୍ୟ ଚାଲିବ।
ସିଇଓ ସ୍ପଷ୍ଟ କରିଛନ୍ତି ଯେ, ଯେଉଁମାନେ ଭାରତୀୟ ନାଗରିକ ନୁହନ୍ତି ସେମାନଙ୍କୁ ତୁରନ୍ତ ଭୋଟର ତାଲିକାରୁ ବାହାର କରାଯିବ। ଏହା ସହ ମୃତ, ସ୍ଥାନାନ୍ତରିତ କିମ୍ବା ଅଯୋଗ୍ୟ ଭୋଟରଙ୍କ ନାଁ ମଧ୍ୟ ବାଦ୍ ହେବ। ବର୍ତ୍ତମାନ ସୁଦ୍ଧା ୯୪.୬୧ ପ୍ରତିଶତ ମ୍ୟାପିଂ କାମ ସରିଥିବା ସୂଚନା ମିଳିଛି।
ଜୁଲାଇ ୫ରୁ ଅଗଷ୍ଟ ୪ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ ପାଇଁ ସମୟ ଦିଆଯିବ। ପରେ ସେପ୍ଟେମ୍ବର ୯ରେ ଅନ୍ତିମ ଭୋଟର ତାଲିକା ପ୍ରକାଶ ପାଇବ।
SIRଶେଷ ସୁଦ୍ଧା ରାଜ୍ୟରେ ମୋଟ ୪୫ ହଜାର ୨୫୫ଟି ବୁଥ୍ ରହିବ ଓ ପ୍ରତ୍ୟେକ ବୁଥ୍‌ରେ ପ୍ରାୟ ୧୨୦୦ ଭୋଟର ରହିବେ। ନିର୍ବାଚନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ନିଖୁଣ କରିବା ପାଇଁ ଏହାକୁ ଏକ ବଡ଼ ପଦକ୍ଷେପ ବୋଲି ଦେଖାଯାଉଛି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031