Indus Valley Times

ନୀରଜଙ୍କୁ ଶୁଭେଚ୍ଛା ଜଣାଇଲେ ଓଡିଶା ଇଂଜିନିୟର ସଂଘର ସଭାପତି ତାରାପ୍ରସାଦ

 Breaking News

ନୀରଜଙ୍କୁ ଶୁଭେଚ୍ଛା ଜଣାଇଲେ ଓଡିଶା ଇଂଜିନିୟର ସଂଘର ସଭାପତି ତାରାପ୍ରସାଦ

ନୀରଜଙ୍କୁ ଶୁଭେଚ୍ଛା ଜଣାଇଲେ ଓଡିଶା ଇଂଜିନିୟର ସଂଘର ସଭାପତି ତାରାପ୍ରସାଦ
August 07
20:27 2021

ଯାଜପୁର, ୭/୮ : ଟୋକିଓ ଅଲିମ୍ପିକ୍ସ ୨୦୨୦ ର ୧୫ ତମ ଦିନ ଭାରତ ପାଇଁ ଏକ ଐତିହାସିକ ଦିନ । ଜାଭେଲିନ୍ ଥ୍ରୋରେ ନୀରଜ ଚୋପ୍ରା ଭାରତ ପାଇଁ ପ୍ରଥମ ଥର ସ୍ୱର୍ଣ୍ଣ ପଦକ ଆଣିଛନ୍ତି । ନୀରଜ ଆଥଲେଟିକ୍ସରେ ୧୦୦ ବର୍ଷର ଇତିହାସକୁ ମଧ୍ୟ ବଦଳାଇଛନ୍ତି । ୧୦୦ ବର୍ଷ ପରେ ଆଥଲେଟିକ୍ସରେ ଭାରତ ପ୍ରଥମ ଥର ଅଲିମ୍ପିକ୍ ପଦକ ପାଇଛି । ଏହା ସହ ଭାରତକୁ ଅଲିମ୍ପିକରେ ସପ୍ତମ ପଦକ ହାସଲ ହୋଇଛି ।

ସେପଟେ, ଅଲିମ୍ପିକରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ନୀରଜଙ୍କୁ ଛୁଟିଛି ଶୁଭେଚ୍ଛାର ସୁଅ । ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ପରିପ୍ରେକ୍ଷୀରେ ଓଡିଶା ଇଂଜିନିୟର ସଂଘର ସଭାପତି ତାରାପ୍ରସାଦ ମିଶ୍ର ନୀରଜକୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଏହା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ସେ ଆମର ହିରୋ । ଏହା ସହ ସମସ୍ତ ଭାରତୀୟ ଅଲିମ୍ପିକ ଖେଳାଳୀଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930