Indus Valley Times

ନୟାଗଡ଼ : ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ କର୍ମଣାଳା ଅନୁଷ୍ଟିତ

 Breaking News

ନୟାଗଡ଼ : ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ କର୍ମଣାଳା ଅନୁଷ୍ଟିତ

May 19
10:42 2022

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୧୯/୫: ନୟାଗଡ଼ ଜିଲ୍ଲାପାଳ ଡ଼.ପୋମା ଟୁଡଙ୍କ ଅଧ୍ୟକ୍ଷତାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ବଳରାମ ଯୋଜନାରେ ଭୁମିହୀନ , ନାମମାତ୍ର, କ୍ଷୁଦ୍ର ଚାଷି ମିଳିତ ଚାଷ ନିମନ୍ତେ ଏକ କର୍ମଶାଳା ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଅନୁଷ୍ଠିତ ହୋଇଯାଇଛି।
ବଳରାମ ଯୋଜନାରେ ସର୍ବନିମ୍ନ ୪ ଜଣ ରୁ ସର୍ବାଧିକ ୧୦ ଜଣ ଭୂମିହୀନ ଭାଗଚାଷୀ ଚାଷଜମି ଅନୁପାତରେ ୫୦ହଜାର ଟଙ୍କା ରୁ ୧ ଲକ୍ଷ ୬୦ ହଜାର ଟଙ୍କା ପର‌୍ୟ୍ୟନ୍ତ ବ୍ୟାଙ୍କ ରୁ ବର୍ଷିକିୟା ରସୁଣ ନେଇ ଏହାକୁ ପରିଶୋଧ କରିପାରିବେ।
ଏହି ରୁଣକୁ ଠିକ୍ ସମୟରେ ପରିଶୋଧ କଲେ ୫୦ ହଜାର ରୁ ଅଧିକ ରୁଣ ଉପରେ ୩ ପ୍ରତିଶତ ହାରରେ ସୁଧ ଲାଗିବ ଏବଂ ୫୦ ହଜାର ଟଙ୍କା ରୁଣ ରେ କୈାଣସି ସୁଧ ପଡ଼ିବ ନାହିଁ। ଏହି ଯୋଜନାରେ ଚାଷୀ ଗୋଷ୍ଠୀ ଗଠନ ଠାରୁ ଆରମ୍ଭ କରି ରୁଣ ପରିଶୋଧ ପର‌୍ୟ୍ୟନ୍ତ ସମସ୍ତ କାର‌୍ୟ୍ୟ କୃଷକ ସାଥୀ ମାନଙ୍କ ସହଯୋଗ ରେ କରାଯିବ।
ଏହି ଆଲୋଚନା ର ସମସ୍ତ ତଥ୍ୟ ଟିକିନିଖି ଭାବରେ ଲିପିବଦ୍ଧ କରିବା ନିମନ୍ତେ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ତହସିଲଦାର ମାନଙ୍କୁ ଜିଲ୍ଲାପାଳ ଡ଼. ଟୁଡୁ ନିର୍ଦ୍ଦେଶ ଦେବାସହ ଚଳିତ ମାସ ଶେଷ ସୁଦ୍ଧା ସମସ୍ତ ପ୍ରକ୍ରିୟା ସମ୍ପୁର୍ଣ୍ଣ କରିବା ପାଇଁ ପରାମର୍ଶ ଦେଇଥିଲେ।
ଏହି କର୍ମଶାଳାରେ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ଙ୍କ ସହିତ ଉପନିର୍ଦେଶକ କୃଷି ବିଭାଗ , ପ୍ରକଳ୍ପ ନିର୍ଦ୍ଦେଶକ ଆତ୍ମା, ଉପନିର୍ଦେଶକ ଉଦ୍ୟାନ ବିଭାଗ, ଜିଲ୍ଲା ଉନ୍ନୟନ ବିଭାଗ ନାବାର୍ଡ, ଜିଲ୍ଲା କୃଷି ଅଧିକାରୀ, ବ୍ଲକ ସ୍ତରୀୟ ସମସ୍ତ କୃଷି ଓ ଉଦ୍ୟାନ ବିଭାଗ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ସମବାୟ ବିଭାଗ ଅଧିକାରୀ, ଅଗ୍ରଣୀ ବ୍ୟାଙ୍କ ପରିଚାଳକ, ଏବଂ ଜିଲ୍ଲାର ବିଭିନ୍ନ ବ୍ୟାଙ୍କ ମୁଖ୍ୟ ମାନେ ଯୋଗଦେଇଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031