Indus Valley Times

ନୂଆପଡ଼ା ଲଢ଼େଇ: ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ, ଷ୍ଟାର୍ ପ୍ରଚାରକ ତାଲିକା ଜାରି କଲା ବିଜେଡ଼ି

 Breaking News

ନୂଆପଡ଼ା ଲଢ଼େଇ: ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ, ଷ୍ଟାର୍ ପ୍ରଚାରକ ତାଲିକା ଜାରି କଲା ବିଜେଡ଼ି

ନୂଆପଡ଼ା ଲଢ଼େଇ: ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ, ଷ୍ଟାର୍ ପ୍ରଚାରକ ତାଲିକା ଜାରି କଲା ବିଜେଡ଼ି
October 17
18:03 2025

ଭୁବନେଶ୍ବର , ୧୭/୧୦: ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡିର ଷ୍ଟାର୍ ପ୍ରଚାରକ ତାଲିକା ଘୋଷଣା କରାଯାଇଛି । ବିଜୁ ଜନତା ଦଳର ୪୦ ଜଣିଆ ଷ୍ଟାର୍ ପ୍ରଚାରକ ତାଲିକା ପ୍ରକାଶ ପାଇଛି ।
ନୂଆପଡା ପ୍ରଚାର ମୈଦାନରେ ବିଜେଡିର ମଙ୍ଗ ଧରିବେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ । ତାଲିକାରେ ନବୀନଙ୍କ ନାଁ ପ୍ରଥମେ ରହିଛି । ବିଜେଡି ଦଳର ବିଧାୟକ ଓ ବରିଷ୍ଠ ନେତାମାନେ ମଧ୍ୟ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରିବେ । ସୁପ୍ରିମୋ ନବୀନଙ୍କ ସମେତ ୧୬ ଜଣ ବିଧାୟକଙ୍କ ନାଁ ପ୍ରଚାରକ ତାଲିକାରେ ରହିଛି ।
ବରିଷ୍ଠ ନେତା ପ୍ରସନ୍ନ ଆଚାର‌୍ୟ୍ୟ, ଦେବୀ ପ୍ରସାଦ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ନିରଞ୍ଜନ ପୂଜାରୀ, ଅରୁଣ କୁମାର ସାହୁ, ପ୍ରତାପ ଦେବ, ପ୍ରଣବ ପ୍ରକାଶ ଦାସ, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଜେନା, ସଞ୍ଜୟ ଦାସବର୍ମା, ଦିବ୍ୟଶଙ୍କର ମିଶ୍ର ପ୍ରମୁଖ ଲିଷ୍ଟରେ ଅଛନ୍ତି ।
ସେହିଭଳି କଳିକେଶ ନାରାୟଣ ସିଂହଦେଓ, ସାରଦା ନାୟକ, ପୁଷ୍ପେନ୍ଦ୍ର ସିଂହ ଦେଓ, ପ୍ରୀତିରଞ୍ଜନ ଘଡ଼େଇ, ଟୁକୁନି ସାହୁ, ସୁଲତା ଦେଓ, ଲେଖାଶ୍ରୀ ସାମନ୍ତସିଂହାର, ସୁଦାମ ମାରାଣ୍ଡି, ଦେବେଶ ଆଚାର‌୍ୟ୍ୟ, ପ୍ରଦୀପ ଦିସାରି, ସରୋଜ ମେହେର, ରୋହିତ ପୂଜାରୀ, ମୁଜିବୁଲ୍ଲା ଖାନ୍, ବିକ୍ରମ ପଣ୍ଡା, ଭୃଗୁ ବକ୍ସିପାତ୍ର, ଯୋଗେଶ ସିଂ ପ୍ରମୁଖଙ୍କ ନାଁ ତାଲିକାରେ ରହିଛି ।
ଅନ୍ୟମାନଙ୍କ ମଧ୍ୟରେ ନିରଞ୍ଜନ ବିଶି, ମନୋହର ରନ୍ଧାରୀ, ରମେଶ ମାଝୀ, ଅଧିରାଜ ପାଣିଗ୍ରାହୀ, ରୋମାଞ୍ଚ ରଞ୍ଜନ ବିଶ୍ବାଳ, ସୁବାସିନୀ ଜେନା, ବର୍ଷା ସିଂ ବରିହା, ଦୀପାଲି ଦାସ, ମନୋରମା ମହାନ୍ତି, ଚିନ୍ମୟ ସାହୁ, ଇପ୍ସିତା ସାହୁ ତାଲିକାରେ ସାମିଲ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031