Indus Valley Times

ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି, ବୁଥ ସ୍ତରରେ ଏଜେଣ୍ଟ ନିଯୁକ୍ତି ଓ ସେମାନଙ୍କୁ ସଚେତନ କରିବା ପାଇଁ ରାଜନୈତିକ ଦଳ ପ୍ରତିନିଧିଙ୍କ ସହ ବୈଠକ ଅନୁଷ୍ଠିତ

 Breaking News

ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି, ବୁଥ ସ୍ତରରେ ଏଜେଣ୍ଟ ନିଯୁକ୍ତି ଓ ସେମାନଙ୍କୁ ସଚେତନ କରିବା ପାଇଁ ରାଜନୈତିକ ଦଳ ପ୍ରତିନିଧିଙ୍କ ସହ ବୈଠକ ଅନୁଷ୍ଠିତ

ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି, ବୁଥ ସ୍ତରରେ ଏଜେଣ୍ଟ ନିଯୁକ୍ତି ଓ ସେମାନଙ୍କୁ ସଚେତନ କରିବା ପାଇଁ ରାଜନୈତିକ ଦଳ ପ୍ରତିନିଧିଙ୍କ ସହ ବୈଠକ ଅନୁଷ୍ଠିତ
March 20
08:05 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୦/୩ : ଆଗକୁ ପଂଚାୟତ ନିର୍ବାଚନ ଥିବାବେଳେ ନିର୍ବାଚନ କମିଶନ ପକ୍ଷରୁ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତିକୁ ଗୁରୁତ୍ୱ ଦେଇଛନ୍ତି ।
ତେଣୁ ଜିଲା ନିର୍ବାଚନ କାର୍ଯ୍ୟାଳୟ ଗୁଡିକ ତୃଣମୂଳ ସ୍ତରରୁ ତଥ୍ୟ ସଂଗ୍ରହ କରି ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଚଳାଇ ଥିବାବେଳେ ଜିଲାସ୍ତରରେ ଏହାର ବାରମ୍ବାର ସମୀକ୍ଷା କରାଯାଉଅଛି ।
ବିଶେଷ ଭାବରେ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହିତ ଆଲୋଚନା କରି ମୃତ ଲୋକଙ୍କୁ ତାଲିକାରୁ ବାଦ ଦେବା ସହିତ ଜଣେ ମଧ୍ୟ ଯୋଗ୍ୟ ଭୋଟର ଯେପରି ତାଲିକାରୁ ବାଦ ନପଡିବେ ସେଥିପାଇଁ ଗୁରୁତ୍ୱ ଦିଆଯାଉଅଛି ।
ବୌଦ୍ଧ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜିଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷଠାରେ ଆୟୋଜିତ ବୈଠକରେ ନିର୍ଭୁଲ ଭାବରେ ଚୁଡାନ୍ତ ଭୋଟର ତାଲିକା ପ୍ରସ୍ତୁତି ପାଇଁ ପ୍ରତି ବୁଥ ପାଇଁ ଜଣେ ପ୍ରତିନିଧିଙ୍କ ନାମ ଦେବାକୁ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ଅନୁରୋଧ କରାଯାଇଥିଲା ।
ଭୋଟର ପରିଚୟପତ୍ର ସହ ଆଧାର ସଂଯୁକ୍ତ କରିବା,ତାଲିକା ପ୍ରସ୍ତୁତିରେ ସ୍ୱଛତା ଅବଲମ୍ବନ କରିବା ସହ ମାର୍ଗଦର୍ଶିକାକୁ ଅନୁସରଣ କରି ତାଲିକା ପ୍ରସ୍ତୁତି କରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା ।
ପିତା ମାତାଙ୍କ ସଂପତିରେ ଭାଗ ଦାବିରୁ ବିତ କରିବା ପାଇଁ ଝିଅ ଭୋଟରମାନଙ୍କୁ ତାଲିକାଭୁକ୍ତ କରାଯାଉନଥିବା ଭଳି ଅଭିଯୋଗ ହେଉଥିବାବେଳେ ବୁଥସ୍ତରୀୟ ପ୍ରତିନିଧିମାନେ ସେମାନଙ୍କୁ ସଚେତନ କରି ସମସ୍ତ ଯୋଗ୍ୟ ଝିଅ ଭୋଟରଙ୍କୁ ତାଲିକାଭୁକ୍ତ କରିବାକୁ ବୈଠକରେ ପରାମର୍ଶ ଦିଆଯାଇଥିଲା । ଜେଣ୍ଡର ରେସିଓ ରେ ବୌଦ୍ଧଜିଲା ରାଜ୍ୟସ୍ତରରେ ପୁରସ୍କୃତ ହୋଇଥିବାରୁ ଏଥିପାଇଁ ଜିଲାର ସମସ୍ତ ରାଜନୈତିକ ଦଳର ପ୍ରତିନିଧି, ବୁଥସ୍ତରୀୟ ପ୍ରତିନିଧି ଏବଂ ନିର୍ବାଚନ ତାଲିକା ପ୍ରସ୍ତୁତି ଦାୟିତ୍ୱରେ ରହିଥିବା ସରକାରୀ କର୍ମଚାରୀମାନଙ୍କ ଭୂମିକା ପ୍ରଶଂସନୀୟ ଥିବାରୁ ଜିଲାପାଳ ଶ୍ରୀପଣ୍ଡା ସମସ୍ତଙ୍କୁ ଅଭିନନ୍ଦନ ଏହି ସଫଳତା ସେମାନଙ୍କର ବୋଲି କହିଥିଲେ ।
ଶେଷରେ ଅତିରିକ୍ତ ଜିଲାପାଳ ଅନିରୁଦ୍ଧ ପଧାନ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପଜିଲାପାଳ ପ୍ରବୀଣ କୁମାର ବାଣୁଆ,ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ,କଂଗ୍ରେସ ପକ୍ଷରୁ ଶାନ୍ତନୁ କୁମାର ମହାପାତ୍ର,ବିଜେଡି ପକ୍ଷରୁ ଶିତାଂଶୁ ଶେଖର ମହାକୁଡ ଓ କମ୍ଭୁଧର କ୍ଷେତି,ବିଜେପି ପକ୍ଷରୁ ଶ୍ୟାମସୁନ୍ଦର ପୁରୋହିତ ଓ ପଙ୍କଜ ମହାକୁଡ ପ୍ରମୁଖ ଉପସ୍ଥିତ ଥିଲେ ।
ଡେପୁଟି କଲେକ୍ଟର(ନିର୍ବାଚନ) ବୈଠକକୁ ପରିଚାଳନା କରିଥିବାବେଳେ ନିର୍ବାଚନ ବିଭାଗର କର୍ମଚାରୀମାନେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031