Legatus

ନୂଆବର୍ଷ ପାଇଁ ଶ୍ରୀମନ୍ଦିର ପ୍ରଶାସନର ପ୍ରସ୍ତୁତି, ରାତି ସାଢ଼େ ବାରଟାରୁ ଦ୍ବାର ଫିଟା

 Breaking News

ନୂଆବର୍ଷ ପାଇଁ ଶ୍ରୀମନ୍ଦିର ପ୍ରଶାସନର ପ୍ରସ୍ତୁତି, ରାତି ସାଢ଼େ ବାରଟାରୁ ଦ୍ବାର ଫିଟା

ନୂଆବର୍ଷ ପାଇଁ ଶ୍ରୀମନ୍ଦିର ପ୍ରଶାସନର ପ୍ରସ୍ତୁତି, ରାତି ସାଢ଼େ ବାରଟାରୁ ଦ୍ବାର ଫିଟା
December 31
20:30 2024

ପୁରୀ, ୩୧/୧୨: ଆସନ୍ତାକାଲି ନୂଆ ବର୍ଷ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ନାହିଁ ନ ଥିବା ଭିଡ଼ । ନୂଆବର୍ଷ ଉପଲକ୍ଷେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ନୀତିକାନ୍ତି । ଚତୁର୍ଦ୍ଧାମୂର୍ତ୍ତି ଜଲଦି ଶୋଇବେ ଆଉ ଜଲଦି ଉଠିବେ । ମଧ୍ୟରାତ୍ର ଦ୍ୱାର ଫିଟା ନୀତି ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ।
ନୂଆ ବର୍ଷ ଭିଡ଼କୁ ଦୃଷ୍ଟିରେ ରଖି ମଙ୍ଗଳବାର-ବୁଧବାର ରାତି ସାଢ଼େ ୧୨ଟା ସୁଦ୍ଧା ଦ୍ୱାର ଫିଟା ନୀତି ହେବାର ସମୟ ନିର୍ଘଣ୍ଟ ହୋଇଛି । ସେଥିପାଇଁ ରାତି ୧୦ରୁ ସାଢ଼େ ୧୦ ଟା ମଧ୍ୟରେ ମହାପ୍ରଭୁଙ୍କର ପହୁଡ଼ ପଡ଼ିବ । ଶୀଘ୍ର ପହୁଡ଼, ଦ୍ୱାର ଫିଟା ନୀତି ହେଲେ ଶ୍ରଦ୍ଧାଳୁଙ୍କ ଦର୍ଶନ ସହଜ ହେବ । ଦର୍ଶନ ପାଇଁ ମାର୍କେଟ୍ ଛକଠାରୁ ଧାଡ଼ିରେ ଆସିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟ ପ୍ରଶାସକ ।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930