Indus Valley Times

ନୟାଗଡ଼: ଗଞ୍ଜେଇ ଚୋରା ଚାଲଣ ବେଳେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ

 Breaking News

ନୟାଗଡ଼: ଗଞ୍ଜେଇ ଚୋରା ଚାଲଣ ବେଳେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ

August 11
10:30 2020

କିଶୋର ମହାପାତ୍ର ଙ୍କ ରିପୋର୍ଟ
ନୟାଗଡ଼,୧୧/୮: ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ମହିପୁରୁ ଫାଣ୍ଡି ଅଧିକାରୀ ରମେଶ କୁମାର ଦେବତା ଦୁଇ ଜଣ ଗଞ୍ଜେଇ ଚୋରା ଚାଲାଣ କାରୀଙ୍କୁ ଧରିବାରେ ସଫଳ ହୋଇଛନ୍ତି । ଚୋରା ଗଞ୍ଜେଇ ଚାଲାଣ କରୁଥିବା ସମୟରେ ଜଣେ ମହିଳା, ଜଣେ ପୁରୁଷ ଓ ଏକ ମୋଟରସାଇକେଲ ଜବତ କରିଛି ମହିପୁରୁ ପୋଲିସ।
ଫାଣ୍ଡି ଅଧିକାରୀ ପେଟ୍ରୋଲିଙ୍ଗ୍ କରୁଥିବା ସମୟରେ ଦୃତ ଗତିରେ ଏକ ବାଇକ୍ ଦଶପଲ୍ଲା ରୁ ନୟାଗଡ଼ ରାସ୍ତା ରେ ଆସୁଥିବା ଦେଖିଥିଲେ । ପୋଲିସ କୁ ଦେଖି ବାଇକ୍ ଚାଳକ ବାଇକ୍ ବୁଲାଇ ଖସି ପଳାଇ ଯିବାକୁ ଚେଷ୍ଟା କରିଥିଲା । ପୋଲିସ ବାଇକ୍ କୁ ପ୍ରାୟ ଏକ କିଲୋମିଟର ପିଛା କରିବାପରେ କୃଷ୍ଣଚନ୍ଦ୍ର ପୁର ଠାରେ ବାଇକ୍ ଚାଳକ କୁ ଧରିବାରେ ସଫଳ ହୋଇଥିଲେ।
ଗିରଫ ହୋଇଥିବା ମହିଳା ଜଣଙ୍କ ଇଟାମାଟି ଅଞ୍ଚଳର ହାଇଦର ଅଲ୍ଲୀ ଙ୍କ ପତ୍ନୀ ମିନା ଶେଖ୍ । ପୁରୁଷ ଜଣକ ସିନ୍ଦୁରିଆ ଗ୍ରାମର କିୟାମୁଦ୍ଦିନ ଖାଁ ଙ୍କ ପୁଅ ସଲ୍ଲୀମୁଦ୍ଦିନ ଖାଁ । ଦୁଇ ଜଣ ଭୁବନେଶ୍ୱର କୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ସ୍ବୀକାର କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031