Indus Valley Times

ନୟାଗଡ଼ ଜିଲ୍ଲାରେ ଯୋର୍ ଧରିଲା ମେଡିକାଲ କଲେଜ ଦାବି

 Breaking News

ନୟାଗଡ଼ ଜିଲ୍ଲାରେ ଯୋର୍ ଧରିଲା ମେଡିକାଲ କଲେଜ ଦାବି

May 29
19:50 2022

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୨୯/୫ : ନୟାଗଡ଼ ଜିଲ୍ଲାରେ ଯୋର୍ ଧରିଲା ମେଡିକାଲ କଲେଜ ଦାବି। ନୟାଗଡ଼ ଯୁବ ନେତା ସନ୍ତୋଷ କୁମାର ପ୍ରଧାନ ଙ୍କ ଆବାହାକତ୍ବ ରେ ନୟାଗଡ଼ ବିକାଶ ମଞ୍ଚ ତରଫରୁ ସ୍ଥାନୀୟ ଗୋଦାବରୀ କଲ୍ୟାଣ ମଣ୍ଡପ ଠାରେ ନୟାଗଡ଼ ଜିଲ୍ଲାର ମେଡିକାଲ କଲେଜ ଦାବି ନେଇ ଏକ ସାଧାରଣ ସଭାର ଆୟୋଜନ ହୋଇଯାଇଛି। ଦଳମତ ନିର୍ବିଶେଷରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଏବଂ ବିଭିନ୍ନ ସଙ୍ଗଠନର ବହୁ ସଭ୍ୟ ଯୋଗଦେଇଥିଲେ।
ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଜନସାଧାରଣଙ୍କ ମେଡିକାଲ କଲେଜ ଦାବି ସମ୍ପର୍କରେ ମତ ଗ୍ରହଣ କରାଯାଇଥିଲା।
ଉପସ୍ଥିତ ଅତିଥି ଦାମୋଦର ସାହୁ ନୟାଗଡ଼ ମେଡିକାଲ ର ଅବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିବା ସହ ମେଡିକାଲ କଲେଜ ହେଲେ ଜନସାଧାରଣ ଙ୍କ ବହୁ ଉନ୍ନତି ହୋଇପାରିବ ବୋଲି ପ୍ରକାଶ କରିଥିବା ବେଳେ ଆଇନଜୀବୀ ତଥା କଂଗ୍ରେସ ଜିଲ୍ଲା ସଭାପତି ଦିର୍ଘ ପଚିଶ ବର୍ଷ ରୁ ଅଧିକ ସମୟ ଧରି ନୟାଗଡ଼ ଜିଲ୍ଲାର ମାନ୍ୟତା ପାଇଥିବା ବେଳେ ରାଜନୈତିକ ମନୋବଳ ଅଭାବ ଲାଗି ଅନ୍ୟ ଜିଲ୍ଲା ତୁଳନାରେ ନୟାଗଡ଼ ଜିଲ୍ଲା ପଛରେ ପଡ଼ିବା ପ୍ରକାଶ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ମନୋଜ କୁମାର ସାହୁ, ବୈଦ ଭୁଷଣ ମହାପାତ୍ର, ପ୍ରଦିପ କୁମାର ସାହୁ, ଶିବରାମ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ମେଡିକାଲ କଲେଜ ଦାବି ସମ୍ପର୍କରେ ନିଜନିଜର ମତାମତ ପ୍ରକାଶ କରିଥିଲେ। ନୟାଗଡ଼ ରେ ମେଡିକାଲ କଲେଜ ନହେବା ପର୍ଯ୍ୟନ୍ତ ଦାବି କୁ ଅଧିକରୁ ଅଧିକ ତିବ୍ର କରାଯିବ ବୋଲି ନୟାଗଡ ବିକାଶ ମଞ୍ଚ ତରଫରୁ ଆବାହକ ସନ୍ତୋଷ ପ୍ରଧାନ ପ୍ରକାଶ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031