Indus Valley Times

ନୟାଗଡ଼ :ଜାତୀୟ ପତାକା ରାସ୍ତା କଡ଼଼ରେ ଫୋପାଡ଼ିବା ଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ଗୁରୁତର ସହ ନେଲା କଂଗ୍ରେସ

 Breaking News

ନୟାଗଡ଼ :ଜାତୀୟ ପତାକା ରାସ୍ତା କଡ଼଼ରେ ଫୋପାଡ଼ିବା ଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ଗୁରୁତର ସହ ନେଲା କଂଗ୍ରେସ

ନୟାଗଡ଼ :ଜାତୀୟ ପତାକା ରାସ୍ତା କଡ଼଼ରେ ଫୋପାଡ଼ିବା ଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ଗୁରୁତର ସହ ନେଲା କଂଗ୍ରେସ
June 10
17:54 2025

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୧୦/୫ : ଜାତୀୟ ପତାକା କୁ ରାସ୍ତା କଡରେ ଫୋପାଡିବା ଭଳି ସମ୍ବେଦନଶୀଳ ପ୍ରସଙ୍ଗ କୁ ଗୁରୁତ୍ୱ ର ସହ ନେଇଛି କଂଗ୍ରେସ ।
ଖଣ୍ଡପଡା ରେ ଅପରେସନ ସିନ୍ଦୁର ଶୋଭାଯାତ୍ରା ରେ ସ୍ଥାନୀୟ ବିଧାୟକ, ଏନଏସି ଅଧ୍ୟକ୍ଷା ଏବଂ ସରକାରୀ ପଦାଧିକାରୀ ହାତରେ ଜାତୀୟ ପତାକା ଧରି ଦେଶଭକ୍ତି ନିଦର୍ଶନ ସହିତ ସାମିଲ ହେବା ପରେ ଜାତୀୟ ପତାକା କୁ ରାସ୍ତା କଡ, କଲ୍ୟାଣମଣ୍ଡପ ରେ ଫୋପାଡ଼ିଦେବା ଭଳି ସଂଗୀନ ଅପରାଧ ରେ ଜଡିତ ରାଜନେତା ସରକାରୀ ବାବୁ ମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଆଜି ନୟାଗଡ ବିଧାନସଭା କଂଗ୍ରେସ ପ୍ରାର୍ଥୀ ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ରଣଜିତ ଦାଶ, ପୂର୍ବତନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଶ୍ରୀ ପୀତବାସ ଖୁଣ୍ଟିଆ,ଦଳିତ ନେତା ଶ୍ରୀ ମନୋଜ ନାଏକ ଏବଂ ଶ୍ରୀ ସନ୍ତୋଷ ନାଏକ ପ୍ରମୁଖ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏମ ସୁଶ୍ରୀ ଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟ ରେ ସାକ୍ଷାତ କରି ଦାବୀ ପତ୍ର ପ୍ରଦାନ କରିବା ପରେ ଏହି ଅଘଟଣ ତଦନ୍ତ ପାଇଁ ଅତିରିକ୍ତ ଏସପି ଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଶାସକ ଦଳର ଦାୟିତ୍ୱସମ୍ପନ୍ନ ରାଜନୈତିକ ବ୍ୟକ୍ତି ବିଶେଷ ଙ୍କ ଉପସ୍ଥିତିରେ ।ଆମ ଦେଶ ଜାତୀୟ ପତାକା ର ଅସମ୍ମାନ ପ୍ରସଙ୍ଗରେ କଂଗ୍ରେସ ତୀବ୍ର ନିନ୍ଦା କରିଛି ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930