Indus Valley Times

ନିଶା ମୁକ୍ତି ପାଇଁ ବଡ଼ ପଦକ୍ଷେପ: ଜୋରଦାର କରାଯିବ ବ୍ରାଉନସୁଗାର ଧରପଗଡ଼

 Breaking News

ନିଶା ମୁକ୍ତି ପାଇଁ ବଡ଼ ପଦକ୍ଷେପ: ଜୋରଦାର କରାଯିବ ବ୍ରାଉନସୁଗାର ଧରପଗଡ଼

August 25
20:34 2025

ଭୁବନେଶ୍ୱର,୨୫/୮: ବେଆଇନ୍ ମାଦକ ଦ୍ରବ୍ୟ ଚୋରାଚାଲାଣ ଓ ନିଶା ରୋକିବା ପାଇଁ ଓଡ଼ିଶା ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟଶାସନ ସଚିବ ମନୋଜ ଆହୁଜା ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଅବକାରୀ, ପୋଲିସ, ଉଚ୍ଚଶିକ୍ଷା, ବିଦ୍ୟାଳୟ ଓ ଗଣଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ମୁଖ୍ୟଶାସନ ସଚିବ ବିଶେଷ କରି ସ୍କୁଲ ଓ କଲେଜ ପରିସରକୁ ନିଶାମୁକ୍ତ (ଡ୍ରଗ୍ ଫ୍ରି) କରିବାକୁ ଜୋର ଦେଇଛନ୍ତି। ଏଥିପାଇଁ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ଜିରୋ ଟଲେରାନ୍ସ ନୀତି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏକ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ କରି ଚଢ଼ାଉ, ତଦନ୍ତ ଓ ଦୋଷୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି।
ଅବକାରୀ ବିଭାଗ ପକ୍ଷରୁ ଜଣାଯାଇଛି ଯେ, ୨୦୨୫ ଜୁଲାଇ ସୁଦ୍ଧା ୧୬୦୮ କ୍ୱିଣ୍ଟାଲ ଗଞ୍ଜେଇ, ୯.୭୯୯ କିଲୋ ବ୍ରାଉନ ସୁଗାର ଓ ୨୬,୮୭୪ ବୋତଲ କାଶ ଔଷଧ ଜବତ କରାଯାଇଛି। ଏହା ସହ ୨୭,୭୨୨ ଏକରରେ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳରେ ୨୭ ଏକର ଅଫିମ ଚାଷ ମଧ୍ୟ ନଷ୍ଟ କରାଯାଇଛି।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ, ଓଡ଼ିଶାର ସୀମାନ୍ତ ଅଞ୍ଚଳ ଓ ଜଙ୍ଗଲରେ ଗଞ୍ଜେଇ ଚାଷ ରୋକିବା, ଆନ୍ତଃରାଜ୍ୟ ଚୋରାଚାଲାଣ ବନ୍ଦ କରିବା ଏବଂ ଭୁବନେଶ୍ୱର, କଟକ ଭଳି ସହରଗୁଡ଼ିକରେ ସଚେତନତା ଅଭିଯାନ ଜୋରଦାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଭିନ୍ନ ବିଭାଗ ଓ କେନ୍ଦ୍ରୀୟ ସଂସ୍ଥାଙ୍କ ସମନ୍ୱୟରେ ଏହି କାର‌୍ୟ୍ୟକୁ ଆହୁରି ପ୍ରଭାବୀ କରାଯିବ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930