Legatus

ନିର୍ବାଚନ ପୂର୍ବରୁ ବିଜେଡିକୁ ଝଟକା, ଦଳ ଛାଡ଼ିଲେ ବରିଷ୍ଠ ନେତା ଦେବାଶିଷ ନାୟକ

 Breaking News

ନିର୍ବାଚନ ପୂର୍ବରୁ ବିଜେଡିକୁ ଝଟକା, ଦଳ ଛାଡ଼ିଲେ ବରିଷ୍ଠ ନେତା ଦେବାଶିଷ ନାୟକ

ନିର୍ବାଚନ ପୂର୍ବରୁ ବିଜେଡିକୁ ଝଟକା, ଦଳ ଛାଡ଼ିଲେ ବରିଷ୍ଠ ନେତା ଦେବାଶିଷ ନାୟକ
February 25
16:49 2024

ଭୁବନେଶ୍ୱର,୨୫/୨: ବିଜେଡିରୁ ରବିବାର ଇସ୍ତଫା ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ। ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି। ଏନେଇ ବିଜେଡି ସୁପ୍ରିମୋଙ୍କୁ ଚିଠି ଲେଖି ସେ ତାଙ୍କର ଇସ୍ତଫାପତ୍ର ଦେଇଛନ୍ତି।
ଓଡ଼ିଶା ବିଧାନସଭାରେ ଜଣେ ବିଧାୟକ ଭାବରେ ୪ଥର କାର‌୍ୟ୍ୟ କରିଛନ୍ତି ଦେବାଶିଷ। ସେ ୨୦୦୦ ଓ ୨୦୦୪ରେ ଓଡ଼ିଶାରେ ହୋଇଥିବା ବିଧାନସଭା ନିର୍ବାଚନରେ ସେ ବରୀ-ଡେରାବିଶ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୨ତମ, ୧୩ତମ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହା ପରେ ୨୦୦୯ ଓ ୨୦୧୪ରେ ଓଡ଼ିଶାରେ ହୋଇଥିବା ବିଧାନସଭା ନିର୍ବାଚନରେ ସେ ବରୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୨ତମ, ୧୫ତମ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ।ବରୀ ନିର୍ବାଚନ ମଣ୍ଡଳୀରେ ପୁର୍ବରୁ ବିଧାୟକ ଥିବା ଦେବାଶିଷଙ୍କୁ ଗତ ୨୦୧୯ ନିର୍ବାଚନରେ ନିଜେଡି ଟିକେଟ୍ ଦେଇ ନ ଥିଲା । ଏହାପରେ ଦଳ ବରୀ ବ୍ଲକ୍ ଅଧ୍ୟକ୍ଷା ସୁନନ୍ଦା ଦାସ୍ଙ୍କୁ ବରୀରୁ ଟିକେଟ୍ ଦେଇଥିଲା। ସେ ଦଳର କାର‌୍ୟ୍ୟକାରିତାକୁ ନେଇ ଅସନ୍ତୁଷ୍ଟ ଥିଲେ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31