Indus Valley Times

ନୂଆଁଖାଇ ପାଇଁ ୨୯ ତାରିଖରେ ଛୁଟି ଘୋଷଣା, ସେପ୍ଟେମ୍ବର ୧୩ରେ କାର୍ଯ୍ୟଦିବସ

 Breaking News

ନୂଆଁଖାଇ ପାଇଁ ୨୯ ତାରିଖରେ ଛୁଟି ଘୋଷଣା, ସେପ୍ଟେମ୍ବର ୧୩ରେ କାର୍ଯ୍ୟଦିବସ

ନୂଆଁଖାଇ ପାଇଁ ୨୯ ତାରିଖରେ ଛୁଟି ଘୋଷଣା, ସେପ୍ଟେମ୍ବର ୧୩ରେ କାର୍ଯ୍ୟଦିବସ
August 26
17:39 2025

ଭୁବନେଶ୍ବର, ୨୬/୮ : ନୂଆଁଖାଇ ଉପଲକ୍ଷେ ଆଗାମୀ ୨୯ ତାରିଖକୁ ରାଜ୍ୟ ସରକାର ସରକାରୀ ଛୁଟି ଘୋଷଣା କରିଛନ୍ତି। ଏହି ଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ମ୍ୟାଜିଷ୍ଟେରିଆଲ୍ କୋର୍ଟ (କାର୍ଯ୍ୟନିର୍ବାହୀ) କୋର୍ଟଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି। ତେବେ ଆସନ୍ତା ମାସର ଦ୍ବିତୀୟ ଶନିବାର ( ସେପ୍ଟେମ୍ବର ୧୩ ତାରିଖ)ର ଛୁଟି ବାତିଲ୍ କରାଯାଇଛି। ଏହି ଦିନକୁ କାର୍ଯ୍ୟ ଦିବସ ରୂପେ ଘୋଷଣା କରାଯାଇଛି।
କୃଷି ଭିତ୍ତିକ ଗଣପର୍ବ ନୂଆ ଖାଇ ଅବସରରେ ପ୍ରତିବର୍ଷ ଛୁଟି ଘୋଷଣା କରାଯାଇଥାଏ। ଚଳିତ ବର୍ଷ ଅଗଷ୍ଟ ୨୯ ତାରିଖକୁ ଛୁଟି ଘୋଷଣା କରାଯାଇଛି। ତେବେ ନୂଆଖାଇ ପରଦିନ ମଧ୍ୟ ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ।
ସେ ଦିନ ଆତ୍ମୀୟ ସ୍ୱଜନମାନେ ପରସ୍ପର ସହ ସାକ୍ଷାତ କରି ‘ନୂଆଖାଇ ଜୁହାର’ କରନ୍ତି ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନିଅନ୍ତି। ପାରିବାରିକ, ସାମାଜିକ ଓ ସାଂସ୍କୃତିକ ଐତିହ୍ୟକୁ ସୁରକ୍ଷିତ କରିବା ଦିଗରେ ଏହା ଏକ ମହତ୍ୱପୂର୍ଣ୍ଣ ଦିନ ଅଟେ।
ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚଳିତ ବର୍ଷ ନୂଆଖାଇର ପରଦିନ ଅର୍ଥାତ ୨୯.୦୮.୨୦୨୫ (ଶୁକ୍ରବାର) ଦିନଟିକୁ ସମସ୍ତ ସରକାରୀ କାର୍ଯ୍ୟାଳୟ ତଥା ମାଜିଷ୍ଟେରିଆଲ କୋର୍ଟ (କାର୍ଯ୍ୟନିର୍ବାହୀ)ପାଇଁ ଛୁଟି ଘୋଷଣା କରିଛନ୍ତି।
ଏହା ପରିବର୍ତ୍ତେ ସେପ୍ଟେମ୍ବର ୧୩ ତାରିଖ, ଦ୍ୱିତୀୟ ଶନିବାରକୁ କାର୍ଯ୍ୟଦିବସ ଭାବେ ଘୋଷଣା କରାଯାଇଛି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031