Indus Valley Times

ନୂଆଗାଁ : ସର୍ବଗିଳା କୁଜିନେତା ଙ୍କ ହାତରେ ଏବେ ମାଳିସାହି ପଞ୍ଚାୟତର ଭାଗ୍ୟ

 Breaking News

ନୂଆଗାଁ : ସର୍ବଗିଳା କୁଜିନେତା ଙ୍କ ହାତରେ ଏବେ ମାଳିସାହି ପଞ୍ଚାୟତର ଭାଗ୍ୟ

ନୂଆଗାଁ : ସର୍ବଗିଳା କୁଜିନେତା ଙ୍କ ହାତରେ ଏବେ ମାଳିସାହି ପଞ୍ଚାୟତର ଭାଗ୍ୟ
November 26
20:26 2022

ବିଶ୍ୱ ଭୂଷଣ ମହାପାତ୍ର/ ମମତା ମହାପାତ୍ରଙ୍କ ରିପୋର୍ଟ
ନୂଆଗାଁ, ୨୬/୧୧: ସର୍ବଗିଳା କୁଜିନେତା ଙ୍କ ହାତରେ ଏବେ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକମାଳିସାହି ପଞ୍ଚାୟତ ର ଭାଗ୍ୟ । ଖଟ ଖାଇ ଖଟୁଳିକୁ ଦେଲେ ନାହିଁ ବାଦ । ଦିନ ଦୁଇ ପହର ରେ ସରକାରୀ ଅର୍ଥ ହେଉଛି ଆତ୍ମସାଥ ।
ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରକାଶ ପରେ ବି ସବୁ ଜାଣି ନଜାଣିଲା ଭଳି ଅଭିନୟ କରୁଛନ୍ତି ପଞ୍ଚାୟତ ର ଯନ୍ତ୍ରୀ । କାହା ଇଙ୍ଗିତ ରେ ହେଉଛି ଏଭଳି ହରିଲୁଟ । ସରକାରୀ ରାଜକୋଷ ରେ ଲାଗିଛି ଚୂନା, ଆଉ ଚୁନା ଲଗେଇଲେ ଖୋଦ ବିଭାଗୀୟ ଯନ୍ତ୍ରୀ ।
ଅଭିଯୋଗ ଥାଇବି ନିମ୍ନ ମାନର କଂକ୍ରିଟ ଢାଳି ସାରିଦେଲେ କାର୍ଯ୍ୟ । ଜନତା ଙ୍କ ନଜର ଆଢୁଆଳ ରେ ବିନା ସୂଚନା ଫଳକ ରେ ହରିଲୁଟ ହେଉଛି ସରକାର ଙ୍କ ରାଜକୋଷ ରୁ କୋଟି କୋଟି ଟଙ୍କା ।
ଏ ବାବୁ ମାନ ଙ୍କ ଦୁର୍ନୀତି ର ପୋଲ ଉପରେ ଉପରେ ଟିକେ ଭଲ ଭାବ ରେ ନଜର ପକାନ୍ତୁ । ଏ ହେଉଛି ମାଳିସାହି ପଞ୍ଚାୟତ ର ଢିପିସାହି ଠାରୁ ବେଗୁନିଆ ସାହି ରାସ୍ତା । ଦିନ ଦିହିପହର ରେ ବାଲି ଖୁନ୍ଦି ନିମ୍ନ ମାନର କାର‌୍ୟ୍ୟ କରି ତରବରିଆ ହେଇ ରାସ୍ତା କାର୍ଯ୍ୟ ସାରିଦେଲା ଠିକାଦାର ।
ଆଦିବାସୀ ଜନତା ଙ୍କ ପାଇଁ ରାସ୍ତା ନିର୍ମାଣ ହଉଥିଲେ ମଧ୍ୟ ଆଦିବାସୀ ଙ୍କ ସମସ୍ୟା ଥିବା କାଦୁଅ ହେଉଥିବା ସ୍ଥାନ ଉପରେ କଂକ୍ରିଟ ନକରି ଠିକାଦାର ଅଧିକ ଲାଭ ଉଠେଇବା ଉଦେଶ୍ୟ ରେ ମୋରମ ରାସ୍ତା ଉପରେ ବାଲି ପୁରେଇ ମନ ଇଚ୍ଛା ରାସ୍ତା କାର‌୍ୟ୍ୟ ଶେଷ କରି ବିଲ ଉଠାଇ ନେବାକୁ ଚାଲିଛି ପ୍ରୟାସ ।
ତେବେ କାର୍ଯ୍ୟ ପୂର୍ବରୁ ଫଳକ ନ ଲଗେଇ ସବିଶେଷ ତଥ୍ୟ ଜନତା ଙ୍କୁ ନଜଣେଇ ମନ ଇଛା କାର‌୍ୟ୍ୟ କରିବାକୁ ନୂଆଗାଁ ବ୍ଲକ ପ୍ରଶାସନ କାହିଁକି ଦେଇଛି ଅନୁମତି ।
ଘରେ ନପଶୁଣୁ ଚାଳ ବାଜିଲା ଭଳି ରାସ୍ତା ର ଭାଗ୍ୟ କୁ ନେଇ ଏବେ ବଡ଼ ପ୍ରଶ୍ନ ଛିଡା ହେଉଥିବା ବେଳେ । ଏଭଳି ଘଟଣା ଏବେ ପଞ୍ଚାୟତ ସାରା ଦେଖିବାକୁ ମିଳିଛି । ଖୋଦ କୁଜିନେତା, ବ୍ଲକ କର୍ମଚାରୀ ମାନେ ସାଜିଛନ୍ତି ଏହି ପଞ୍ଚାୟତ ର ଠିକାଦାର ।
ବ୍ଲକ ର ବିଡ଼ିଓ ଠୁ ଆରମ୍ଭ କରି କନିଷ୍ଠ ଯନ୍ତ୍ରୀ ଏଥିପ୍ରତି ଦେଉଛନ୍ତି ସୁରକ୍ଷା । କିଛି ଦିନ ପୂର୍ବରୁ ଦୁର୍ନୀତି ର ପୋଲ ବନ୍ଦ କରିବାକୁ ଯାଇ ମୋ ଗୁହାଳ ଲାଞ୍ଚ ଯାଚି ଚର୍ଚ୍ଚା ରେ ଥିଲେ ଉକ୍ତ ଯନ୍ତ୍ରୀ । ହେଲେ ଉକ୍ତ ଆଞ୍ଚଳ ରେ ଗୋଟିଏ ଚର୍ଚ୍ଚା ଏଭଳି ଯନ୍ତ୍ରୀ ଓ ଠିକାଦାର ଙ୍କୁ ସୁହାଇଛି ପଞ୍ଚାୟତ ର ଆଦିବାସୀ ଅଞ୍ଚଳ ।
ତେବେ ଦୁର୍ନୀତି ର ଚରମ ସୀମାରେ ଏହି ପଞ୍ଚାୟତ । ତେବେ ଏଭଳି ଦୁର୍ନୀତି ପ୍ରତି ନୟାଗଡ଼ ଜିଲ୍ଲାପାଳ ଦୃଷ୍ଟି ଦେବା ସହ ଦୁର୍ନୀତି କୁ ଆପଣେଇଥିବା ବାବୁ ଙ୍କ ପ୍ରତି ଦୃଢ କାର‌୍ୟାନୁଷ୍ଠାନ ନେବା ପାଇଁ ଅଞ୍ଚଳ ବାସି ଦାବି କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031