Indus Valley Times

ନୂଆଗାଁ ରୁ ୧୪୫ ଜଣଙ୍କ ସ୍ୱାବ ସଂଗ୍ରହ

 Breaking News

ନୂଆଗାଁ ରୁ ୧୪୫ ଜଣଙ୍କ ସ୍ୱାବ ସଂଗ୍ରହ

August 03
21:28 2020

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ

ନୂଆଗାଁ,୩/୮: ରାଜ୍ୟରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ନୟାଗଡ ଜିଲ୍ଲାରେ ସୋମବାର ଦିନ ଆଉ ୨୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲା ରେ କୋଭିଡ୍ ଆକ୍ରାନ୍ତ ଙ୍କ ସଂଖ୍ୟା ୬୮୦ ଅତିକ୍ରମ କରିଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ୪୦୦ ଅତିକ୍ରମ କରିଛି। ଜିଲ୍ଲା ରେ ଆକ୍ରାନ୍ତ ଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ କରୋନା ସଂକ୍ରମଣ ହେବା ଭୟ ଲୋକମାନଙ୍କ ମଧ୍ୟରେ ଘାରିଛି। କିନ୍ତୁ କିଛି ଦିନ ହେବ ନୟାଗଡ ଜିଲ୍ଲାର ,ନୟାଗଡ, ଓଡ଼ଗାଁ,ଦଶପଲ୍ଲା,ରଣପୁର ଆଦି ବ୍ଲକ୍ ରେ କରୋନା କାୟା ବିସ୍ତାର କରିବାରେ ଲାଗିଥିବା ବେଳେ କିନ୍ତୁ ନୂଆଗାଁ ବ୍ଲକ୍ ରେ କରୋନା କାୟା ବିସ୍ତାର କରିବାରେ ସେତେଟା ସଫଳ ହୋଇନାହିଁ। ଏଭଳି ପରିସ୍ଥିତି ରେ ନୂଆଗାଁ ଉପ ସ୍ୱାସ୍ଥ୍ୟକେନ୍ଦ୍ର ରେ ନୂଆଗାଁ ବ୍ଲକ୍ ପ୍ରଶାସନ ତରଫରୁ ସ୍ଵାବ ସଂଗ୍ରହ କରାଯାଇଛି। ନୂଆଗାଁ ବଜାର ର ବ୍ୟବସାୟୀ,ସ୍ଥାନୀୟ ଲୋକ,ଏହିଭଳି ଭାବେ ୧୪୫ ଜଣଙ୍କ ଠାରୁ ସ୍ୱାବ ସଂଗ୍ରହ କରାଯାଇଥିବା ଜଣାପଡିଛି।ବିଡ଼ିଓ ପ୍ରମୋଦ କୁମାର ଦଳ ବେହେରା ଙ୍କ ଉପସ୍ଥିତିରେ ସ୍ଵତନ୍ତ୍ର ଡାକ୍ତରୀ ଟିମ୍ ଦ୍ଵାରା ସ୍ୱାବ ସଂଗ୍ରହ କରାଯାଇଥିଲା। କରୋନା ସମ୍ପର୍କିତ ନୀତି ନିୟମ ପାଳନ କରିବା ପାଇଁ ବ୍ଲକ୍ ପ୍ରଶାସନ ତରଫରୁ ଜନସାଧାରଣ ଙ୍କୁ ନିବେଦନ କରାଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031