Indus Valley Times

ନୂଆ ବର୍ଷରେ କମିବ ପିଆଜ ଦର : ରଣେନ୍ଦ୍ର ପ୍ରତାପ ସ୍ୱାଇଁ

 Breaking News

ନୂଆ ବର୍ଷରେ କମିବ ପିଆଜ ଦର : ରଣେନ୍ଦ୍ର ପ୍ରତାପ ସ୍ୱାଇଁ

December 09
19:43 2019

ଭୁବନେଶ୍ୱର, ୯ ।୧୨ : ଚଳିତ ମାସ ଶେଷ କିମ୍ବା ଆସନ୍ତା ମାସ ପ୍ରଥମରୁ ପିଆଜ ଦର କମିବ । ଅର୍ଥାତ୍ ନୂଆବର୍ଷରେ ପିଆଜ ଦର କମିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ସୋମବାର ଦିନ ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକରେ ମନ୍ତ୍ରୀ କହିଛନ୍ତି ଯେ ପ୍ରବଳ ବର୍ଷା ଯୋଗୁଁ ସାରା ଦେଶର ଚାଷୀଙ୍କ ଅଣ୍ଟା ଭାଙ୍ଗିଦେଇଛି ।
ସେ କହିଛନ୍ତି ଯେ, ପୂର୍ବରୁ ଦୈନିକ ୫୦ ଟ୍ରକ୍ ପିଆଜ ଆସୁଥିଲା। ଏବେ କିନ୍ତୁ ଆସୁଛି ଗୋଟିଏ ଟ୍ରକ। ।୧୨ ଲକ୍ଷ ମେଟ୍ରିକ ଟନ ପିଆଜ ଦେଶରେ ଦୈନିକ ଆବଶ୍ୟକ ହେଉଥିଲା ବେଳେ ୧ ଲକ୍ଷ ମେଟ୍ରିକ ଟନ୍ ପିଆଜ କେନ୍ଦ୍ର ସରକାର ବିଦେଶରୁ ଆଣିଛନ୍ତି ଯାହା ସମୁଦ୍ରକୁ ଶଙ୍ଖେ ବୋଲି ମନ୍ତ୍ରୀ କହିଛନ୍ତି ।
ଓଡ଼ିଶାରେ ଚଳିତ ବର୍ଷ ୨୬ ପ୍ରତିଶତ କମ ଚାଷ ହୋଇଛି । ଅଧିକ ପିଆଜ ଚାଷ ପାଇଁ କୃଷକଙ୍କୁ ପ୍ରୋତ୍ସାହନ ଦେବା ଉଚିତ ଏହା ଜାତୀୟ ବିପର୍ଯ୍ୟୟ ବୋଲି ମନ୍ତ୍ରୀ କହିଛନ୍ତି । ସେପଟେ ଶସ୍ତାରେ ପିଆଜ ବିକିବା ପ୍ରସଙ୍ଗରେ କଂଗ୍ରେସକୁ କଟାକ୍ଷ କହିଛନ୍ତି ମନ୍ତ୍ରୀ । କଂଗ୍ରେସ ଶୂନ୍ୟରେ ପିଆଜ ଉତ୍ପାଦନ କଲେ ବି ସ୍ୱାଗତ କରିବୁ ବୋଲି ମନ୍ତ୍ରୀ କହିଛନ୍ତି ।
ଏଠାରେ ସୂଚନା ଥାଉ କି ପିଆଜ ଦର ୧୦୦ ଟପିବା ପରେ ଏହା ଖାଉଟିଙ୍କୁ କଲବଲ କରୁଛି । ହୁତୁହୁତୁ ହୋଇ ବେଲଗାମ ଭାବେ ରାଜ୍ୟରେ ପିଆଜ ଦର ବଢ଼ିଚାଲିଛି । ଦେଶର ତଥା ରାଜ୍ୟରେ ପିଆଜ ଦର ଅହେତୁକ ଭାବେ ବୃଦ୍ଧି ପାଉଛି । ଦେଶର ବିଭିନ୍ନ ସ୍ଥାନରେ ପିଆଜ ମୂଲ୍ୟ ୧୫୦ ଟଙ୍କାରେ ପହଞ୍ଚିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031