ନୂଆଗାଁ ରେ ଆଦିତ୍ୟ ଫିଟନେସ ସେଣ୍ଟର ର ଶୁଭାରମ୍ଭ
November 29
00:05
2020
ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ
ନୂଆଗାଁ,୨୮/୧୧: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦର ମହକୁମା ରେ ଥିବା ଗଦାଧର ପୁର ଠାରେ ଆଦିତ୍ୟ ଫିଟନେସ ସେଣ୍ଟର୍ ଶନିବାର ଦିନ ଶୁଭାରମ୍ଭ ହୋଇଯାଇଛି।ବ୍ୟସ୍ତ ବହୁଳ ଜୀବନରେ ଲୋକମାନେ କାର୍ୟ୍ୟ ବ୍ୟସ୍ତତା ଯୋଗୁଁ ନିଜ ଶରୀରକୁ ବ୍ୟାୟାମ ଦ୍ବାରା ଫିଟ୍ ରଖି ପାରୁନଥାନ୍ତି।ଯାହାଫଳରେ ବିଭିନ୍ନ ରୋଗରେ ଶିକାର ହୋଇଥାନ୍ତି।ନୂଆଗାଁ ବ୍ଲକ୍ ରେ ଫିଟ୍ ନେସ୍ ସେଣ୍ଟର୍ ନଥିବା ଯୋଗୁଁ ଶରୀରକୁ ଫିଟ୍ ରଖିବାକୁ ଇଚ୍ଛା ପ୍ରକାଶ କରୁଥିବା ଲୋକମାନେ ବ୍ୟାୟାମ ର ସୁବିଧା ପାଇବାରୁ ବଞ୍ଚିତ ହେଉଥିଲେ।ଏହି ଫିଟନେସ ସେଣ୍ଟର ଶୁଭାରମ୍ଭ ହେବା ପରେ ଯୁବ ପିଢ଼ି ଙ୍କ ମଧ୍ୟରେ ଉତ୍ସାହ ଭରିଯାଇଛି।