Indus Valley Times

ନିଶାସକ୍ତ ପୁଅର ଉନ୍ମତ୍ତ କାଣ୍ଡ, ମା‘ଙ୍କ ଦେହରେ ନିଆଁ ଲଗାଇ ଅଭିଯୁକ୍ତ ଫେରାର

 Breaking News

ନିଶାସକ୍ତ ପୁଅର ଉନ୍ମତ୍ତ କାଣ୍ଡ, ମା‘ଙ୍କ ଦେହରେ ନିଆଁ ଲଗାଇ ଅଭିଯୁକ୍ତ ଫେରାର

ନିଶାସକ୍ତ ପୁଅର ଉନ୍ମତ୍ତ କାଣ୍ଡ, ମା‘ଙ୍କ ଦେହରେ ନିଆଁ ଲଗାଇ ଅଭିଯୁକ୍ତ ଫେରାର
December 04
11:52 2025

ତିହିଡି଼/ଭଦ୍ରକ , ୪/୧୨ : ଗୁରୁବାର ସକାଳୁ ସକାଳୁ ମା’କୁ ଟଙ୍କା ମାଗିଥିଲେ ପୁଅ । ପୁଅ ଟଙ୍କା ନେଇ ମଦ ପିଇବ ବୋଲି ମା’ ଜାଣିଥିଲେ। ସେଥିପାଇଁ ପୁଅକୁ ଟଙ୍କା ଦେବାକୁ ମନା କରିଦେଇଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ପୁଅ ମା’କୁ ମାଡ଼ ମାରିବା ସହ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେବା ଭଳି ଅଭାବନୀୟ ଘଟଣା ଘଟିଛି ତିହିଡି଼ ଥାନା ବିଲଣା ପଞ୍ଚାୟତ ଅଧୀନ ଗଳଗଣ୍ଡପୁର ଗ୍ରାମରେ। ନିଆଁରେ ମା’ ଜ୍ୟୋସ୍ନାରାଣୀ ନାୟକ(୬୫)ଙ୍କ ଦେହର ୭୦ଭାଗରୁ ଉର୍ଦ୍ଧ୍ୱ ପୋଡ଼ି ଯାଇଛି।
ଗୁରୁତର ଅବସ୍ଥାରେ ଗ୍ରାମବାସୀ ଜ୍ୟୋସ୍ନାରାଣୀଙ୍କୁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାଯାଇଛି । ଖବରପାଇ ତିହିଡି଼ ଥାନା ଆଇଆଇସି ସତ୍ୟବ୍ରତ ଗ୍ରହାଚାର‌୍ୟ୍ୟ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ ଚଳାଇଥିବା ବେଳେ ଏପରି ନୃଶଂସ କାଣ୍ଡ ଘଟାଇଥିବା ପୁଅ ଦେବାଶିଷ(୪୫) ଫେରାର ହୋଇଯାଇଥିବା ଜଣାଯାଇଛି । ଖବରରୁ ପ୍ରକାଶ ଯେ ଦେବାଶିଷ ମା’ ଜ୍ୟୋସ୍ନାରାଣୀଙ୍କୁ ଟଙ୍କା ମାଗିଥିଲେ।
ମାତ୍ର ସେ ନଦେବାରୁ ଦେବାଶିଷ ଉତ୍ତ୍ୟକ୍ତ ହୋଇ ଘରର କବାଟ ଭିତରପଟରୁ ବନ୍ଦ କରି ଦେଇଥିଲେ। ପରେ ସେ ତାଙ୍କ ମା’ଙ୍କୁ ମାଡ଼ ମାରିବା ସହ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଜ୍ୟୋସ୍ନାରାଣୀଙ୍କର ଚିତ୍କାର ଶୁଣି ଗ୍ରାମବାସୀ ଘରର କବାଟ ଭାଙ୍ଗି ତାଙ୍କ ଦେହରୁ ନିଆଁ ଲିଭାଇବା ସହ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031