Indus Valley Times

ନୂଆଖାଇ ଦିନ ବ୍ୟାଙ୍କ ବନ୍ଦ: ଛୁଟି ଘୋଷଣା କଲେ ରାଜ୍ୟ ସରକାର

 Breaking News

ନୂଆଖାଇ ଦିନ ବ୍ୟାଙ୍କ ବନ୍ଦ: ଛୁଟି ଘୋଷଣା କଲେ ରାଜ୍ୟ ସରକାର

ନୂଆଖାଇ ଦିନ ବ୍ୟାଙ୍କ ବନ୍ଦ: ଛୁଟି ଘୋଷଣା କଲେ ରାଜ୍ୟ ସରକାର
August 29
19:26 2022

ବନେଶ୍ଵର,୨୯/୮: ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇକୁ ନେଇ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି। ସେପ୍ଟେମ୍ବର ୧ ନୂଆଁଖାଇ ଦିନ ବ୍ୟାଙ୍କ ବନ୍ଦ ରଖାଯିବ ବୋଲି ଘୋଷଣା କରାଯାଇଛି।
ବ୍ୟାଙ୍କ ଏବଂ ଅନ୍ୟ ବିତ୍ତୀୟ ସଂସ୍ଥା ବନ୍ଦ ରଖାଯିବାକୁ ସରକାର ଘୋଷଣା କରିଛନ୍ତି। ସୋମବାର ଏନେଇ ରାଜସ୍ଵ ଏବଂ ବିପର୍ଯ୍ୟ ପ୍ରଶମନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।
ସମ୍ବଲପୁରରେ ଥିବା ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଧାର୍ଯ୍ୟ ଲଗ୍ନ ଅନୁଯାୟୀ, ଆସନ୍ତା ସେପ୍ଟେମ୍ୱର ମାସ ୧ ତାରିଖରେ ପୂର୍ବାହ୍ଣ ୧୦:୫୬ରୁ ୧୧ ଟା ମଧ୍ୟରେ ମା ସମଲେଶ୍ୱରୀଙ୍କ ପାଖରେ ନବାନ୍ନ ଲାଗି ହେବ।
ସମ୍ବଲପୁର ବ୍ରହ୍ମପୁରା ମନ୍ଦିର ପରିସରରେ ବ୍ରହ୍ମ ପଣ୍ଡିତ ମହାସଭା ବସି ଲଗ୍ନ ନିର୍ଦ୍ଧାରଣ କରିଛନ୍ତି। ପ୍ରଥମେ ବିଦ୍ବାନ,ପଣ୍ଡିତ ପହଞ୍ଚିଲା ପରେ ବିଷ୍ଣୁ ସହଶ୍ର ନାମ ପାଠ କରିଛନ୍ତି।
ଏହା ପରେ ମାଁ ସମଲେଶ୍ବରୀଙ୍କ ରାଶି ନକ୍ଷତ୍ର ଗଣନା କରି ଏହି ଲଗ୍ନ ନିର୍ଦ୍ଧାରଣ କରାଯାଇଛି। ବ୍ରହ୍ମ ପଣ୍ଡିତ ମହାସଭାରେ ପଞ୍ଜିକା ଦେଖିବା ପରେ ଲଗ୍ନ ନିର୍ଦ୍ଧାରଣ କରାଯାଇଛି ।
ସେହି ଲଗ୍ନ ପତ୍ରକୁ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ କମିଟି ସଦସ୍ୟ ଓ ମନ୍ଦିର ପୂଜକ ଯାଇ ମାଁ ସମଲେଶ୍ବରୀଙ୍କଠାରେ ଲଗ୍ନପତ୍ର ଦେବେ।ଅନ୍ୟପଟେ ନୂଆଖାଇ ପାଇ ସମ୍ୱଲପୁରର ବିଭିନ୍ନ ଅଞ୍ଚଳ ଏବେ ଚଳଚଞ୍ଚଳ ହେଲାଣି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031