ନୟାଗଡ଼ରେ ମହାତ୍ମାଗାନ୍ଧୀଙ୍କ ଓଡିଶା ଆଗମନର ଶତବାର୍ଷିକ ଉତ୍ସବ ପାଳନ
କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୫/୧୨:ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନ ର ଶତବାର୍ଷିକ ଅବସରରେ ନୟାଗଡ଼ ପଠାଣି ସାମନ୍ତ ଅଡିଟୋରିୟମ ଠାରେ ଆମ ପାଇଁ ବଡ ଆମ ନୟାଗଡ଼ ସୈାଜନ୍ୟ ରେ ଗାନ୍ଧୀଜୀ ନୂଆ କଣ କରିଛନ୍ତି ଶୀଶ୍ରକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନା ଚକ୍ରରେ ସମାଜସେବୀ ତଥା ସାମ୍ବାଦିକ ପ୍ରମୋଦ ପଟ୍ଟନାୟକ ସଂଯୋଜନା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଗାନ୍ଧୀବାଦୀ ପ୍ରବକ୍ତା ତଥା ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଅଧ୍ୟକ୍ଷ କୁମାର ପ୍ରଶାନ୍ତ ଯୋଗଦେଇ ଜାତୀୟ ସଂହତି, ଜାତୀୟ ମୁକ୍ତି ଆନ୍ଦୋଳନ ସମ୍ପର୍କରେ ଆଲୋକପାତ କରିଥିଲେ।
ଦେଶରେ ଚାଲିଥିବା କୃଷକ ଆନ୍ଦୋଳନ ଗାନ୍ଧୀବାଦ ର ପ୍ରତ୍ୟକ୍ଷ ଉଦାହରଣ କହିବା ସହ ପୂରୀ ସାଂସଦିୟ କ୍ଷେତ୍ରରେ ପ୍ରତିଦ୍ବନ୍ଦିତା କରିଥିବା ବିଜେପି ନେତା ସମ୍ବିତ ପାତ୍ରଙ୍କୁ ଜୋକର ସହ ତୁଳନା କରିଥିଲେ। ସମ୍ମାନୀତ ଅତିଥି ଭାବେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗଦେଇ ଜାତି , ଧର୍ମ, ଭାଷା ନାମରେ ରାଜନୀତି କରି କିଛି ବ୍ୟକ୍ତି ନିଜ ସ୍ବାର୍ଥ ଲାଗି ଗାନ୍ଧୀଙ୍କ ନୀତି କୁ ପଥ ଭ୍ରଷ୍ଟ କରୁଛନ୍ତି।
ଗାନ୍ଧୀଜୀ ଚାହିଁ ଥିଲେ ପ୍ରତ୍ୟେକ ବ୍ୟକ୍ତି ର ସମାଜ ପ୍ରତି ଅବଦାନ ରହିଲେ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ। ଗାନ୍ଧୀବାଦି କୁ ବିଲୁପ୍ତ କରିବା ପାଇଁ କିଛି ମୁଷ୍ଟିମେୟ ଲୋକ ଚେଷ୍ଟା ଚଳାଇଛନ୍ତି କିନ୍ତୁ ସେଥିରେ ସେମାନେ କେବେବି ସଫଳ ହେବେ ନାହିଁ। ଗାନ୍ଧୀଜୀ ମରି ନାହାନ୍ତି କି ଲଢେଇ ସରିନାହିଁ ଦିନେ ନା ଦିନେ ସାରା ପୃଥିବୀରେ ଗାନ୍ଧୀଙ୍କ ନୀତି ଆଦର୍ଶ ପ୍ରତିଫଳିତ ହେବ ବୋଲି ପ୍ରକାଶ କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ବିଚାରପତି ମନୋରଞ୍ଜନ ମହାନ୍ତି, ଡ. ବିଶ୍ବଜିତ , ଦୈନିକ ସମ୍ବାଦପତ୍ର ର ସମ୍ପାଦକ ବିରୁପାକ୍ଷ ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ।