Indus Valley Times

ନୂଆ ସରକାର ଆସିବା ପରଠାରୁ ଦୁର୍ନୀତି ଅଭିଯୋଗରେ ୩୦ ସରକାରୀ କର୍ମଚାରୀ ବହିଷ୍କୃତ, ୬୮ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନ୍‌ସନ୍ ବନ୍ଦ

 Breaking News

ନୂଆ ସରକାର ଆସିବା ପରଠାରୁ ଦୁର୍ନୀତି ଅଭିଯୋଗରେ ୩୦ ସରକାରୀ କର୍ମଚାରୀ ବହିଷ୍କୃତ, ୬୮ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନ୍‌ସନ୍ ବନ୍ଦ

ନୂଆ ସରକାର ଆସିବା ପରଠାରୁ ଦୁର୍ନୀତି ଅଭିଯୋଗରେ ୩୦ ସରକାରୀ କର୍ମଚାରୀ ବହିଷ୍କୃତ, ୬୮ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନ୍‌ସନ୍ ବନ୍ଦ
October 28
17:56 2025

ଭୁବନେଶ୍ୱର, ୨୮/୧୦ : ଦୁର୍ନୀତିର ଅର୍ଥ କ’ଣ ? ବ୍ୟକ୍ତିଗତ ଲାଭ ପାଇଁ ପଦ ପଦବୀର ଅପବ୍ୟବହାର କରିବା ନା ଲୋକେ ଯେଉଁ ବିଶ୍ୱାସ ରଖିଛନ୍ତି ତାପ୍ରତି ବିଶ୍ୱାସ ଘାତକତା କରିବା ? ଦୁର୍ନିତୀ ନିବାରଣ ସପ୍ତାହ ପାଳନ ଅବସରରେ ସରକାରୀ ଅଧିକାରୀମାନଙ୍କୁ ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହା ସହିତ ଯୁବପୀଢ଼ି ଦୁର୍ନୀତିରେ ଲିପ୍ତ ହେବା ନେଇ ମୁଖ୍ୟମନ୍ତ୍ରୀ ଚିନ୍ତା ପ୍ରକଟ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ରାଜ୍ୟସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପୁଣି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ।
ଦୁର୍ନୀତି ପାଇଁ ସରକାର ଶୂନ୍ୟ ସହନଶୀଳତା ଗ୍ରହଣ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଦୋହରାଇଛନ୍ତି । ଦୁର୍ନୀତି ବ୍ୟବସ୍ଥାରେ ପ୍ରବେଶ କଲେ, ସାଧାରଣ ଲୋକଙ୍କ ଭରସା ଭାଙ୍ଗିବା ସହିତ ନ୍ୟାୟକୁ ବିକୃତ କରେ, ଦକ୍ଷତାକୁ କ୍ଷୁର୍ଣ୍ଣ କରେ ଏବଂ ଶାସନର ନୈତିକ ବୋଧକୁ ଦୁର୍ବଳ କରେ । ଦୁର୍ନୀତି ବିରୋଧରେ ଲଢ଼ିବା କର୍ତ୍ତବ୍ୟ ନୁହେଁ ବରଂ ନୈତିକ ଦାୟିତ୍ୱ ।
ଆଜିକାଲି ଯୁବ ଅଧିକାରୀମାନେ ଦୁର୍ନୀତିରେ ଲିପ୍ତ ହେବା ନେଇ ମୁଖ୍ୟମନ୍ତ୍ରୀ କ୍ଷୋଭ ପ୍ରକାଶ କରିଛନ୍ତି । ସରକାରୀ ଅଧିକାରୀ ହୋଇ ଲୋକଙ୍କ ସେବା କରିବାକୁ ସ୍ୱପ୍ନ ଦେଖୁଥିଲେ, ସ୍ୱଚ୍ଛ ସେବା ଦେବେ, ସଚ୍ଚୋଟତା ଏବଂ ସାଧୁତା ଅବଲମ୍ବନ କରିବେ ବୋଲି କହୁଥିଲେ, ତାହାର କମ୍ ପ୍ରତିଫଳିତ ଦେଖାଯାଉଛି ।
ଆଇଏଏସ୍ ଏବଂ ଓଏଏସ୍ ପରୀକ୍ଷାରେ ରାଙ୍କ୍ ରଖି ଖବରକାଗଜରେ ପ୍ରଶଂସିତ ହେଉଥିଲେ । ଯେଉଁ ଖବରକାଗଜରେ ପ୍ରଶଂସିତ ହେଉଥିଲେ ଦୁର୍ନୀତି କରିବା ପରେ ସେହି ଖବରକାଗଜରେ ତାଙ୍କର ଖବର ଆସୁଛି ।
ଯେଉଁମାନେ ଆମର ଆଦର୍ଶ ହୋଇଥାଆନ୍ତେ କେବଳ କିଛି ଟଙ୍କା ପାଇଁ ନିଜ ଆଦର୍ଶ ଆଉ ବିଚାରଧାରାକୁ ବିକ୍ରି କରି ଦେଉଛନ୍ତି । କିଛି ଟଙ୍କା ପାଇଁ ଆତ୍ମ ସମ୍ମାନକୁ ବିକ୍ରି କରିଦେଉଛନ୍ତି ।
ଏହା ଦେଖି ରାଜ୍ୟବାସୀ ଚିନ୍ତିତ ହୋଇ ପଡୁଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଲୋଭ ଏବଂ ଦୁର୍ନୀତିରୁ କିପରି ଦୂରେଇ ରହିବେ ସେଥିପାଇଁ ବିଚାର କରନ୍ତୁ । ଏହା ସହିତ ନିଜ ପାଖରେ ଥିବା ଅଧିକାରୀଙ୍କ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷରେ ସଚେତନ କରନ୍ତୁ । ନଚେତ ଭିଜିଲାନ୍ସ ବିଭାଗ କାହାକୁ ଛାଡ଼ିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଚେତାଇ ଦେଇଛନ୍ତି ।
ଏହା ସହିତ ମୁଖ୍ୟମନ୍ତ୍ରୀ ପୂର୍ବ ସରକାରଙ୍କ ଉପରେ ମଧ୍ୟ ବର୍ଷିଛନ୍ତି । ବିଗତ ସରକାର କେରାଣ୍ଡି ମାଛକୁ ଧରି ବାଳିଆ ଭଳି ବଡ଼ ବଡ଼ ମାଛଙ୍କୁ ଛାଡ଼ି ଦେଉଥିଲେ । କିନ୍ତୁ ବର୍ତ୍ତମାନ ସରକାର ଭିଜିଲାନ୍ସ ବିଭାଗକୁ ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି ।
ବିଗତ ୧୬ ମାସରେ ୭ ଜଣେ ମୁଖ୍ୟ ଯନ୍ତ୍ରୀ, ୫ ଜଣ ତହସିଲଦାର, ୪ ଜଣ ବିଡିଓ, ୧୦ ଜଣ ପୋଲିସ ଅଧିକାରୀ, ଜଣେ ଡିଏଫ୍ଓ ଧରାପଡ଼ିଛନ୍ତି । ଦୁର୍ନୀତି ନିବାରଣ ପାଇଁ ଯାହା ଆବଶ୍ୟକ ସବୁ କିଛି ସରକାର ଯୋଗାଇ ଦେଇଛନ୍ତି ଏବଂ ଆଗକୁ ମଧ୍ୟ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031