Indus Valley Times

ନୟାଗଡରେ ବିଜେପିର ସେବାସପ୍ତାହ,ସମସ୍ତଙ୍କ ସୁଖଦୁଃଖ ରେ ମୁଁ ଅଛି -ପ୍ରତ୍ୟୁଷା ରାଜେଶ୍ୱରୀ

 Breaking News

ନୟାଗଡରେ ବିଜେପିର ସେବାସପ୍ତାହ,ସମସ୍ତଙ୍କ ସୁଖଦୁଃଖ ରେ ମୁଁ ଅଛି -ପ୍ରତ୍ୟୁଷା ରାଜେଶ୍ୱରୀ

ନୟାଗଡରେ ବିଜେପିର ସେବାସପ୍ତାହ,ସମସ୍ତଙ୍କ ସୁଖଦୁଃଖ ରେ ମୁଁ ଅଛି -ପ୍ରତ୍ୟୁଷା ରାଜେଶ୍ୱରୀ
February 10
10:53 2023

ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୧୦/୨ନୟାଗଡ଼ରେ ଭାରତୀୟ ଜନତା ପାର୍ଟିର ୩୦୦ରୁ ଉର୍ଦ୍ଧ କର୍ମୀଙ୍କୁ ନେଇ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ନୟାଗଡ ମୁଖ୍ୟ ଚିକିତ୍ସାଳୟରେ ସଫେଇ କାର‌୍ୟ୍ୟ ସହିତ ଫଳ ବଣ୍ଟନ କରିଛନ୍ତି। ରୋଗୀଙ୍କ ସୁଖଦୁଃଖ ପଚାରି ବୁଝିବା ସହ ନୟାଗଡ ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ଅବ୍ୟବସ୍ଥା ସମ୍ପର୍କରେ ଉଊଗଙଙ୍କ ସହିତ ଆଲୋଚନା କରିଛନ୍ତି।
ଆନୁସଙ୍ଗିକ ସୁବିଧା ସୁଯୋଗ ରୋଗୀଙ୍କୁ ଯୋଗାଇଦେବେ ବୋଲି ଉଊଗଙ ମଧ୍ୟ ପ୍ରତିଶୃତି ଦେଇଛନ୍ତି। ପରେ ପରେ ନୟାଗଡ ବୃଦ୍ଧାଶ୍ରମ ‘ସମର୍ପଣକୁ ଯାଇ ସେଠାରେ ଥିବା ବୟୋଜ୍ୟେଷ୍ଠ ଅନ୍ତେବାସୀଙ୍କୁ ଫଳ ଓ ବସ୍ତ୍ର ବଣ୍ଟନ କରିଥିଲେ। ଏହି ସେବା କାର‌୍ୟ୍ୟକ୍ରମରେ ନୟାଗଡ ଭାରତୀୟ ଜନତା ପାର୍ଟିର ଆଗଧାଡ଼ିର ସମସ୍ତ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।ସେବା ସପ୍ତାହ ଆସନ୍ତା ୧୧ତାରିଖ ପଯ୍ୟନ୍ତ ଚାଲିବ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି କାର୍ଯ୍ୟକ୍ରମ ଚାଲିବ।
ନୟାଗଡ ଅବକାରୀ ବିଭାଗକୁ ବହୁତ ଦିନପରେ ମିଳିଛି ବଡ ସଫଳତା
ନୟାଗଡ଼,୧୦/୨: କାର ଓ ଜିପ ରେ ଗଞ୍ଜେଇ ଫୁଲବାଣୀ ରୁ ଭୁବନେଶ୍ୱରକୁ ଚାଲାଣ ବେଳେ ନୟାଗଡ଼ରେ ଜବତ , ଗଞ୍ଜେଇ ବୋଝେଇ କାର ଓ ଜିପ ସହ ୩ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ, ଜବତ ହୋଇଥିବା ଗଞ୍ଜେଇ ପ୍ୟାକେଟ ର ଓଜନ ୨୨ କେଜି ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୨୮ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି, ସୂଚନା ଅନୁଯାୟୀ ଫୁଲବାଣୀ ରୁ ଗଞ୍ଜେଇ ଭୁବନେଶ୍ୱରକୁ ଦିନ ବେଳେ ଚୋରା ଚାଲାଣ ହେଉଥିବା ସୁରାକ ପାଇଁ ଅବକାରୀ ବିଭାଗ ପକ୍ଷରୁ ନୟାଗଡ଼ ସହରରେ ଚଢ଼ାଉ କରାଯାଇଥିଲା ।
ନୟାଗଡ଼ ସହର ଦେଇ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ନିକଟରେ ଅବକାରୀ ବିଭାଗର କର୍ମଚାରୀଙ୍କ ହାତରେ ଧରାପଡିଲା ଗଞ୍ଜେଇ ବୋଝେଇ କାର ଏବଂ ଜିପ,ଏହା ଭିତରେ ଥିଲା ୨୨ କେଜି ଗଞ୍ଜେଇ, ଏହି ଘଟଣାରେ ୩ ଜଣ ଗିରଫ କରିଛି ଅବକାରୀ ବିଭାଗ, ଅଭିଯୁକ୍ତ ମାନେ ହେଲେ ରବି ଦିଗାଲ ,ଶରତ ଦିଗାଲ ,ବନିତା ଦିଗାଲ,ସମସ୍ତ ଅଭିଯୁକ୍ତ ଘର କନ୍ଧମାଳ ଅଞ୍ଚଳରେ, ସେମାନେ ଭୁବନେଶ୍ୱରରେ ରହି ବିଭିନ୍ନ ସ୍ଥାନକୁ ଗଞ୍ଜେଇ ଚାଲାଣ ବେପାର କରୁଥିବା ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି ।ନୟାଗଡ ଅବକାରୀ ବିଭାଗକୁ ବହୁତ ଦିନପରେ ମିଳିଛି ବଡ ସଫଳତା
କାର ଓ ଜିପ ରେ ଗଞ୍ଜେଇ ଫୁଲବାଣୀ ରୁ ଭୁବନେଶ୍ୱରକୁ ଚାଲାଣ ବେଳେ ନୟାଗଡ଼ରେ ଜବତ , ଗଞ୍ଜେଇ ବୋଝେଇ କାର ଓ ଜିପ ସହ ୩ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ, ଜବତ ହୋଇଥିବା ଗଞ୍ଜେଇ ପ୍ୟାକେଟ ର ଓଜନ ୨୨ କେଜି ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୨୮ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି । ସୂଚନା ଅନୁଯାୟୀ ଫୁଲବାଣୀ ରୁ ଗଞ୍ଜେଇ ଭୁବନେଶ୍ୱରକୁ ଦିନ ବେଳେ ଚୋରା ଚାଲାଣ ହେଉଥିବା ସୁରାକ ପାଇଁ ଅବକାରୀ ବିଭାଗ ପକ୍ଷରୁ ନୟାଗଡ଼ ସହରରେ ଚଢ଼ାଉ କରାଯାଇଥିଲା ।
