Indus Valley Times

ନିୟନ୍ତ୍ରଣ ହରାଇ ଘର ଭିତରକୁ ପସି ଗଲା ପିକ୍-ଅପ୍୍ ଭ୍ୟାନ୍ ,୬ଜଣ ଗୁରୁତର ଆହାତ

 Breaking News

ନିୟନ୍ତ୍ରଣ ହରାଇ ଘର ଭିତରକୁ ପସି ଗଲା ପିକ୍-ଅପ୍୍ ଭ୍ୟାନ୍ ,୬ଜଣ ଗୁରୁତର ଆହାତ

November 23
12:01 2020

ଚନ୍ଦାହାଣ୍ଡି,୨୩/୧୧: ନିୟନ୍ତ୍ରଣ ହରାଇ ଘର ଭିତରକୁ ପସିଗଲା ପିକ୍‌-ଅପ୍ ଭ୍ୟାନ୍ । ଏଭଳି ଘଟଣା ଘଟିଛି ନବରଙ୍ଗପୁର ଚନ୍ଦାହାଣ୍ଡି ବ୍ଲକ୍ର ଝରାବାହାଲ ଗ୍ରାମରେ । ସୋମବାର ଦିନ ସକାଳୁ ଏକ ପିକ୍‌-ଅପ୍ ଭ୍ୟାନ ନିୟନ୍ତ୍ରଣ ହରାଇ ଏକ ଘର ଭିତରକୁ ପଶିଯିବାରୁ ଜଣେ ବୃଦ୍ଧ ଏବଂ ଚାରିଜଣ ଶିଶୁଙ୍କ ସମେତ ଛଅଜଣ ଗୁରୁତର ଆହାତ ହୋଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ସବୁ ଥର ଭଳି ଆଜି ମଧ୍ୟ ଝରାବାହାଲ ଗ୍ରାମର ଦୁଷ୍ମନ୍ତ ଜଗତ ସେହି ପିକ୍-ଅପ୍ ଭ୍ୟାନ୍ରେ ଆଳୁ, ପିଆଜ, ଲଙ୍କା ଓ ହଳଦୀ ଆଦି ବୋଝେଇ କରି ହାଟକୁ ବାହାରିଥିଲେ। ଗାଁ ଭିତରେ ଚାଲୁଥିବା ବେଳେ ଗାଡ଼ିଟି କୌଣସି କାରଣରୁ ଜଗତଙ୍କ ନିୟନ୍ତ୍ରଣରୁ ବାହାରି ଯାଇ ରାସ୍ତାକଡ଼ ଡ୍ରେନ୍ ଟପି ଅଳ୍ପ ଦୂରରେ ଥିବା ଏକ ଘର ଭିତରକୁ ପଶିଯାଇଥିଲା।
ସେହି ଘରର ବାରନ୍ଦା ପାଖରେ ଥିବା ଚଉଁରା ପାଖରେ ବସି ନିଆଁ ପୋଉଁଥିବା ୧୦ ବର୍ଷିୟ ସଚିନ ଗୋପାଳ, ୯ ବର୍ଷିୟ ସତୀକାନ୍ତ ଗୋପାଳ, ୭ ବର୍ଷୀୟ ନନ୍ଦିନୀ ଗୋପାଳ, ୨୭ ବର୍ଷିୟ ମନୀଷା ଗୋପାଳ ଏବଂ ସେ ଗାଁକୁ ଆସିଥିବା ୬୦ ବର୍ଷୀୟ ଡମ୍ବରୁଧର ହାତୀ ଏହି ଗାଡ଼ି ଧକ୍କାରେ ଆହତ ହୋଇଥିଲେ।
ଚିକିତ୍ସା ନିମନ୍ତେ ଆହତମାନଙ୍କୁ ତୁରନ୍ତ ନିକଟବର୍ତ୍ତୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଆହତମାନଙ୍କ ମଧ୍ୟରୁ ତିନିଜଣ ଶିଶୁଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଉମରକୋଟ ଡାକ୍ତରଖାନାକୁ ପଠାଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031