Indus Valley Times

ନୟାଗଡ଼ ଜିଲ୍ଲା ଓଳିଲ ସଙ୍ଘ ନର୍ବାଚନରେ ସମ୍ପାଦକ ଭାବେ ନିର୍ବାଚିତ ହେଲେ ସ୍ୱଦେଶ ମିଶ୍ର ଓ ସଭାପତି ରଣଜିତ ଦାଶ

 Breaking News

ନୟାଗଡ଼ ଜିଲ୍ଲା ଓଳିଲ ସଙ୍ଘ ନର୍ବାଚନରେ ସମ୍ପାଦକ ଭାବେ ନିର୍ବାଚିତ ହେଲେ ସ୍ୱଦେଶ ମିଶ୍ର ଓ ସଭାପତି ରଣଜିତ ଦାଶ

March 31
19:34 2025

ବିଶ୍ୱ ଭୂଷଣ ଦାସଙ୍କ ରିପୋର୍ଟ
ନୟାଗଡ଼, ୩୧/୩ : ନୟାଗଡ ଜିଲ୍ଲା ଓକିଲ ସଙ୍ଘ ନିର୍ବାଚନ ରେ ରଣଜିତ ଦାଶ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବଂଶୀଧର ରାଉତରାୟ ଙ୍କ ଠାରୁ ୬୨ ଖଣ୍ଡ ଅଧିକ ଭୋଟ ପାଇ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ସମ୍ପାଦକ ଭାବେ ସ୍ବଦେଶ ମିଶ୍ର ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ବିଶ୍ୱଜିତ ଆଚାର୍ଯ୍ୟ ଙ୍କ ସୂତ୍ରରୁ ଜଣାପଡିଛି ।
ସଂଘ ର ଉପସଭାପତି ଭାବେ ସନ୍ତୋଷ କୁମାର ରାଉତରାୟ, ସାହସମ୍ପାଦକ ଭାବେ ଆଶୁତୋଷ ସାମନ୍ତରାୟ, କୋଷାଧ୍ୟକ୍ଷ୍ୟ ଭାବେ ବିଶ୍ୱେଶ ରଞ୍ଜନ ମହାପାତ୍ର ନିର୍ବାଚିତ ହୋଇଛନ୍ତି ।
ଓକିଲ ସଂଘ ର କାର୍ଯ୍ୟକାରୀ କମିଟିକୁ ୬ ଜଣ ସଦସ୍ୟ ଯଥା ଚିତ୍ତରଞ୍ଜନ ପ୍ରଧାନ, ଶୈଳେନ୍ଦ୍ର ପଟ୍ଟନାୟକ, ନିରାକାର ମହଲ, ବିଭୁପ୍ରସାଦ ସାହୁ, ହରେକୃଷ୍ଣ ପ୍ରଧାନ ଏବଂ ଶ୍ରୀ ସୁନୀଲ କୁମାର ମହାପାତ୍ର ନିର୍ବାଚିତ ହୋଇଛନ୍ତି ।
ନିର୍ବାଚନ ଅଧିକାରୀ ଆଚାର୍ଯ୍ୟ ଙ୍କୁ ସହଯୋଗୀ ନିର୍ବାଚନ ଅଧିକାରୀ ଭାବେ କିଶୋର ଚନ୍ଦ୍ର ଶତପଥୀ, କିଶୋର ଚନ୍ଦ୍ର ମହାପାତ୍ର ଏବଂ ଅକ୍ଷୟ କୁମାର ପରିଡା ପ୍ରମୁଖ ସହଯୋଗ କରିଥିଲେ ।ଏହି ନିର୍ବାଚନ ରେ ସଂଘ ର ୨୬୨ ଜଣ ସଦସ୍ୟ ଭୋଟ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031