ନୟାଗଡ଼ ସହର ଦେଇ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗର କର୍ମଚାରୀଙ୍କ ହାତରେ ଧରାପଡିଲା ଗଞ୍ଜେଇ ବୋଝେଇ କାର ଏବଂ ଜିପ,ଏହା ଭିତରେ ଥିଲା ୨୨ କେଜି ଗଞ୍ଜେଇ, ଏହି ଘଟଣାରେ ୩ ଜଣ ଗିରଫ କରିଛି ଅବକାରୀ ବିଭାଗ, ଅଭିଯୁକ୍ତ ମାନେ ହେଲେ ରବି ଦିଗାଲ ,ଶରତ ଦିଗାଲ ,ବନିତା ଦିଗାଲ,ସମସ୍ତ ଅଭିଯୁକ୍ତ ଘର କନ୍ଧମାଳ ଅଞ୍ଚଳରେ, ସେମାନେ ଭୁବନେଶ୍ୱରରେ ରହି ବିଭିନ୍ନ ସ୍ଥାନକୁ ଗଞ୍ଜେଇ ଚାଲାଣ ବେପାର କରୁଥିବା ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି ।
ନୟାଗଡ ନିକଟସ୍ଥ ଦୁର୍ଗାପ୍ରସାଦ ଗ୍ରାମରେ ମହାବୀର ଏବଂ ଜଳେଶ୍ୱର ମହାଦେବଙ୍କ ମନ୍ଦିର ପ୍ରତିଷ୍ଠା
ନୟାଗଡ଼,୧୦/୨: ଦୁର୍ଗାପ୍ରସାଦ ଗ୍ରାମରେ ଅତି ଧୂମାଧମରେ ନୂତନ ମହାବୀର ଏବଂ ଜଳେଶ୍ୱର ମହାଦେବଙ୍କ ମନ୍ଦିର ପ୍ରତିଷ୍ଠା ଅନୁଷ୍ଠିତ ହୋଇଅଛି କ୍ଷ ଦୁର୍ଗାପ୍ରସାଦର ସମସ୍ତ ଗ୍ରାମବାସୀଙ୍କ ଉଦ୍ୟମରେ ମାତ୍ର ପାଞ୍ଚ ମାସ ପନ୍ଦର ଦିନ ମଧ୍ୟରେ ୬୦ଫୁଟ ଉଞ୍ଚାର ମହାଦେବ ମନ୍ଦିର ପ୍ରତିଷ୍ଠା ହୋଇଅଛି । ମନ୍ଦିର ପ୍ରତିଷ୍ଠାରେ ସମସ୍ତ ଗ୍ରାମବାସୀ ଯୋଗଦେବା ସହିତ ଏକ ବିଶାଳ କଳସ ଶୋଭାଯାତ୍ରା ବୋଦାପଡା ଡାହୁକା ନଦୀ ନିକଟରୁ ଜଳ ଉଠାଇ ନୟାଗଡ ସହର ପରିଭ୍ରମଣ କରି ଗ୍ରାମ୍ୟକୁ ଆସି ସମ୍ପୂର୍ଣ ଗ୍ରାମ ପରିଭ୍ରମଣ କରିଥିଲେ ।
ଏଭଳି ଶୁଭ କାର୍ଯ୍ୟରେ ଆଖପାଖରେ ଥିବା ସମସ୍ତ ଗ୍ରାମର ଜନସାଧାରଣ ଯୋଗ ଦେଇଥିଲେ ।
ମନ୍ଦିର ପ୍ରତିଷ୍ଠା ଅବସରରେ ନୟାଗଡର ବର୍ତମାନ ରାଜା ରାମେଶ୍ୱର ସିଂ ମାନଧାତା ଯୋଗଦେଇଥିଲେ । ଏହାସହିତ ମନ୍ଦିର ପ୍ରତିଷ୍ଠା ନିମନ୍ତେ ଗ୍ରାମବାସୀଙ୍କ ପକ୍ଷରୁ ସନ୍ଧ୍ୟା ସମୟରେ ପ୍ରବଚନ ସମାରୋହ ଅନୁଷ୍ଠିତ ହୋଇଛି ଯେଉଁଥିରେ ଦ୍ୱିତୀୟ ଦିନରେ ପଣ୍ଡିତ ପାର୍ଥସାରଥୀ ଏବଂ ତୃତୀୟ ଦିନରେ ପଣ୍ଡିତ ଜିତୁ ଦାସ ଯୋଗଦେଇ ନିଜର ସାଧୁବାଣୀରେ ସହ ସହ ଲୋକମାନଙ୍କର ମନ ଜିଣିଥିଲେ ।
ସମସ୍ତ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଏହି କାଯ୍ୟକ୍ରମ ସାଫଲ୍ୟମଣ୍ଡିତ ହୋଇଛି କ୍ଷ ମନ୍ଦିର କମିଟି ସଦସ୍ୟ ରବୀନ୍ଦ୍ର କୁମାର ଜେନା ସମସ୍ତ ଗ୍ରାମବାସୀ ଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031